Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ପ୍ରଦୂଷିତ ପବନ ନେଉଛି ଜୀବନ: ସାରା ବିଶ୍ବରେ ପ୍ରତିବର୍ଷ ୫୦ ଲକ୍ଷ ଶିଶୁଙ୍କର ହେଉଛି ମୃତ୍ୟୁ

21/10/2020 at 12:13 PM

ନୂଆଦିଲ୍ଲୀ ୨୧/୧୦: ବାୟୁ ପ୍ରଦୂଷଣ ଏବେ ସମସ୍ତଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି। ଗତବର୍ଷ ପ୍ରାରମ୍ଭିକ ମାସରେ ୫୦ ଲକ୍ଷ  ମାତୃ ଗର୍ଭରେ ସମ୍ପୂଣ୍ଣ ବିକଶିତ ହୋଇ ନ ଥିବା ନବଜାତକଙ୍କ ମୃତ୍ୟୁ ବାୟୁ ପ୍ରଦୂଷଣ ଯୋଗୁ ହୋଇଛି। ତେବେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଶିଶୁ ବିକାଶଶୀଳ ଦୁନିଆ ସହ ସାମିଲ ଥିବା ଡାଟାରୁ ଜଣାପଡ଼ିଛି। କେବଳ ଏତିକି ନୁହେଁ ବାୟୁ ପ୍ରଦୂଷଣ ଗର୍ଭସ୍ଥ ଶିଶୁ ପାଇଁ ମଧ୍ୟ ହାନିକାରକ। ଏହା ପ୍ରିମାଚ୍ୟୁର ଶିଶୁ (ସମ୍ପୂଣ୍ଣ ବିକଶିତ ହୋଇ ନ ଥିବା ନବଜାତକ) ଜନ୍ମ ନଚେତ କମ୍ ଓଜନର ଶିଶୁ ଜନ୍ମର କାରଣ ହୋଇଥାଏ। ଏହି ଦୁଇଟି ମୁଖ୍ୟ କାରଣ ଉଚ୍ଚ ଶିଶୁ ମୃତ୍ୟୁ ହାର ସହ ଜଡ଼ିତ।

୫୦୦,୦୦୦ ନବଜାତକଙ୍କ ମୃତ୍ୟୁ ମଧ୍ୟରେ ଦୁଇ ତୃତୀୟାଶଂ ଶିଶୁ ଇନଡୋର ଏୟାର ପଲ୍ୟୁସନ ଯୋଗୁ ପ୍ରାଣ ହରାଇଛନ୍ତି। କାରଣ ଘରେ ରୋଷେଇ ସମୟରେ କୋଇଲା, କାଠ ଓ ଗାଈ ଘ​ଷି ଜାଳେଣି ଯୋଗୁ ଏ ପ୍ରଦୂଷଣ ଘର ଭିତରେ ଦେଖାଯାଏ। ତେବେ ଏହି ରିପୋର୍ଟ ଷ୍ଟେଟ୍ ଅଫ୍ ଗ୍ଲୋବାଲ ଏୟାର ୨୦୨୦ ରିପୋର୍ଟରେ ପ୍ରକାଶ ପାଇଛି। ଯାହାକି ବିଶ୍ବର ଡାଟାକୁ ଏକତ୍ରିତ କରିଥାଏ। ଅର୍ଥାତ  ବାୟୁ ପ୍ରଦୂଷଣ ଜନିତ ସ୍ବାସ୍ଥ୍ୟ ସମସ୍ୟା ପାଇଁ ମୃତ୍ୟୁର ଏହା ଆକଳନ କରିଥାଏ। ମେଡିକାଲ ବିଶେଷଜ୍ଞ କହନ୍ତି ବର୍ଷେ ପର୍ଯ୍ୟନ୍ତ ଦୂଷିତ ବାୟୁପ୍ରଦୂଷଣର ପ୍ରଭାବ ବୟସ୍କ ଓ ସ୍ବାସ୍ଥ୍ୟ ସମସ୍ୟା ଦେଇ ଗତି କରୁଥିବା ଲୋକଙ୍କ ଉପରେ ରହିବା ନେଇ ଚେତାଇ ଦେଇଛନ୍ତି।

