କ୍ୟାନସର ପୀଡ଼ିତ ପିଲାଙ୍କୁ ୨.୫୦ଲକ୍ଷ ଟଙ୍କା ଦେଲେ ଏହି ଅଭିନେତ୍ରୀ : କହିଲେ ‘ଯେତେ ସମ୍ଭବ ସେତେ ଅନ୍ୟଙ୍କୁ ସାହାଯ୍ୟ କରନ୍ତୁ’
29/01/2020 at 3:06 PM

ମୁମ୍ବାଇ ୨୯/୧: ‘ମହେଞ୍ଜୋଦାରୋ’ ଏବଂ ‘ହାଉସଫୁଲ୍ ୪’ ଭଳି ଫିଲ୍ମରେ କାମ କରି ସାରିଥିବା ପୂଜା ହେଗଡେ କ୍ୟାନସରରେ ପୀଡ଼ିତ ୨ପିଲାଙ୍କୁ ୨.୫୦ଲକ୍ଷ ଟଙ୍କା ଦାନ କରିଛନ୍ତି। ସେ ନିକଟରେ କ୍ୟୁ ଫାଉଣ୍ଡେସନ ତରଫରୁ ଆୟୋଜିତ କରାଯାଇଥିବା ଏକ ଇଭେଣ୍ଟରେ ପହଞ୍ଚିଥିଲେ। ଏହି ଆୟୋଜନ ଷଷ୍ଠ ଦ୍ବିବାର୍ଷିକ ‘କ୍ୟାନସର କ୍ରୃସେଡର୍ସ ଇନଭାଇଟେସନ୍ କପ୍’ର ଘୋଷଣା ପାଇଁ ରଖାଯାଇଥିଲା,ଯାହା ଏକ ବିଶ୍ବସ୍ତରୀୟ ଗଲ୍ଫ ଟୁର୍ଣ୍ଣାମେଣ୍ଟ। ଏହାକୁ ବାଳ କ୍ୟାନସର ରୋଗୀଙ୍କ ସପୋର୍ଟ ପାଇଁ ପାଣ୍ଠି ସଂଗ୍ରହ କରିବାକୁ ଏବଂ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆୟୋଜନ କରାଯିବ।

ଦାନ କରିବା ମାମଲାରେ ପୂଜା କୁହନ୍ତି,‘ ତାଙ୍କ ମତରେ ଏହା ଏକ ଏପରି କାମ ଯାହା କେବଳ ଅଭିନେତା ଏବଂ ପ୍ରସିଦ୍ଧ କଳାକାରଙ୍କୁ କରିବା ଉଚିତ୍। ଏହା ଆପଣଙ୍କ ଭିତରୁ ଆସିବା ଉଚିତ୍। ଏପରି କରିବା ଦ୍ବାରା ଆପଣ ଅନେକ ଲୋକଙ୍କୁ ପ୍ରେରଣା ଦେବେ। ତାଙ୍କ ତରଫରୁ ଏହା ଏକ ଛୋଟ ଅବଦାନ ଥିଲା। ଅଧିକାଂଶ କ୍ୟାନସର ପୀଡ଼ିତ ପିଲାଙ୍କ ଚିକିତ୍ସା ସମ୍ଭବ। ଟଙ୍କା ଅଭାବରୁ ଏହା ବନ୍ଦ ହେବା ଅନୁଚିତ୍। ସ୍ନେହରେ କରାଯାଇଥିବା ଛୋଟ କାମ ବହୁତ ଆଗକୁ ଯାଇଥାଏ। ’

କାମ କଥା କହିବା ଯଦି ବଲିଉଡରେ ପୂଜାଙ୍କ ଶେଷ ଫିଲ୍ମ ‘ହାଉସଫୁଲ୍ ୪’ ସୁପରହିଟ୍ ଥିଲା। ଏହା ପରେ ସେ ତେଲୁଗୁ ଭାଷାରେ ରିଲିଜ ହୋଇଥିବା ଫିଲ୍ମ ‘ଅଲା ବୈକୁଣ୍ଠପୁର୍ରମଲୁ’ରେ ନଜର ଆସିଥିଲେ ଯାହା ବକ୍ସ ଅଫିସରେ ସଫଳ ହୋଇଥିଲା। ତାଙ୍କ ଆଗାମୀ ତେଲୁଗୁ ଫିଲ୍ମ ‘ବାହୁବଳୀ’ ଫେମ୍ ପ୍ରଭାସଙ୍କ ସହ ଅଛି ଯାହାର ସୁଟିଂ ଜାରି ଅଛି।
