Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବୋଲ୍ଡ ଏବଂ ସେକ୍ସି ପୂଜା ବେଦୀଙ୍କ ଆଜି ଜନ୍ମଦିନ : ଜାଣନ୍ତୁ ପୂଜାଙ୍କୁ କାହିଁକି ବ୍ୟାନ୍ କରିଥିଲା ଦୂରଦର୍ଶନ?

11/05/2020 at 1:48 PM

ମୁମ୍ବାଇ ୧୧/୫: ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କ କ୍ୟାରିୟର ଆରମ୍ଭରୁ ସୁପରହିଟ୍ ଥିଲା କିନ୍ତୁ ତା’ପରେ ଧୀରେ ଧୀରେ ଇଣ୍ଡଷ୍ଟ୍ରିରୁ ଗାୟବ ହୋଇଯାଇଥିଲେ। ବଲିଉଡ ଅଭିନେତ୍ରୀ ପୂଜା ବେଦୀଙ୍କ ଗଣନା ମଧ୍ୟ ଏପରି ଅଭିନେତ୍ରୀଙ୍କ ମଧ୍ୟରେ ହୋଇଥାଏ। ପୂଜା ନିଜ କ୍ୟାରିୟର ଆରମ୍ଭରୁ ଅନେକ ହିଟ୍ ଫିଲ୍ମ ଦେଇଥିଲେ କିନ୍ତୁ ପରେ ନିଜକୁ ପ୍ରମାଣିତ କରିପାରିନଥିଲେ।

ପୂଜା ବେଦୀ ମେ ୧୧ତାରିଖରେ ନିଜର ୫୦ତମ ଜନ୍ମଦିନ ପାଳନ କରୁଛନ୍ତି। ପୂଜା ଜଣାଶୁଣା ଅଭିନେତା କବୀର ବେଦୀଙ୍କ ଝିଅ। ପୂଜା ୧୯୯୨ମସିହାରେ ଅମୀର ଖାନଙ୍କ ସହ ଫିଲ୍ମ ଜୋ ଜିତା ଓ୍ବହି ସିକନ୍ଦରରେ କାମ କରିଥିଲେ। ଫିଲ୍ମଟି ପରଦାରେ ସୁପରହିଟ୍ ହୋଇଥିଲା ଏବଂ ପୂଜା ବେଦୀ ରାତାରାତି ଷ୍ଟାର ହୋଇଯାଇଥିଲେ।

ପୂଜା ବେଦୀ ଏହା ପୂର୍ବରୁ ୧୯୯୧ମସିହାରେ ମଧ୍ୟ ଚର୍ଚ୍ଚାରେ ଥିଲେ। ୯୦ଦଶକର ଆରମ୍ଭରେ ପୂଜା ବେଦୀଙ୍କ ଚର୍ଚ୍ଚାରେ ରହିବାର କାରଣ ଥିଲା ତାଙ୍କ ବୋଲ୍ଡ ଅବତାର। ପୂଜା ବେଦୀ କଣ୍ଡୋମର ଏକ ଆଡରେ କାମ କରିଥିଲେ ଏବଂ ପ୍ରଥମ ଥର ଜଣେ ଅଭିନେତ୍ରୀ କଣ୍ଡୋମ୍ ଆଡରେ ନଜର ଆସିଥିଲେ।

ଭାରତରେ ପ୍ରଥମ ଥର କୌଣସି ଘରୋଇ କମ୍ପାନୀ ନିଜର କଣ୍ଡୋମ୍ ପ୍ରସ୍ତୁତ କରିଥିଲା ଏବଂ କମ୍ପାନୀ ପ୍ରଚାର କରିବାର ନିଷ୍ପତ୍ତି ନେଇଥିଲା,ଯେଉଁଥିପାଇଁ ସେମାନେ ପୂଜା ବେଦୀଙ୍କୁ ବାଛିଥିଲେ। କଣ୍ଡୋମର ନାଁ ଥିଲା କାମସୂତ୍ର। କାମସୂତ୍ର ଆଡରେ ପୂଜା ବେଦୀ ଖୁବ୍ ବୋଲ୍ଡ ଅନ୍ଦାଜରେ ନଜର ଆସିଥିଲେ। ସେହି ସମୟରେ ପୂଜାଙ୍କୁ ନିଜ ବୋଲ୍ଡ ଆଡ୍ ପାଇଁ ବିରୋଧ ମଧ୍ୟ ସହିବାକୁ ପଡ଼ିଥିଲା।

