Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||
  • ସରିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ, ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭୁବନେଶ୍ବର : BMCର ପେଡ୍ କ୍ବାରେଣ୍ଟାଇନ୍ ବ୍ୟବସ୍ଥା, ନନ୍ ଏସି ୧୦୯୯ ଓ ଏସି ରୁମ୍ ୧୪୯୯ ଟଙ୍କା
  • ||
  • ଭୁବନେଶ୍ବର : ପିପିଲି ହିଂସା ଘଟଣା, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି
  • ||
  • କରଞ୍ଜିଆ : ବିଡିଓଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ, ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇ ନିର୍ବାଚିତ ଜନ ପ୍ରତିନିଧିଙ୍କ ଧାରଣା ୪ର୍ଥ ଦିନରେ
  • ||

ପୃଥ୍ବୀ ସଙ୍କୁ ପ୍ରଶଂସାରେ ପୋତିଲେ ରିକି ପଣ୍ଟିଂ, କହିଲେ- ସେ ଜଣେ ସୁପରଷ୍ଟାର ଖେଳାଳି

6/04/2021 at 4:03 PM

ନୂଆଦିଲ୍ଲୀ ୬/୫:  ଆଇପିଏଲ -୨୦୨୧ ଏପ୍ରିଲ ୯ରୁ ଆରମ୍ଭ ହେବାକୁ ଯାଉଛି। କରୋନା କଟକଣା ମଧ୍ୟରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ ଆୟୋଜିତ ହେବାକୁ ଯାଉଥିବା ବେଳେ ବହୁ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ଆଇପିଏଲ୍‌-୨୦୨୧ରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଋଷଭ ପନ୍ତ ହୋଇଛନ୍ତି। ଏହି ସିଜନ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସର ଖେଳାଳି ପୃଥ୍ବୀ ସ’ଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଟିମ୍‌ ପାଇଁ ପୁଣି ଥରେ ଓପନିଂ କରିବାରେ ନଜର ଆସିବେ ସ। ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ରିକି ପଣ୍ଟିଂଙ୍କ ମତରେ ପୃଥ୍ବୀ ସଙ୍କ  ପାଖରେ ଜଣେ  ସୁପରଷ୍ଟାର ଖେଳାଳି ହେବାର କ୍ଷମତା ରହିଛି।

ଗତ ସିଜନ୍‌ରେ ପୃଥ୍ବୀ ସହ କୌଣସି ପ୍ରକାର ଭଲ ପ୍ରଦର୍ଶନ କରିପାରିନଥିଲେ। ଏହା ପରେ ଅଷ୍ଟେ୍ରଲିଆ ଗସ୍ତରେ ବି ଫ୍ଲଫ୍‌ ମାରିଥିଲେ ସ। କିନ୍ତୁ ନିକଟରେ ହୋଇଥିବା ବିଜୟ ହଜାରେ ଟ୍ରଫିରେ  ଜବରଦସ୍ତ  ପ୍ରତ୍ୟାବର୍ତ୍ତନ କରିବା ସହ ୮ ମ୍ୟାଚ୍‌ରେ ୮୨୭ ରନ୍‌ ସଂଗ୍ରହ କରିଥିଲେ। ଅଷ୍ଟେ୍ରଲିଆ ଟିମ୍‌ର ପୂର୍ବତନ ଅଧିନାୟକ ତଥା ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ରିକି ପଣ୍ଟିଂ କ୍ରିକେଟ ଡଟ୍‌ କମ୍‌କୁ ସାକ୍ଷାତକାର ଦେଇ କହିଛନ୍ତି, ଗତ ଆଇପିଏଲ୍‌ ସିଜ୍‌ନରେ ପୃଥ୍ବୀ ସଙ୍କ ସହ ଆଲୋଚନା ହୋଇଥିଲା। ତାଙ୍କୁ ପ୍ରଶିକ୍ଷଣ ଦେବାର ସଠିକ୍‌ ପ୍ରଣାଳୀ, ତାଙ୍କୁ ସବୁଠୁ ଭଲ କ୍ରିକେଟ ଶକ୍ଷା ଦେବାକୁ ପ୍ରୟାସ କରିଥିଲେ ବୋଲି ସେ କହିଛନ୍ତି।

ଗତ ବର୍ଷ ସଙ୍କ ବ୍ୟାଟିଂରେ ତାଙ୍କ  ଥଓରି ହୃଦୟସ୍ପର୍ଶୀ ଥିଲା। ଯେତେବେଳେ ସେ ରନ୍‌ କରିପାରନ୍ତି ନାହିଁ ସେତେବେଳେ ସେ ଖେଳିବାକୁ ଚାହାଁନ୍ତି ନାହିଁ। ଯେବେ ରନ୍‌ କରପାରନ୍ତି ତେବେ ସେ ଖେଳିବାକୁ ଆଗ୍ରହ ପ୍ରକାଶ କରନ୍ତି ବୋଲି ପଣ୍ଟିଂ କହିଛନ୍ତି। ୪-୫ଟି ମ୍ୟାଚ୍‌ରେ ୧୦ କିମ୍ବା କମ୍‌ କରିବା ରନ୍‌ ପରେ ସେ ପରବର୍ତ୍ତୀ ମ୍ୟାଚ୍‌ ବ୍ୟାଟିଂ କରିବାକୁ ମନାକରନ୍ତି। ମୋ ମତରେ ତାଙ୍କ ଠାରେ ପରିବର୍ତ୍ତନ ଆସିଛି। ତାଙ୍କର ପୂର୍ବ ଥିଓରିରେ କିଛି ନା କିଛି ପରିବର୍ତ୍ତନ ଆସିସାରିଥିବ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି ରିକି ପଣ୍ଟିଂ ।

ଏହା ସହ ସେ ଆହୁରି କହିଛନ୍ତି,  ଯଦି ପୃଥ୍ବୀଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଖିପାରନ୍ତି ତେବେ ସେ ଜଣେ ସୁପରଷ୍ଟାର ପ୍ଲେୟର ହୋଇପାରିବେ। ବିଜୟ ହଜାରେ ଟ୍ରଫିରେ ପୃଥ୍ବୀଙ୍କ ପ୍ରଦର୍ଶନ ଦେଖିବା ପରେ ଆଇପିଏଲ୍‌-୨୦୨୧ର ପ୍ଲେଇଂ ଇଲେଭେନ୍‌ ତାଙ୍କର ସ୍ଥାନ ପାଖାପାଖି ପକ୍କା ବୋଲି ପଣ୍ଟିଂ କହିଛନ୍ତି। ବିଶ୍ବାସ କରାଯାଉଛି ପୃଥ୍ବୀ ସ ଚଳିତ ସିଜନ୍‌ରେ ଶିଖର ଧାଓ୍ବନଙ୍କ ସହ ଓପନିଂ କରୁଥିବା ନଜର ଆସିପାରନ୍ତି ବୋଲି ମୁଖ୍ୟ କୋଚ୍‌ ରିକି ପଣ୍ଟିଂ କହିଛନ୍ତି।

   Related Posts