Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ପ୍ରସ୍ତୁତି ; ଦୁର୍ଗମ ଅଞ୍ଚଳକୁ ପଠାଗଲା ପୋଲିଂ ଟିମ୍, ଇଭିଏମ୍

9/04/2019 at 2:30 PM

ଜୟପୁର ୯|୪ : ଆସନ୍ତା ୧୧ରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ । ସେଥିପାଇଁ ଆଜି ସରୁଛି ପ୍ରଚାର । ସେପଟେ ଶାନ୍ତି ଶୃଙ୍ଖଳାର ସହ ଭୋଟ୍ ଗ୍ରହଣ ପାଇଁ ପ୍ରଶାସନ ପୁରା ପ୍ରସ୍ତୁତ ରହିଛି । କୋରାପୁଟ ଜିଲ୍ଲାରେ ମୋଟ୍ ୯ ଲକ୍ଷ ୪୮ ହଜାର ୬୬୨ ଭୋଟର ସେମାନଙ୍କ ମତଦାନ କରିବେ । ମତଦାନ କିପରି ସୁରୁଖୁରୁରେ ହୋଇପାରିବ ସେଥିପାଇଁ ଜିଲ୍ଲାର କୋଟିଆ, ଗୁଲୁର, ଆମ୍ଫାବାଲି, କୁମ୍ଭାରିପୁଟ ଇତ୍ୟାଦି ଦୁର୍ଗମ ଅଞ୍ଚଳକୁ ଆଜିଠାରୁ ପୁଲିଂ ଟିମ୍ ସହ ଇଭିଏମ୍ ପଠାଯାଉଛି । ଜିଲ୍ଲାର ମୋଟ୍ ୫ଟି ବିଧାନସଭା ଆସନରେ ୧୧୪୧ ବୁଥ୍ କରାଯାଇଛି । ୭୬୩୦ ଜଣ ପୁଲିଂ ଅଧିକାରୀ ନିୟୋଜିତ ହେବେ । ଜୟପୁର ବିକ୍ରମଦେବ କଲେଜରୁ ବିଭିନ୍ନ ସ୍ଥାନକୁ ପଠାଯାଇଛି ଇଭିଏମ୍ ।

   Related Posts