କରୋନା ସହ ପ୍ରଦୂଷଣ ସଂପର୍କ ! ଯେଉଁଠି ଅଧିକ ପ୍ରଦୂଷଣ ସେଠି କରୋନା ଅଧିକ ଘାତକ

Published By : Prameya-News7 Bureau | June 27, 2021 IST

ନୂଆଦିଲ୍ଲୀ, ୨୭/୦୬: ଦେଶରେ ଅଧିକ ପ୍ରଦୂଷଣ ହେଉଥିବା ଅଞ୍ଚଳରେ କରୋନା ସଂକ୍ରମଣ ଗମ୍ଭୀର ଏବଂ ଘାତକ ହୋଇଥିବା ଜଣାପଡ଼ିଛି । ଅର୍ଥାତ ଖରାପ ବାୟୁ ବା ପାର୍ଟିକୁଲେଟ୍‌ ମିଟର(ପିଏମ୍‌)ରେ ୨.୫ ସ୍ତର ଥିବା ଅଞ୍ଚଳରେ କରୋନା ସଂକ୍ରମଣ ଏବଂ ଏହି ସମ୍ୱନ୍ଧିତ ମୃତ୍ୟୁ ସମ୍ଭାବନା ଅଧିକ ରହିଛି । ଦେଶ ବ୍ୟାପି କରାଯାଇଥିବା ଅଧ୍ୟୟନରୁ ଏହି ଦାବି କରାଯାଇଛି । ବିଭିନ୍ନ ଅଞ୍ଚଳର ବାୟୁର ସାନ୍ଦ୍ରତା ସହିତ କରୋନା ସଂକ୍ରମଣର ସିଧା ସମ୍ୱନ୍ଧ ରହିଥିବା ଏହି ଅଧ୍ୟୟନରେ ଜଣାପଡ଼ିଛି ।

ଏବେ ଦିଲ୍ଲୀର ବାୟୁ ସୂଚକାଙ୍କ ଯାହା ତାହା ମେ ୨୦୧୯ର ମେ ମାସ ତୁଳନାରେ ଅନୁନ୍ୟ ୪୨ ପ୍ରତିଶତରୁ ବି କମ୍ ରହିଛି। ୨୦୧୯ ମସିହାରେ ଭାରତରେ ଲୋକେ ଲକଡାଉନ କଣ ଜାଣି ନଥିଲେ। ପ୍ରଦୂଷଣ ମୁକାବିଲା ଲାଗି ଦିଲ୍ଲୀ ସରକାର ନାନା ବିକଳ୍ପ ଚିନ୍ତା କରୁଥିଲେ। ସମୀକ୍ଷା କଲେ ୨୦୧୯ ଓ ୨୦୨୧ ବାୟୁ ଗୁଣବତ୍ତା ତୁଳନାରେ ଦିଲ୍ଲୀରେ ୨୦୨୦ର ବାୟୁ ଗୁଣବତ୍ତା ବେଶ୍‌ ଉତ୍ତମ ଥିବା ଦେଖାଯାଇଛି। ଯାହା ଦ୍ୱାରା ଲୋକେ ଅନୁନ୍ୟ ଶୁଦ୍ଧବାୟୁ ନିଶ୍ୱାସରେ ନେଇ ପାରିଥିଲେ। ତଥାପି ଏଠାରେ କରୋନା ସଂକ୍ରମଣ ଅଧିକ ରହିଥିଲା ।

ଦିଲ୍ଲୀରେ କରୋନା ସଂକ୍ରମଣ ଯୋଗୁ ଚଳିତବର୍ଷଏପ୍ରିଲ-ମେ ମାସରେ ଲକଡାଉନ ଲଗାଯାଇଥିଲା। ଯଦି ଏହା ନ ହୋଇଥାନ୍ତା ତେବେ ରାଜଧାନୀରେ ବର୍ଷର ପ୍ରଥମ ୫ ମାସର ବାୟୁ ମାନ ଅତ୍ୟନ୍ତ ଖରାପ ଥାନ୍ତା। ତେବେ ଦିଲ୍ଲୀର ବାୟୁ ଗୁଣବତ୍ତାକୁ ନେଇ ରିସର୍ଚ୍ଚ ଏଣ୍ଡ ଏଡଭୋକେସୀ ସେଣ୍ଟର ଫର ସାଇନ୍ସ ଏଣ୍ଡ ଏନଭାରନ ମେଣ୍ଟ(ସିଏସଇ)ଙ୍କ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅନୁମିତା ରାୟ ଚୌଧୁରୀ ଦିଲ୍ଲୀକୁ ଆଶ୍ୱସ୍ତ କରିବା ଲାଗି ଲକଡାଉନ ଭଳି ପଦକ୍ଷେପ ଅତ୍ୟନ୍ତ ଜରୁରି ବୋଲି କହିଛନ୍ତି। ଲକ୍‌ଡାଉନ୍‌ କାରଣରୁ ଏକ ପ୍ରକାର କରୋନା ରୋଗୀ ଏବଂ ମୃତକଙ୍କ ସଂଖ୍ୟା କମ୍‌ ରହିଛି । ନଚେତ୍‌ ପୂର୍ବ ଭଳି ପ୍ରଦୂଷଣ ହେଉଥିଲେ ମୃତ୍ୟୁ ସଂଖ୍ୟା ଢେର ଅଧିକ ରହିଥାନ୍ତା ବୋଲି ଏହି ଅଧ୍ୟୟନରେ କୁହାଯାଇଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.