ଅଭିନେତ୍ରୀଙ୍କୁ ଭେଟିବା ପାଇଁ ୫ଦିନ ରାସ୍ତା କଡ଼ରେ ଶୋଇଲେ ଫ୍ୟାନ, ଭେଟିବା ପରେ ଷ୍ଟାର କହିଲେ ଏମିତି କଥା...

Published By : Prameya-News7 Bureau | January 17, 2020 IST

wp:heading {"level":5}
ମୁମ୍ବାଇ୧୭|୧: ଅଭିନେତ୍ରୀ ପୂଜା ହେଗଡେ “ମହେଂଜୋଦାରୋ” ଫିଲ୍ମରେ ଋତିକ ରୋଶନଙ୍କ ବିପକ୍ଷରେ ଅଭିନୟ କରି ବଲିଉଡରେ ଡେବ୍ୟୁ କରିଥିଲେ। ଅଧିକାଂଶ ସମୟରେ ପୂଜାଙ୍କର ହଟ୍‌ ଫଟୋ ଇଣ୍ଟରନେଟରେ ଧମାଲ କରେ। ତାଙ୍କ ଫଟୋ ଭାଇରାଲ ମଧ୍ୟ ହୁଏ। ଷ୍ଟାଇଲିସ, ହଟ୍‌ ଓ ବୋଲ୍ଡ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପୂଜା। ଖୁବ୍ କମ ସମୟ ମଧ୍ୟରେ ବଲିଉଡରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ସାଉଥ ଅଭିନେତ୍ରୀ ପୂଜା ହେଗଡେ।
/wp:heading {"id":212312,"sizeSlug":"large"}

ଆଜିକାଲି ସାଉଥ ସହ ବଲିଉଡରେ ମଧ୍ୟ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହା ପୂର୍ବରୁ ପୂଜା ଶେଷ ଥର ପାଇଁ ବଲିଉଡ୍ ଫିଲ୍ମ ହାଉସଫୁଲ୍-୪ରେ ନଜର ଆସିଥିଲେ। ନିକଟରେ ପୂଜା ନିଜର ଜଣେ ପ୍ରଶଂସକଙ୍କ ପାଇଁ ଚର୍ଚ୍ଚାରେ ଆସିଛନ୍ତି। ପୂଜାଙ୍କୁ ଥରେ ଦେଖିବା ପାଇଁ ଜଣେ ଯୁବକ ୫ଦିନ ରାସ୍ତା କଡ଼ରେ ବିତାଇବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ବିଷୟରେ ସୋସିଆଲ ମିଡିଆରୁ ଜଣା ପଡିଛି। ପୂଜା ନିଜେ ଇନଷ୍ଟା ଆକାଉଣ୍ଟରେ ଏକ ଭିଡିଓ ସେୟାର କରିବା ପରେ ଏହି ଖବର ସାମ୍ନାକୁ ଆସିଛି।

{"id":212313,"sizeSlug":"large"}

ଜଣେ ଯୁବକ ପୂଜାଙ୍କୁ ତାଙ୍କର ବଡ଼ ପ୍ରଶଂସକ ବୋଲି କହିବା ଦେଖାଯାଇଛି। ପୂଜାଙ୍କର ଗୋଟେ ଝଲକ୍‌ ଦେଖିବା ପାଇଁ ସେ ୫ଦିନ ରାସ୍ତା କଡ଼ରେ ଶୋଇଥିବା କହିଛନ୍ତି। ଏହା ଶୁଣି ପୂଜା ଭାବୁକ ହୋଇଯାଇଥିଲେ। ଏହି ଫ୍ୟାନ ପୂଜାଙ୍କୁ ଅନେକ ଦିନରୁ ଇନଷ୍ଟାରେ ମେସେଜ ମଧ୍ୟ କରିଥିଲେ ହେଲେ କୌଣସି ରିପ୍ଲାଏ ପାଇନଥିଲେ।

{"id":212315,"sizeSlug":"large"}

 ପୂଜା ତାଙ୍କ ମେସେଜ ପଢ଼ିଥିବା ନେଇ ମଧ୍ୟ କହିଛନ୍ତି । ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଯେ, ପୂଜା ନିଜ ଫ୍ୟାନଙ୍କୁ ଘରକୁ ଯିବାପାଇଁ କହିଛନ୍ତି। ତାଙ୍କ ଭଳପାଇବା ପାଇଁ ପୂଜା ତାଙ୍କୁ ଧନ୍ୟବାଦ୍ ମଧ୍ୟ ଜଣାଇଛନ୍ତି । ଭିଡିଓ ସେୟାର କରି ପୂଜା ନିଜ ଫ୍ୟାନ୍‌ ତଥା ଭାସ୍କର ରାଓଙ୍କୁ ମୁମ୍ବାଇ ଆସି ୫ଦିନ ଅପେକ୍ଷା କରିବା ପାଇଁ ଧନ୍ୟବାଦ ଜଣାଇଛନ୍ତି। ହେଲେ ତାଙ୍କୁ ଦେଖା କରିବା ପାଇଁ ପ୍ରଶଂସକ ଏଭଳି ରାସ୍ତା କଡ଼ରେ ଶୁଅନ୍ତୁ, ତାହା ସେ ଚାହାନ୍ତି ନାହିଁ।

wp:core-embed/instagram {"url":"https://www.instagram.com/p/B7VYxbOHLRi/","type":"rich","providerNameSlug":"instagram","className":""}
https://www.instagram.com/p/B7VYxbOHLRi/
/wp:core-embed/instagram

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.