Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୭ କୋଭିଡ୍ ପଜିଟିଭ୍, ୩୩୭୧୯୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଓଡିଶା ହାତରୁ ଖସୁଛି ବନ୍ଧୁଗାଁ ବ୍ଲକ, ଲୋଭ ଦେଖାଇ ଗାଁ ଲୋକଙ୍କୁ ନିଜ ଆଡକୁ ଟାଣୁଛି ଆନ୍ଧ୍ର
  • ||
  • ଅଟୋକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ : ଜଣେ ମୃତ, ୩ ଗୁରୁତର
  • ||
  • ବାଇକକୁ ଧକ୍କା ଦେଲା ହାଇଓ୍ୱା, ଆରୋହୀ ମୃତ
  • ||
  • ଯୁବତୀଙ୍କୁ ଘରୁ ଉଠାଇ ନେଇ ୧୫ ଦିନ ଧରି ଦୁଷ୍କର୍ମ ! ଅଭିଯୁକ୍ତ ଦେଉଥିଲା ହତ୍ୟା ଧମକ, ଫଟୋ ଭାଇରାଲ ନେଇ କରୁଥିଲା ବ୍ଲାକମେଲିଂ…
  • ||
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ଗୋଟିଏ ବର୍ଷରେ ମଲେଣି ୧୨ଲକ୍ଷରୁ ଅଧିକ ଭାରତୀୟ, ଏବେ ବ୍ୟାପୁଛି ଏନସିଆରକୁ, ଏମ୍ସ ନେଲା ବଡ ପଦକ୍ଷେପ

11/08/2019 at 7:18 PM

ନୂଆଦିଲ୍ଲୀ:  କର୍କଟ, ଆଜମା ସାଙ୍ଗକୁ ଏବେ ବିଭିନ୍ନ ଜନ୍ମଜାତ ରୋଗରେ ଲୋକେ ପୋକମାଛି ପରି ମରୁଛନ୍ତି। ଦୂଷିତ ବାୟୁ ଓ ଜଳ ଯୋଗୁ ଏଭଳି ମୃତ୍ୟୁ ହେଉଥିବା ବେଳେ ଏଭଳି ସବୁ ରୋଗରେ ଏପର୍ଯ୍ୟନ୍ତ ଦେଶରେ ପ୍ରାୟ ୧୨ ଲକ୍ଷ ଲୋକ ପ୍ରାଣ ହରେଇଲେଣି। ଏବେ ଏହି ପ୍ରଦୂଷଣ ଜନିତ ରୋଗ ରାଷ୍ଚ୍ରୀୟ ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳକୁ ପ୍ରଭାବିତ କରିବାକୁ ଲାଗିଲାଣି। ଏଣୁ ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ବଡପଦକ୍ଷେପ ନେଇଛନ୍ତି। ଜାତୀୟ ରାଜଧାନୀ ଅଞ୍ଚଳରେ ଲୋକଙ୍କୁ ଏଭଳି ରୋଗ ସଂକ୍ରମଣରୁ ରକ୍ଷା କରିବା ଲାଗି ନିଜ ପରିସରରେ ପ୍ରଥମ ଥର କ୍ଲିନିକାଲ ଇକୋ ଟକ୍ସିକୋଲଜି ଲ୍ୟାବ ସ୍ଥାପନା କରିଛନ୍ତି। ଏଥିରୁ ଲୋକେ ଆକ୍ରାନ୍ତ ହେଉଥିବା ପ୍ରଦୂଷଣ ଜନିତ ରୋଗର ଚିହ୍ନଟ ସାଙ୍ଗକୁ ଚିକିତ୍ସା ସହଜ ହୋଇ ପାରିବ।

କେବଳ ଦିଲ୍ଲୀ ଏମ୍ସରେ ଉପଲବ୍ଧ ହେଉଥିବା ଏହି ସ୍ୱତନ୍ତ୍ର ଗବେଷଣାଗାର ଦେଶର ଅନ୍ୟ କୌଣସି ହସ୍ପିଟାଲରେ ନାହିଁ ବୋଲି କହିଛନ୍ତି ଏହାର ପ୍ରତ୍ୟକ୍ଷ ଦେଖ ରେଖ କରୁଥିବା ଡା.ରଣଦୀପ ଗୁଲେରିଆ କହିଛନ୍ତି ଯେ ଗତ ଅଗଷ୍ଟ ୫ ତାରିଖରୁ ଏଠାରେ ଉଦଘାଟନ ହୋଇଥିବା ଏହି ଲ୍ୟାବକୁ ଏପର୍ଯ୍ୟନ୍ତ ୪୦ଟି  ସାମ୍ପୁଲ ପରୀକ୍ଷା ନିମନ୍ତେ ଆସିଛି। ଏହି ଲ୍ୟାବ୍ ରେ ରୋଗୀଙ୍କ ବ୍ଲଡ, ୟୁରିନ ଅଥବା ଶରୀରର କୌଣସି ଅଂଶରୁ ଟିସ୍ୟୁ ସଂଗ୍ରହ କରି କ୍ଷତିକାରକ କଣିକାର ଚିହ୍ନଟ କରାଯାଇପାରିବ ବୋଲି କହିଛନ୍ତି ଡା. ଏ. ଶରିଫ। ତାଙ୍କ କହିବା ଅନୁସାରେ ପ୍ରଦୂଷଣ ଯୋଗୁ ସାରା ବିଶ୍ୱରେ ୯୦ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି। ଏଥିରୁ ବିକଶିତ ଦେଶମାନଙ୍କରେ ପ୍ରାୟ ୯୨ ପ୍ରତିଶତ ଲୋକେ ପ୍ରାଣ ହରାଉଛନ୍ତି। ଭାରତରେ ମଧ୍ୟ ପ୍ରଦୂଷଣ ଜନିତ ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି ।

କର୍କଟ ସାଙ୍ଗକୁ ଶିଶୁଙ୍କ ଠାରେ ଜନ୍ମରୁ ହୃଦ ଜନିତ ସମସ୍ୟା ସହିତ ଏବେ ଏପରି ଅନେକ ସମସ୍ୟା ଦେଖା ଦେଲାଣି ଯାହାର କାରଣ ଜାଣିବା ସମ୍ଭବ ନୁହେଁ। ଏଥିରେ ଏହି ଡାକ୍ତରୀ କୌଶଳ ଚିକତ୍ସା ସମେତ ଗବେଷଣାରେ ବି ସହାୟକ ହେବ ବୋଲି ଡା. ଶରିଫ ଆଶାବ୍ୟକ୍ତ କରିଛନ୍ତି। ତେବେ ଆଗାମୀ ଦିନରେ ଏହି ସୁବିଧା ସମ୍ପ୍ରସାରିତ ହେବ। କାରଣ ଖେତରେ କୀଟନାଶକର ଉପଯୋଗ ଯୋଗୁ ମଧ୍ୟ ବିଭିନ୍ନ ପ୍ରକାରର ବେମାରୀ ହେଉଛି। ଏହି ପ୍ରୟୋଗଶାଳାରେ ଶରୀରରେ କୀଟନାଶକର ଉପସ୍ଥିତି ଜାଣି ହେବ।

   Related Posts