Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରଞ୍ଜିଆ : କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଜଳୁଛି ଜଙ୍ଗଲ, ଫେଲ୍ ମାରିଛି ବନ ବିଭାଗର ନିଆଁ ଲିଭା ଅଭିଯାନ
  • ||
  • ଚିନ୍ତା ବଢାଉଛି କରୋନାର ବ୍ରାଜିଲ ଭାରିଏଣ୍ଟ, ରହିଛି ପୁନଃ ସଂକ୍ରମଣ କ୍ଷମତା
  • ||

ସତର୍କ: ଆସନ୍ତାକାଲିଠାରୁ ପଲିଥିନ ସମ୍ପୂର୍ଣ୍ଣ ବ୍ୟାନ, ଜରି ଧରିଲେ ଦେବେ ଜରିମନା

31/10/2018 at 8:44 PM

ଭୁବନେଶ୍ବର ୩୧|୧୦: ଆଜିଠୁ ସରିଲା ପଲିଥିନ ବ୍ୟାନ କୋହଳ ସମୟସୀମା । ଏଥିପାଇଁ ୧ ମାସ ଅବଧି ଦିଆଯାଇଥିଲା ଆସନ୍ତାକାଲିଠାରୁ କଡାକଡି ହେବ ପଲିଥିନ ବ୍ୟାନ ।ଏନେଇ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କର୍ତ୍ତୃପକ୍ଷଙ୍କୁ ଜଙ୍ଗଲ ବିଭାଗ ପକ୍ଷରୁ ଦିଆଯାଇଛି ଚିଠି ।ନିୟମ ଉଲ୍ଲଘଂନ କଲେ ୩ ହଜାରରୁ ୧ ଲକ୍ଷ ପର୍ଯ୍ୟନ୍ତ ଜରିମାନା ଆଦାୟ ହେବ ।ଏହାସହ ୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ମଧ୍ୟ ରହିଛି ।ଯେଉଁମାନେ ଦଣ୍ଡ ପରେ ବି ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ପାଇଁ ଦଣ୍ଡ ଅବଧି ୭ ବର୍ଷ ରହିଛି ।ସହର ଭିତରେ ୫୦ ମାଇକ୍ରୋନରୁ କମ ପଲିଥିନ ଉତ୍ପାଦନ ବ୍ୟାନ କରାଯାଇଛି । ମ୍ୟୁନିସିପାଲ ଅଞ୍ଚଳ ବାହାରେ ପଲିଥିନ ଉତ୍ପାଦନ ହେଉଥିବା ପଲିଥିନ ସହରକୁ ଆସିଲେ ଚେକ ଗେଟମାନଙ୍କରେ କଡା ତଦାରଖ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜଙ୍ଗଲ ଓ ପରିବେଶ ବିଭାଗ ନିର୍ଦ୍ଦେଶକ କେ.ମୁରୁଗେସେନଙ୍କ ସୂଚନା ଦେଇଛନ୍ତି ।

ଅପରପକ୍ଷରେ ଗତ ମାସକ ମଧ୍ୟରେ ପଲିଥିନ ବେନ୍‌ ନେଇ ସାଧାରଣ ଲୋକ ଏବଂ ଦୋକାନୀ କେତେ ସଚେତନ ହୋଇଛନ୍ତି ଓ ନିୟମ ପାଳନ କରୁଛନ୍ତି ସେ ନେଇ ଆମେ ଗ୍ରାଉଣ୍ଡ ଜିରୋରୁ ସ୍ଥିତି ପରଖିଥିଲୁ । ଆମେ ପହଞ୍ଚିଥିଲୁ ୟୁନିଟ୍ ୪ ମାର୍କେଟରେ । ସମସ୍ତଙ୍କ ହାତରେ ପଲିଥିନ୍, ହେଲେ କେହି ଦାୟୀ ନୁହେଁ ଭଳି ସ୍ଥିତି । ମାନେ ଦୋଷ ଠେଲାଠେଲି । ଗ୍ରାହକ କହୁଛନ୍ତି ଦୋକାନୀ ପଲିଥିନରେ ଜିନିଷ ଦେଉଛନ୍ତି । ଆଉ ଦୋକାନୀଙ୍କ କହିବା କଥା, ପଲିଥିନରେ ଜିନିଷ ନ ଦେଲେ ଗ୍ରାହକ ଅନ୍ୟ ଦୋକାନ ଚାଲି ଯାଉଛନ୍ତି । ଜଣେ ବାବୁ ଘରୁ ବ୍ୟାଗ୍ ନେଇ ଆସିଛନ୍ତି, ହେଲେ ଫ୍ରିରେ ପଲିଥିନ୍ ମିଳିଗଲେ ଛାଡୁଛି କିଏ । ଆଉ ଜଣେ ମାଡାମ ତ, ଯେତେ ପ୍ରକାର ପରିବା ସେତେଟା ପଲିଥିନ୍ ନେବାକୁ ଯେମିତି ପୂରା ମନସ୍ଥ କରି ଆସିଛନ୍ତି ।

ଦୋକାନୀଙ୍କ କହିବା କଥା, ପଲିଥିନର ବିକଳ୍ପ ଭାବେ କଟନ୍ ବ୍ୟାଗ୍ ଅଛି, ହେଲେ ତାହା ଗୋଟାକୁ ୩ ଟଙ୍କା । ଯାହା ଦେବାକୁ ଗ୍ରାହକ ପ୍ରସ୍ତୁତ ନୁହଁନ୍ତି । ତେଣୁ ସେମାନେ ଟଙ୍କାଟେ ଖର୍ଚ୍ଚରେ ପଲିଥିନ୍ ଧରାଇବାକୁ ବାଧ୍ୟ । ସେପଟେ ଗ୍ରାହକଙ୍କର ଘରୁ କଟନ୍ ବ୍ୟାଗ୍ ଆଣିବାକୁ ମନେ ପଡ଼ୁନି, କାହିଁକି ନା ପଲିଥିନ୍ ଅଭ୍ୟାସ ଏ ଯାଏଁ ଛାଡ଼ିନି । ତେବେ ଶୁଖିଲା ଖାଦ୍ୟକୁ କାଗଜ ଠୁଙ୍ଗାରେ ଦେବାର ପ୍ରୟାସ କରୁଛନ୍ତି ବ୍ୟବସାୟୀ । ଆଉ କିଛି ସଚେତନ ଗ୍ରାହକ ପଲିଥିନ ବ୍ୟବହାରକୁ ବର୍ଜନ କରିଛନ୍ତି ।  ହେଲେ ଏ ସଂଖ୍ୟା ଖୁବ୍ କମ୍ ।  ଏହାରି ଭିତରେ ସବୁଠାରୁ ବଡ଼ ପ୍ରଶ୍ନ, ଏଭଳି ପଲିଥିନ୍ ତିଆରିରେ ବି ରୋକ୍ ଲାଗିଥିବା ବେଳେ ଏମାନଙ୍କ ପାଖରେ ପହଞ୍ଚୁଛି କେମିତି ? କୁଆଡ଼ୁ ଆସୁଛି ଏତେ ପଲିଥିନ୍ ? ଏହାକୁ ରୋକିବାକୁ ସରକାର କିଛି ପଦକ୍ଷେପ ନେଉଛନ୍ତି ନା ଗୁଟଖା ବ୍ୟାନ୍ ଭଳି ଘୋଷଣା କରି ଚୁପ୍ ବସି ଯାଇଛନ୍ତି ?

   Related Posts