କେଦାରନାଥରେ ପୁଣି ମିଳିଲାଣି ବିପଦର ସଙ୍କେତ, ଗ୍ଲେସିୟରରେ ସୃଷ୍ଟି ହୋଇଛି ପୁଷ୍କରିଣୀ

Published By : Prameya-News7 Bureau | June 24, 2019 IST

ଡେରାଡୁନ:  କେଦାରନାଥ ୨୦୧୩ ପାହାଡ ପ୍ରଳୟରେ ଧ୍ୱଂସସ୍ତୁପ ପାଲଟିଥିଲା। ତେବେ ସେତେବେଳେ ଏହି ପ୍ରଳୟର କାରଣ ପାଲଟିଥିବା ଚୋରାବାଡୀ ଝିଲ ପୁନର୍ଜିବୀତ ହୋଇଥିବା ଏବେ ପୁଣି ଚର୍ଚ୍ଚା ହେଉଛି।  ତେବେ ଏହାକୁ ଗୁଜବ କହିଛନ୍ତି ଡେରାଡୁନସ୍ଥିତ ବାଡିଆ ଇନଷ୍ଟିଚ୍ୟୁଟ୍ ଅଫ ହିମାଲୟନ ଜିଓଲଜିର ବୈଜ୍ଞାନିକମାନେ। ସେମାନଙ୍କର କହିବା କଥା ହେଲା ଯେଉଁ ପୁଷ୍କରିଣୀ ସୃଷ୍ଟି ହୋଇ କେଦାରନାଥ ଧାମ ଧ୍ୱଂସ୍ତବିଧ୍ୱଂସ୍ତ ହୋଇଥିଲା ତାହା ମୁଖ୍ୟମନ୍ଦିରରୁ ମାତ୍ର ୨ କିଲୋମିଟର ଉପରେ ଥିଲା। ହେଲେ ଏବେ ଯେଉଁ ପୁଷ୍କରିଣୀ କଥା କୁହାଯାଉଛି ତାହା ମନ୍ଦିରରୁ ପ୍ରାୟ ୫ କିଲୋମିଟର ଉପରେ ରହିଛି। ଯାହା ବି ହେଉ ଏହାକୁ ଆଗାମୀ ବିପଦର ସଙ୍କେତ ବୋଲି ଲୋକେ ଏବେ ଭାବୁଛନ୍ତି।

{"id":126721,"width":582,"height":327}

ନିକଟରେ କେଦାରନାଥରେ ଏକ ସ୍ୱାସ୍ଥ୍ୟସେବା ଶିବାର ଅନୁଷ୍ଠିତ ହୋଇଥିଲା। ଏହି ଶିବିରକୁ ଯୋଗଦେବାକୁ ଯାଇଥିବା ଡାକ୍ତରମାନେ ପ୍ରଥମ ଚୋରାବାଡୀ ଝିଲର ସୂଚନା ଦେଇଥିଲେ। ବାସ୍ତବରେ ଯେଉଁଠାରେ ଏହି ପୁସ୍କରଣୀ ସୃଷ୍ଟି ହୋଇଛି ୨୦୧୩ ମସିହାରେ ସେହିଠାରେ ଏକ ପୁଷ୍କରିଣୀ ସୃଷ୍ଟି ହୋଇ ପାହାଡରୁ ପ୍ରଳୟ ମାଡି ଆସିଥିଲା। ଏ ନେଇ ତୁରନ୍ତ ବାଡିଆ ଇନଷ୍ଟିଚ୍ୟୁଟକୁ ସୂଚନା ଦିଆଯିବା ପରେ ବୈଜ୍ଞାନିକ ସେଠାରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି।

{"id":126722}

ତେବେ ଡାକ୍ତରଙ୍କ ଟିମ୍ ଯାହାକୁ ଚୋରାବାଡୀ ଝିଲ କହୁଛନ୍ତି ତାହା କିନ୍ତୁ ଚୋରାବାଡୀ ଝିଲ ନୁହେଁ ବୋଲି କହିଛନ୍ତି ବୈଜ୍ଞାନିକ । ଏହାଏକ ନୂଆ ପୁଷ୍କରିଣୀ ଓ ପାହାଡର ୫ କିଲୋମିଟର ଉପରେ ହୋଇଛି। ତେବେ ଗ୍ଲେସିୟର ତରଳିବା ଯୋଗୁ ପାହାଡରେ ସୃଷ୍ଟି ହେଉଥିବା ପୁଷ୍କରିଣୀ ସବୁ ବେଳେ ନିମ୍ନାଞ୍ଚଳ ପାଇଁ ବିପଦର କାରଣ ହୋଇଥାଏ।  ଚଳିତବର୍ଷ ଅଧିକ ବର୍ଷା ଆଶଙ୍କା କରାଯାଉଥିବାରୁ ପାହାଡରେ ଏଭଳି ପୁଷ୍କରିଣୀ ଯୋଗୁ ନିମ୍ନାଞ୍ଚଳରେ ବନ୍ୟା ଆଶଙ୍କା ଦେଖାଦେବା ନିଶ୍ଟିତ ବୋଲି ଲୋକେ କହୁଛନ୍ତି। ୨୦୧୩ ମସିହାରେ ବର୍ଷା ଯୋଗୁ ଚୋରାବାଡି ଝିଲ ବନ୍ଧଭାଙ୍ଗି ତଳକୁ ମୁହାଁଇଥିଲା। ଫଳରେ ସମଗ୍ର କେଦାରନାଥ ଧାମ ଧ୍ୱଂସସ୍ତୁପରେ ପରିଣତ ହୋଇଥିଲା। ତେବେ ଏହି ବନ୍ୟା ସହ ଚୋରାବାଡୀ ଝିଲ ମଧ୍ୟ ଲୁପ୍ତ ହୋଇଯାଇଛି ବୋଲି କହିଛନ୍ତି  ବୈଜ୍ଞାନିକ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.