ପରୀ ପାଇଁ ଶୁଖାଯିବ ପୋଖରୀ ! ପମ୍ପ୍ ସାହାଯ୍ୟରେ କଢାଯିବ ପାଣି

Published By : Prameya-News7 Bureau | December 21, 2020 IST

ନୟାଗଡ,୨୧/୧୨:  ପରୀ ପାଇଁ ଶୁଖାଯିବ ପୋଖରୀ । ପରୀ ମୃତଦେହର କିଛି ଅଂଶ ପୋଖରୀରେ ପଡିଥିବା ସନ୍ଦେହ କରୁଛି କ୍ରାଇମ ବ୍ରାଞ୍ଚ୍ । ତେଣୁ ଏପରି ପଦକ୍ଷେପ ନେବାକୁ ଯୋଜନା କରାଯାଉଥିବା ସୂଚନା ମିଳିଛି ।

ସୂଚନାନୁସାରେ, ନୟାଗଡ ଯଦୁପୁରର ୫ ବର୍ଷୀୟା ଶିଶୁ କନ୍ୟା ପରୀର ମୃତ୍ୟୁକୁ ୬ ମାସ ବିତିଲାଣି । ଏହି ଘଟଣାର ତଦନ୍ତ ଏବେ କ୍ରାଇମ୍ ବ୍ରାଞ୍ଚ୍ ଏସଆଇଟି କରୁଛି । ଘଟଣାରେ ଜଣେ ଅଭିଯୁକ୍ତକୁ ମଧ୍ୟ ରବିବାର ଗିରଫ କରାଯାଇଛି । ଏହା ମଧ୍ୟରେ ତଦନ୍ତକୁ ଆହୁରି ତ୍ୱରାନ୍ୱିତ କରିବାକୁ ପୋଖରୀ ଶୁଖାଯିବ । କାରଣ ପରୀ ଘରର ବାଡିପଟେ ରହିଛି ଏହି ପୋଖରୀ । ଏହା ନିକଟରୁ ପରୀର ଗଳିତ ମୃତଦେହ ଉଦ୍ଧାର ହୋଇଥିଲା ।

ପୋଖରୀରେ ପରୀ ଶରୀରର କିଛି ଅଂଶ ରହିଥିବା ନେଇ ଅନୁମାନ କରାଯାଉଛି । ତେଣୁ ପମ୍ପ ସାହାଯ୍ୟରେ ପୋଖରୀ ଶୁଖାଇବାକୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ପରୀ ମୃତ୍ୟୁକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି । ଏହି ମାମଲା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର ମାମଲାର ତଦନ୍ତ ପାଇଁ ଏସଆଇଟି ଗଠନ କରିଥିଲେ । ଏବେ ତଦନ୍ତ ଜୋରସୋରରେ ଚାଲିଛି । ଏସଆଇଟିକୁ ସଫଳତା ମଧ୍ୟ ମିଳୁଥିବା ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.