କମ୍ ଓଜନରେ ଯେଉଁ ଶିଶୁ ଜନ୍ମ ନିଅନ୍ତି ତାହା ସଂକ୍ରମଣ ଓ ନିମୋନିଆରେ ଆକ୍ରାନ୍ତ ହୁଅନ୍ତି। ଏହା ସହ ସେମାନଙ୍କ ଫୁସଫୁସ ମଧ୍ୟ ପୂଣ୍ଣ ଭାବେ ବିକଶିତ ହୋଇ ନ ଥାଏ। କେବଳ ଏତିକି ନୁହେଁ ପ୍ରଦୂଷଣ ମସ୍ତିଷ୍କ ଓ ଅନ୍ୟାନ୍ୟ ଅଙ୍ଗକୁ ମଧ୍ୟ କ୍ଷତି ପହଞ୍ଚାଏ। ସେଥିପାଇଁ ଯଥାସମ୍ଭବ ବାୟୁପ୍ରଦୂଷଣ କମ ଦିଗରେ ସଚେତନ ହେବା ଦରକାର। ଅବଶ୍ୟ କିଛି ପ୍ରଭାବ ଏମିତି ରହିଛି ଯାହା ବର୍ଷ ବର୍ଷ ଧରି ରହିଛି ଓ ଅଣଦେଖା କରାଯାଇଛି। ତେବେ ସବୁଠୁ ବଡ଼ କାରଣ ହେଉଛି ଘରେ ଅଧିକ ସମୟ ମହିଳା ଓ ଛୋଟ ପିଲା ରହୁଥିବାରୁ ଚୁଲିରେ ରୋଷେଇ କରିବା ଦ୍ବାରା ପ୍ରଦୂଷଣ ବୃଦ୍ଧି ପାଏ ଓ ସେମାନେ ଏହି ବାୟୁକୁ ନିଶ୍ବାସପ୍ରଶ୍ବାସରେ ନିଅନ୍ତି।

ଅନ୍ୟପଟେ ଏହି ସମସ୍ୟା ବିକାଶଶୀଳ ଜନସଂଖ୍ୟା ଓ ଗାଡ଼ି ଚଳାଚଳ ଯୋଗୁ ସୃଷ୍ଟି ହୋଇଛି।  ଯାନବାହାନ ଚଳାଚଳ ଯୋଗୁ ମଧ୍ୟ ବାୟୁପ୍ରଦୂଷଣ ସୃଷ୍ଟି ହୋଥାଏ। ଅବଶ୍ୟ ଏହି ରିପୋର୍ଟ କେବଳ ୨୦୧୯ ଡାଟା ଉପରେ ଆଧାରିତ। ଏଥିରେ ୨୦୨୦ର ଲକଡାଉନ ପ୍ରଭାବକୁ ସାମିଲ କରାଯାଇ ନାହିଁ। ଏୟାର କ୍ବାଲିଟି ଉପରେ କୋଭିଡ ପ୍ରଭାବ ରହିଛି। କିନ୍ତୁ ଏ ବାବଦରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇ ନାହିଁ।

କିଛି ଅଧ୍ୟୟନରେ ଏଭଳି ଆକଳନ କରାଯାଇଛି ଯେ କରୋନା ତୁଳନାରେ ବାୟୁ ପ୍ରଦୂଷଣ ସଂସ୍ପର୍ଶରେ ଲୋକଙ୍କ ମୃତ୍ୟୁ ଅଧିକ ହେଉଛି। ବାୟୁ ପ୍ରଦୂଷଣ ଯୋଗୁ ୨୦୧୯ରେ ୬.୭ ମିଲିଅନ ଲୋକ ପ୍ରାଣ ହରାଇଛନ୍ତି। ଦୀର୍ଘ ସମୟ ଏହାର ସଂସ୍ପର୍ଶରେ ଆସିବା ଦ୍ବାରା ହୃଦଘାତ, ମଧୁମେହ, କ୍ୟାନସର ଓ ଅନ୍ୟାନ୍ୟ ଫୁସଫୁସ ସମ୍ବନ୍ଧୀୟ ରୋଗ ଦେଖାଦିଏ। ବିଶ୍ବରେ ଚତୁର୍ଥ ପ୍ରମୁଖ ମୃତ୍ୟୁର କାରଣ ହୋଇଛି ବାୟୁ ପ୍ରଦୂଷଣ। ତେବେ ହେଲଥ ଇଫେକ୍ଟ ଇନଷ୍ଟିଚ୍ୟୁଟ ଦ୍ବାରା ଏହି ରିପୋର୍ଟ ପ୍ରକାଶ ପାଇଛି।

   Related Posts