ବେକରେ ରଶି ଲଗାଇ ପଲିଟେକନିକ ଛାତ୍ରଙ୍କ ଆତ୍ମହତ୍ୟା ; କାରଣ ଅସ୍ପଷ୍ଟ
4/09/2018 at 5:12 PM

ବଲାଙ୍ଗୀର ପଲିଟେକନିକରେ ଘଟିଛି ଅଭାବନିୟ ଘଟଣା। ବଲାଙ୍ଗୀର ପଲିଟେକନିକ ଇଲେକଟ୍ରିକାଲ ତୃତୀୟ ବର୍ଷର ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି । ବେକରେ ରଶି ଲଗାଇ ଛାତ୍ର ଜଣକ ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ର ଜଣକ ହେଉଛନ୍ତି ଭଦ୍ରକ ଚନ୍ଦ୍ରଶେଖର ବେହେରା । ଟାଉନ ଥାନା ଶାନ୍ତିପଡା ସ୍ଥିତ ଆଲୋକ ନଗରରେ ଥିବା ଏକ ବେସରକାରୀ ହଷ୍ଟେଲରୁ ଚନ୍ଦ୍ରଶେଖରଙ୍କ ଝୁଲନ୍ତା ମୃତ ଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ବଲାଙ୍ଗୀର ମୂଖ୍ୟ ଡାକ୍ତରଖାନାକୁ ପଠାଇଛି ପୋଲିସ। ଚନ୍ଦ୍ରଶେଖର ସରକାରୀ ପୋଲିଟେକନିକର ତୃତୀୟ ବର୍ଷର ଛାତ୍ର ଥିବା ବେଳେ କାହିଁ କି ଓ କେଉଁ ପରିସ୍ତିତି ରେ ଆତ୍ମହତ୍ୟା କଲେ ତାକୁ ତଦନ୍ତ ଆରମ୍ଭ କରିଛି ଟାଉନ ଥାନା ପୋଲିସ। ତେବେ ଗତ କିଛି ଦିନ ହେଲା ଚନ୍ଦ୍ରଶେଖର ମାନସିକ ଚାପରେ ରହିଥିବା ତାଙ୍କ ସାଙ୍ଗ ସାଥୀ ମାନେ କହିଛନ୍ତି।