ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ପିକ୍‌ଅପ୍‌ ଭ୍ୟାନ୍‌ ; ୮ମୃତ , ୧୮ ଆହତ

Published By : Prameya-News7 Bureau | February 17, 2020 IST

ମୁମ୍ବାଇ ୧୭।୦୨: ପୋଲ ତଳକୁ ଖସିପଡିଲା ପିକ୍‌ଅପ୍‌ ଭ୍ୟାନ୍‌ । ମହାରାଷ୍ଟ୍ର ୟଭତମାଲ୍‌ ନିକଟରେ ଥିବା ଏକ ପୋଲ ତଳକୁ ପିକ୍‌ଅପ୍‌ ଭ୍ୟାନ୍‌ ଖସିପଡିଛି ।  ଭ୍ୟାନ୍‌ ଖସିବା ଦ୍ବାରା ୮ଜଣଙ୍କ ମୃତ୍ୟ ହୋଇଥିବା ବେଳେ ୧୮ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି । ଘଟମାସ୍ଥଳର ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ସଂପର୍କୀୟଙ୍କ ଅସ୍ଥି ବିସର୍ଜନ କରିବା ପାଇଁ କୋଠେଶ୍ବର ମନ୍ଦିର ଯାଇଥିଲେ । ମନ୍ଦିରରେ କାର୍ଯ୍ୟ ସାରିବା ପରେ ଜୋଡମୋହା ଫେରୁଥିଲେ । ତେବେ ରାସ୍ତାରେ ଏକ ପିକ୍‌ଅପ ଭ୍ୟାନ୍‌ ଯୋଗ ଆସୁଥିବା ସମୟରେ ଅଧାରାସ୍ତାରେ ଡ୍ରାଇଭର ଗାଡି ଉପରୁ ନିଜର ନିୟନ୍ତ୍ରଣ ହରାଇବସିଥିଲେ । ଯାହାଫଳରେ ଗାଡିଟି ରାସ୍ତା କଡରେ ଥିବା ଏକ ଗଛରେ ପିଟିହୋଇ ପୋଲ ତଳକୁ ଖସିପଡିଥିଲା ।

ଗାଡିଟି ପୋଲ ତଳକୁ ଖସିଯିବା ଦ୍ବାରା ଏକ ଭୟାନକ ସଡକ ଦୁର୍ଘଟଣାରେ ଶୀକାର ହୋଇଥିଲେ ଯାତ୍ରା କରୁଥିବା ଯାତ୍ରୀ । ଘଟଣାସ୍ଥଳରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ୨ଜଣଙ୍କର ମୃତ୍ୟୁ ହୋଇଛି ।ଦୁର୍ଘଟଆର ଖବର ପାଇଁ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ବ୍ୟକ୍ତିଙ୍କ ଉଦ୍ଧାର କରିଥିଲା । ଏବଂ ନିକଟସ୍ଥ ମେଡ଼ିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରିଛି । ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.