Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରୁ ଶିଶୁଙ୍କ ସୁରକ୍ଷା ପାଇଁ କମିଟି ଗଠନ, ସବୁ କୋଭିଡ୍ ହସ୍ପିଟାଲ୍ରେ ହେଲ୍ପ ଡେସ୍କ ବାଧ୍ୟତାମୂଳକ
  • ||
  • ଜଟିଳ ହେବାରେ ଲାଗିଛି ଭୁବନେଶ୍ଵରରେ କରୋନା ସ୍ଥିତି, ଆଜି ୧୩୫୩ ପଜିଟିଭ୍ ଚିହ୍ନଟ
  • ||
  • ଜୁନ ୧୫ ଯାଏଁ ଶ୍ରୀମନ୍ଦିର ବନ୍ଦ, ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନର ବଡ ନିଷ୍ପତ୍ତି
  • ||
  • ଆଜି ସୁସ୍ଥରେ ରେକର୍ଡ, ସୁସ୍ଥ ହୋଇ ଘରକୁ ଫେଲେ ୧୨୦୭୭ ଆକ୍ରାନ୍ତ
  • ||
  • ୧୭ ମେ ସୋମବାର ଖୋଲିବ କେଦାରନାଥ ଧାମ କବାଟ ।। ତୀର୍ଥ ପୁରୋହିତ ସୀମିତ ସଂଖ୍ୟକ ଲୋକଙ୍କ ଉପସ୍ଥିତିରେ ବିଧିବିଧାନ ସହ କବାଟ ଖୋଲିବ ।। ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଜନତାଙ୍କ କଲ୍ୟାଣ ନିମନ୍ତେ ହେବ ପ୍ରଥମ ପୂଜା ।।
  • ||
  • ଆଗାମୀ ୩ ଦିନରେ ରାଜ୍ୟକୁ ମିଳିବ ଭ୍ୟାକସିନ୍‌ର ୫୧ ଲକ୍ଷ ଡୋଜ୍‌
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ, ନେଇପାରେ ଅବପାତର ରୂପ
  • ||
  • ସଂକ୍ରମଣ ସାମାନ୍ୟ କମିଲା : ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୧୧ ହଜାରରୁ ଅଧିକ ପଜିଟିଭ୍, ୪୦୭୭ ମୃତ
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୩୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଏହା କ’ଣ ନଗ୍ନତା-ଅଶ୍ଲୀଳତା ନୁହେଁ ? ପୂଜା ବେଦୀଙ୍କ ପ୍ରଶ୍ନ

10/11/2020 at 8:48 PM

ମୁମ୍ବାଇ,  ୧୦।୧୧:  କବୀର ବେଦୀଙ୍କ ଝିଅ ତଥା ଅଭିନେତ୍ରୀ ପୂଜା ବେଦୀ ବିବାଦିତ ଫଟୋକୁ ନେଇ ମିଲିନ୍ଦ ସୋମଣଙ୍କ ସପକ୍ଷରେ ମତ ରଖିଛନ୍ତି । ତେବେ ପୂଜାଙ୍କ ଟ୍ୱିଟକୁ ନେଇ ବିବାଦ ବଢିବାରେ ଲାଗିଛି । କାରଣ ପୂଜା ନିଜ ଟ୍ୱିଟରେ ବିଚ୍‌ରେ ଉଲଗ୍ନ ହୋଇ ଦୌଡୁଥିବା ମିଲିନ୍ଦ ସୋମଣଙ୍କ ତୁଳନା ନାଗା ସାଧୁଙ୍କ ସହ କରିଛନ୍ତି । ଏହାସହ କହିଛନ୍ତି ଯେ, ଯଦି ଉଲଗ୍ନ ହେବା ଅପରାଧ ତେବେ ନାଗା ବାବାଙ୍କୁ ମଧ୍ୟ ଗିରଫ କରାଯିବା ଉଚିତ ।

ପୂଜା ନିଜ ଟ୍ୱିଟରେ ଲେଖିଛନ୍ତି ଯେ, ମିଲିନ୍ଦଙ୍କ ଫଟୋରେ କିଛି ଅଶ୍ଲୀଳତା ନାହିଁ । ଅଧିକ ଭାବୁଥିବା ଲୋକଙ୍କ ମାନସିକତାରେ ଅଶ୍ଲିଳତା ରହିଛି । ତାଙ୍କ ଅପରାଧ ଭଲ ଦେଖାଯିବା, ପ୍ରସିଦ୍ଧ ହେବା ଓ ବେଞ୍ଚମାର୍କ ପ୍ରତିଷ୍ଠା କରିବା । ଯଦି ଉଲଗ୍ନ ହେବା ଅପରାଧ ତେବେ ନାଗା ବାବାଙ୍କୁ ମଧ୍ୟ ଗିରଫ କରାଯାଉ । ତେବେ ଏହାକୁ ସୋସିଆଲ ମିଡିଆରେ ୟୁଜର ଟ୍ରୋଲ୍ କରିଛନ୍ତି ।
ଜଣେ ୟୁଜର ଲେଖିଛନ୍ତି ଯେ, କ୍ଷମା କରନ୍ତୁ । କିନ୍ତୁ ଏହି ତୁଳନା ପୁରାପୁରି ଭୁଲ ଅଟେ । ନାଗା ସାଧୁମାନେ ସର୍ବଦା ଏପରି ରହିଥାନ୍ତି ।

ସେହିପରି ଆଉଜଣେ ଲେଖଛନ୍ତି ଯେ, ଯଦି ଜଣେ ମହିଳା କିଛି ସୁଟ୍ କରନ୍ତି ତାହା ଭୁଲ ଏବଂ ମିଲିନ୍ଦ ଠିକ୍, ପୁନମ ପାଣ୍ଡେଙ୍କ ପାଇଁ ପୂଜା କାହିଁକି ବାହାରିଲେନି ବୋଲି ସେ ପ୍ରଶ୍ନ କରିଛନ୍ତି । ଆଜିକାଲି ବଲିଉଡରେ ହିନ୍ଦୁଙ୍କୁ ଗାଳି ଦେବା ସାଧାରଣ ହୋଇଗଲାଣି ।

ସେହିପରି ଆଉଜଣେ ୟୁଜର ଲେଖିଛନ୍ତି ଯେ, ନାଗା ସାଧୁଙ୍କ ପାଖରେ ସୋସିଆଲ ମିଡିଆ ନାହିଁ । ତେଣୁ ଉଭୟଙ୍କୁ ତୁଳନା କରିବା ଭୁଲ ।

ସୂଚନାଯୋଗ୍ୟ, ମିଲିନ୍ଦ ବିଚରେ ଉଲଗ୍ନ ହୋଇ ଦୌଡୁଥିବାର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲା । ଏହାପରେ ପୋଲିସ ଆଇପିସି ଧାରା ୨୯୪, ସେକ୍ସନ ୬୭ରେ ତାଙ୍କୁ ଗିରଫ କରିଥିଲା ।

   Related Posts