ଏହି ଅଭିନେତ୍ରୀଙ୍କ ହଟ୍‌ ଫଟୋଶୁଟ୍‌ ହେଲା ଭାଇରାଲ, ମହେଶ ବାବୁଙ୍କ ସହ ଆଗାମୀ ଫିଲ୍ମରେ କରିବେ ଅଭିନୟ

Published By : Prameya-News7 Bureau | April 23, 2019 IST

wp:heading {"level":5}
ମୁମ୍ୱାଇ୨୩|୪: ବଲିଉଡ ଅଭିନେତ୍ରୀ ପୂଜା ହେଗଡେ “ମହେଂଜୋଦାରୋ” ଫିଲ୍ମରେ ଋତିକ ରୋଶନଙ୍କ ବିପକ୍ଷରେ ଅଭିନୟ କରି ବଲିଉଡରେ ଡେବ୍ୟୁ କରିଥିଲେ। କିଛି ଦିନ ତଳେ ପୂଜାଙ୍କ ବିକିନୀ ଫଟୋଶୁଟ ଇଣ୍ଟରନେଟରେ ଧମାଲ କରିଛି। ଭାଇରାଲ ହେଉଛି ପୂଜାଙ୍କ ଫଟୋ। ଏହି ଫଟୋ ଶୁଟ୍‌ରେ ପୂଜା ବହୁତ ଷ୍ଟାଇଲିସ, ହଟ୍‌ ଓ ବୋଲ୍ଡ ଲାଗୁଛନ୍ତି।  
/wp:heading {"id":106389}
wp:heading {"level":5}
ଫିଲ୍ମ ଫେଆର ମ୍ୟାଗଜିନ୍‌ ପାଇଁ ଏହି ଫଟୋଶୁଟ୍‌ କରାଯାଇଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ପୂଜାଙ୍କ ଫଟୋ ଦର୍ଶକଙ୍କ ମଧ୍ୟରେ ନିଆଁ ଲଗାଇଦେଇଥିଲା। ବଲିଉଡରେ ପୂଜା କେବଳ ଗୋଟେ ଫିଲ୍ମରେ ଅଭିନୟ କରିଛନ୍ତି।
/wp:heading {"id":106391,"width":590,"height":295}
wp:heading {"level":5}
ସାଉଥ ସିନେମା ଜଗତରେ ପୂଜା ବେଶ ଚର୍ଚ୍ଚତ। ଆଗାମୀ ଦିନରେ ପୂଜା ମହେଶ ବାବୁଙ୍କ ସହ ତେଲୁଗୁ ଫିଲ୍ମ ମହର୍ଷିରେ ଅଭିନୟ କରିବେ। ଏହି ଫିଲ୍ମ ଚଳିତ ବର୍ଷ ମେ ମାସ ୯ ତାରିଖରେ ରିଲିଜ ହେବ। ପୂଜା ହେଗଡେ ଅଧିକାଂଶ ସାଉଥ ଫିଲ୍ମରେ ଅଭିନୟ କରିଛନ୍ତି।
/wp:heading {"id":106392}
wp:heading {"level":5}
୨୦୧୦ ମସିହାର ମିସ ୟୁନିଭର୍ସ ପେଜେଣ୍ଟରେ ପୂଜା ସେକେଣ୍ଡ ରନର ଅପ ଥିଲେ। ସୋସିଆଲ ମିଡିଆରେ ପୂଜାଙ୍କ ଫ୍ୟାନ ଫଲୋଇଗଂ ବହୁତ ଅଧିକ ଓ ଦର୍ଶକ ତାଙ୍କ ଫଟୋ ଦେଖିବା ପସନ୍ଦ ମଧ୍ୟ କରନ୍ତି।
/wp:heading wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.