Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||
  • ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
  • ||
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||

ଗତ ସପ୍ତାହରେ କରୋନାମୁକ୍ତ ଘୋଷିତ କୁକୁରର ମୃତ୍ୟୁ, କାରଣ ଅସ୍ପଷ୍ଟ, ଚିନ୍ତାରେ ବୈଜ୍ଞାନିକ

18/03/2020 at 5:59 PM

ନୂଆଦିଲ୍ଲୀ ୧୮।୦୩: ସରକାରଙ୍କ ଦ୍ଵାରା ଆଇସୋଲେସନରେ ରହିବା ପରେ ବିଶ୍ଵର ପ୍ରଥମ ପଶୁ ଭାବେ ପୋମେରାନିଆନ ପ୍ରଜାତିର କୁକୁରକୁ କରୋନା ମୁକ୍ତ ଘୋଷଣା କରାଯାଇଥିଲା। ପରୀକ୍ଷଣରେ କରୋନା ନେଗେଟିଭ୍ ଆସିବା ପରେ ଏହି ପାଳିତ କୁକୁରକୁ ଘରକୁ ପଠାଇ ଦିଆଯାଇଥିଲ।। ହେଲେ ଏବେ ଏହି କୁକୁର ମୃତ୍ୟୁ ଘଟିଛି। କିନ୍ତୁ ଏହା ସ୍ପଷ୍ଟ ହୋଇ ନାହିଁ ଯେ, କୁକୁର ମୃତ୍ୟୁର କୋଭିଡ୍-୧୯ରେ ଘଟିଛି ନା ନାହିଁ। ସମଗ୍ର ଦୁନିଆର ପଶୁ ପ୍ରେମୀଙ୍କ ଲାଗି ଏହା ଏକ ବଡ ଝଟକା ହୋଇଛି ଏବଂ ବୈଜ୍ଞାନିକଙ୍କ ପାଇଁ ଏହା ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିବାକୁ ଯାଉଛି।

୧୭ ବର୍ଷୀୟ ପୋମେରାନିଆନ କୁକୁର  କରୋନା ସଂକ୍ରମିତ ନିଜ ମାଲିକଙ୍କ ସଂସ୍ପର୍ଶରେ ଆସିଥିଲା। ଏହା ପରେ କୁକୁରକୁ ଫେବୃଆରୀ ୨୬ରୁ ଆଇସୋଲେସନରେ ରଖାଯାଇଥିଲା। ପରୀକ୍ଷଣ ନେଗେଟିଭ୍ ଆସିବା ପରେ ଗତ ସପ୍ତାହରେ କୁକୁର ଘରକୁ ଫେରିଥିଲା।

ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟର ବୁଧବାର ସୂଚନା ଅନୁଯାୟୀ, ସଂପ୍ରତି କୁକୁର ମୃତ୍ୟୁ ଘଟିଛି। ମୃତ୍ୟୁର କାରଣ ଜାଣିବା ଲାଗି କୁକୁରର ଯାଞ୍ଚ କରିବାକୁ ତାର ମାଲିକ ହଂକ କଂଗ ପଶୁ ପ୍ରାଧିକରଣକୁ ଅନୁମତି ଦେଉ ନାହାନ୍ତି।

କୁକୁରର ମାଲିକଠୁ ବିଭାଗ ଜାଣିବାକୁ ପାଇଲେ ଯେ, ମାର୍ଚ୍ଚ ୧୬ରେ ଏହାର ମୃତ୍ୟୁ ଘଟି ସାରିଛି। କୁକୁରର କରୋନା ସମ୍ଵନ୍ଧିତ ୫ଟି ପରୀକ୍ଷଣ କରାଯାଇଥିଲା। ଏହା ପରେ ପ୍ରତ୍ୟେକ ଯାଞ୍ଚରେ କରୋନା  ନେଗେଟିଭ୍ ଆସିଥିଲା। ଶେଷ ଦୁଇଟି ପରୀକ୍ଷଣ ମାର୍ଚ୍ଚ ୧୨ ଓ ମାର୍ଚ୍ଚ ୧୩ରେ କରାଯାଇଥିଲା। ଅନ୍ୟପଟେ ହଂକ କଂଗ ପଶୁ ପ୍ରାଧିକରଣ ଯାଞ୍ଚ ଲାଗି ଗୋଟିଏ ବିଲେଇ ଓ ଚାରୋଟି କୁକୁର ନିଜ ପାଖରେ ରଖିଛି।

କୁକୁରର ୬୦ ବର୍ଷୀୟ ମାଲିକ କରୋନା ଭୂତାଣୁରେ ସଂକ୍ରମିତ ଥିବା ଜଣା ପଡିଛି। ପରୀକ୍ଷଣରେ କରୋନା ପଜିଟିଭ ମିଳିବା ପରେ ଫେବୃଆରୀ ୨୫ରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେ ସୁସ୍ଥ ହୋଇ ମାର୍ଚ୍ଚ ୮ରେ ଘରକୁ ଫେରିଛନ୍ତି।

   Related Posts