ଆଡ ଗୁରୁ ଆଲିକ୍ ପଦ୍ମସି ପୂଜା ବେଦୀଙ୍କ ଏହି ଆଡକୁ ବନାଇଥିଲେ। ଏକ ସାକ୍ଷାତକାରରେ ଆଲେକ କହିଥିଲେ ଯେ ଭାରତରେ ପ୍ରଥମ ଥର କୌଣସି କମ୍ପାନୀ କଣ୍ଡୋମ୍ ପ୍ରସ୍ତୁତ କରିବାକୁ ଯାଉଛି। କାରଣ ଏହା ପୂର୍ବରୁ ଭାରତରେ କେବଳ ସରକାରଙ୍କ ଦ୍ବାରା ନିର୍ମିତ ନିରୋଧ ହିଁ ଥିଲା। ଏହା ଅତ୍ୟନ୍ତ ଖରାପ କ୍ବାଲିଟିର ଥିଲା। ସେତେବେଳେ ଭାରତରେ କାମସୂତ୍ର ଭଳି ପ୍ରିମିୟମ୍ କଣ୍ଡୋମ୍ ଏଣ୍ଟ୍ରି କରୁଥିଲା।

ଆଲିକ୍ କହିଥିଲେ ଯେ ରେମଣ୍ଡସର ମାଲିକ ଗୌତମ ସିଙ୍ଘାଣିଆ ତାଙ୍କ ପାଖକୁ ଆସିଥିଲେ ଏବଂ ସେ କହିଥିଲେ ଯେ ତାଙ୍କ ବାପା କଣ୍ଡୋମ୍ ପ୍ରଡକ୍ସନ୍ କରିବାକୁ ଚାହୁଁଛନ୍ତି। କଣ୍ଡୋମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା ଏବଂ ଏହାର ନାଁ ରଖାଯାଇଥିଲା କାମସୂତ୍ର।

କାମ ଆରମ୍ଭ ହେବାରୁ ସେମାନେ ମାଗାଜିନ୍ ପାଇଁ ଗୋଆରେ ମଡେଲଙ୍କଠୁ ସୁଟ୍ କରାଇଥିଲେ,କିନ୍ତୁ ଏବେ ତାଙ୍କୁ ଟିଭି ପାଇଁ ମଡେଲ୍ ଆବଶ୍ୟକ ଥିଲା। ମଡେଲଙ୍କ କଥା ପଡ଼ିବାରୁ ଗୌତମ ପୂଜା ବେଦୀଙ୍କ ନାଁ ସାମନାରେ ରଖିଥିଲେ। ପୂଜା ସେହି ସମୟରେ ନିଜ ବୋଲ୍ଡ ଲୁକ୍ ପାଇଁ ଖୁବ୍ ଚର୍ଚ୍ଚାରେ ଥିଲେ।

କାମସୂତ୍ରର ଏହି ଆଡରେ ପୂଜା ବେଦୀଙ୍କ ସହ ମଡେଲ୍ ମାର୍କ ରବିନସନ୍ ନଜର ଆସିଥିଲେ। ମାର୍କ ରବିନସନଙ୍କୁ ବାଛିବା ପଛରେ ଆଲେକ କହିଥିଲେ ଯେ ତାଙ୍କ ଫିଜିକ୍ ବହୁତ ଭଲ ଥିଲା ଏବଂ ସେ ଏଥିପାଇଁ ଫିଟ୍ ଥିଲେ। ଆଡ ପ୍ରସ୍ତୁତ ହୋଇଗଲା,କିନ୍ତୁ ଅନ୍ ଏୟାର ହେବା ପାଇଁ ଦୂରଦର୍ଶନ ପାଖକୁ ଯାଇଥିଲେ ସେତେବେଳେ ସେମାନେ ଏହାକୁ ଚଲାଇବାକୁ ମନା କରିଦେଇଥିଲେ।

ଦୂରଦର୍ଶନ କହିଥିଲା ଯେ ଏହି ଆଡ ଅତ୍ୟଧିକ ବୋଲ୍ଡ ଏବଂ ଏହା ଚଲାଇବା ଦ୍ବାରା କମ୍ ବୟସର ଦର୍ଶକଙ୍କ ଉପରେ ଖରାପ ପ୍ରଭାବ ପଡ଼ିବ। ଅନେକ ଉଦ୍ୟମ ପରେ ମଧ୍ୟ ଏହି ଆଡ ଦୂରଦର୍ଶନରେ ଚାଲି ପାରିନଥିଲା। ଏହି ସମୟରେ ପ୍ରାଇଭେଟ୍ ଚ୍ୟାନେଲରେ ଭାରତକୁ ପ୍ରବେଶ କରୁଥିଲା ତେଣୁ ପରେ ପ୍ରାଇଭେଟ୍ ଚ୍ୟାନେଲରେ ଏହି ଆଡ ଖୁବ୍ ଚାଲିଥିଲା।

   Related Posts