ପରିବହନ ସଚିବଙ୍କ ସୂଚନା : ପଲ୍ୟୁସନ୍ ଚେକିଂ ହେଲା ମାସେ କୋହଳ, ଭୁଲବଶତଃ ଚାଳକଙ୍କ ଉପରେ ଫାଇନ୍ ପକାଇଲେ ଡବଲ୍ ଫାଇନ୍ ଦେବେ ଅଫିସର

Published By : Prameya-News7 Bureau | September 06, 2019 IST

ଭୁବନେଶ୍ବର ୬।୯: ନୂଆ ଟ୍ରାଫିକ୍ ନିୟମକୁ ସବୁଆଡେ ହଲଚଲ । ଚାରିଆଡେ ବ୍ଲକିଂ, ଚେକିଂ । କିଏ କେତେବେଳେ ଫାଇନର ଶିକାର ହେବ ସେଥିପାଇଁ ଲୋକଙ୍କ ଟେନସନ ବଢିଯାଉଛି । ଏତିକି ବେଳେ ରାଜ୍ୟ କିଛିଟା କୋହଳ କରିବାକୁ ରାଜ୍ୟ ସରକାର ଚିନ୍ତା କରିଛନ୍ତି ।

{"id":153836}

ପଲ୍ୟୁସନ୍ ଚେକିଂକୁ ମାସେ କୋହଳ କରିଛି ପରିବହନ ବିଭାଗ । ସେହିଭଳି ଟ୍ରାଫିକ୍ ଚେକିଂ ବେଳେ କ୍ଷମତାର ଅପବ୍ୟବହାର କରିପାରିବେନି ଅଫିସର । ଚାଳକକୁ ଭୁଲବଶତଃ ଫାଇନ୍ ପକାଇ ପାରିବେନି କର୍ମଚାରୀ । ଭୁଲ୍ କଲେ ଅଫିସରଙ୍କଠାରୁ ଡବଲ୍ ଫାଇନ୍ ହେବ ।

{"id":153837}

ଏହାଛଡା ଏକକ ଫାଇନ୍ ବ୍ୟବସ୍ଥାକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି । ଗୋଟିଏ ଗାଡିର ବିଭିନ୍ନ ତ୍ରୁଟିର ଫାଇନକୁ ନେଇ ଚାଲିଛି ଆଲୋଚନା । ଗୁଡାଏ ଫାଇନ୍ ବଦଳରେ ଗୋଟିଏ ଫାଇନ୍ ନେବାକୁ ବିଚାର ଚାଲିଛି । ଅନଲାଇନ ଡ୍ରାଇଭିଂ ଲାଇସେନ୍ସ ପାଇଁ ୧୭ଟି ସ୍ଥାନରେ ସିଭିଲ୍ କାର୍ଯ୍ୟରେ ଶେଷ ହୋଇଛି । ସେଗୁଡିକ ଚଳିତବର୍ଷ ଶେଷ ସୁଦ୍ଧା କାର୍ଯ୍ୟକ୍ଷମ ହେବ । ବାକି ଅନ୍ୟ ସବୁ ଜିଲ୍ଲାରେ ଡ୍ରାଇଭିଂ ଟ୍ରାକ୍ ସିଷ୍ଟମ୍ କରାଯିବ ବୋଲି ପରିବହନ ସଚିବ ଜି. ଶ୍ରୀନିବାସଙ୍କ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.