ଗତଥର ଅପେକ୍ଷା ଏଥର କମିଲା ମତଦାନ ହାର, ମହିଳାଙ୍କ ମତଦାନ ହାର ପୁରୁଷଙ୍କ ଅପେକ୍ଷା ଅଧିକ, ଜାଣନ୍ତୁ କେଉଁଠି ହୋଇଛି କେତେ ମତଦାନ

Published By : Prameya-News7 Bureau | April 12, 2019 IST

ଭୁବନେଶ୍ବର୧୨|୪: ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୭୩ ଦଶମିକ ୭୬ ପ୍ରତିଶତ ଭୋଟିଂ ହୋଇଛି ।  ତେବେ ନିର୍ବାଚନ ହୋଇଥିବା ୪ ଲୋକସଭା ଓ ୨୮ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମହିଳାଙ୍କ ଭୋଟଦାନ ସଂଖ୍ୟା ଅଧିକ ରହିଛି । ଅନ୍ୟପଟେ ମାଲକାନଗିରି ଓ ବ୍ରହ୍ନପୁରର ଗୋଟିଏ ଲେଖାଏଁ ବୁଥରେ ସାନି ମତଦାନ ପାଇଁ ନିର୍ବାଚନ କମିଶନଙ୍କୁ ପତ୍ର ଲେଖିଛନ୍ତି  ରାଜ୍ୟ ନିର୍ବାଚନ ଅଧିକାର।

ପ୍ରଥମ ପର୍ଯ୍ୟାୟରେ ୭୩ ଦଶମିକ ୭୬ ପ୍ରତିଶତ ମତଦାନ ।  ପ୍ରଥମ ଯାହାକି ଗତ ୨୦୧୪ ନିର୍ବାଚନର ମତଦାନ ତୁଳନାରେ ୪ ଦଶମିକ ୨୦ ପ୍ରତିଶତ  ମତହାର କମ ବୋଲି ଜଣା ପଡିଛି । ୨୦୧୪ ନିର୍ବାଚନରେ ଏହି ଚାରୋଟି ଲୋକସଭା ନିର୍ବାଚନ ପାଇଂ ୭୭.୫୬ ପ୍ରତିଶତ ମତଦାତା ସେମାନଙ୍କର ମତଦାନ ସାବସ୍ତ୍ୟ କରିଥିଲେ । ସେହିଭଳି ଚଳିତ ବର୍ଷ ପୁରୁଷ ମାନଙ୍କ ତୁଳନାରେ ମହିଳା ମାନଙ୍କ ଭୋଟ ହାର ଅଧିକ ରହିଛି ।  କଳାହାଣ୍ଡିରେ ମତଦାନ ହାର ୭୫ ଦଶମିକ ୮୨ ରହିଥିବା ବେଳେ ୨୦୧୪ରେ ଏଠାରେ ହାର ୭୬ ଦଶମିକ ୨୪ ପ୍ରତିଶତ ରହିଥିଲା । ସେହିପରି  ନବରଙ୍ଗପୁରରେ ଏଥର ୭୮ ଦଶମିକ ୮୮ ପ୍ରତିଶତ ରହିଥିବା ବେଳେ ୨୦୧୪ ନିର୍ବାଚନରେ ଥିଲା ୭୮ ଦଶମିକ ୮୦ ପ୍ରତିଶତ ।  କୋରାପୁଟରେ ଏଥର  ୭୪ ଦଶମିକ ୭୭ ପ୍ରତିଶତ ଥିବା ବେଳେ ୧୪ ଥିଲା ୭୬ ଦଶମିକ ୭୭ ପ୍ରତିଶତ । ସେହିଭଳି ବ୍ରହ୍ନପୁରରେ ଚଳିତ ଥର ୬୫ ଦଶମିକ ୫୭ ପ୍ରତିଶତ ମତଦାନ ହୋଇଥିବା ବେଳେ ୨୦୧୪ ରେ ମତଦାନ ସଂଖ୍ୟା ରହିଥିଲା ୭୯ ଦଶମିକ ୪୨ ପ୍ରତିଶତ  ।

ପାଖାପାଖି ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି ୨୦୧୪ରେ ଭୋଟିଂ ଧାରା ଠାରୁ ଏଥର ସାମାନ୍ୟ କମ ଥିଲେ ବି କିନ୍ତୁ ମତଦାନ ଯଥେଷ୍ଟ ଅଧିକ ରହିଛି । ରାଜନୈତିକ ଦୃଷ୍ଟିରୁ ଏହା ଏକ ସୁସ୍ଥ ପରମ୍ପରା ବୋଲି କୁହାଯାଇପାରେ । ପ୍ରବଳ ଗ୍ରୀଷ୍ନ ପ୍ରବାହ ଓ ଆରମ୍ଭରୁ ଇଭିଏମରେ ତୃଟି ସହିତ ମାଓବାଦିଙ୍କ ଭୋଟ ବର୍ଜନ ଡାକରା ମତହାର କମିବାର ଏକ ପ୍ରମୁଖ କାରଣ ହୋଇପାରେ । ତେବେ ନିର୍ବାଚନ ସମୀକ୍ଷକଙ୍କ କହିବା କଥା ଯେଉଁଠାରେ ଅଧିକ ମତଦାନ ହେଉଛି ସେଠାରେ ରାଜନୈତିକ ଦୃଷ୍ଟିକୋଣରୁ କଡ଼ା ଟକ୍କର ହିଁ ହେଉଛି।  

ଚଳିତ ନିର୍ବାଚନ ସମୟରେ ଦୁଇଟି ଗୋଟି ବୁଥରେ ସାନି ମତଦାନ ପାଇଂ ମୁଖ୍ୟ ନିର୍ବାଚନ କମିସନଙ୍କୁ ପତ୍ର  ଲେଖିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ । ବ୍ରହ୍ନପୁରର ୧୩୩ ନମ୍ବର ବୁଥରେ ଜଣେ ପ୍ରାର୍ଥି ଇଭିଏମ ମେସିନକୁ ତଳେ କଚାଡି ଦେଇଥିବାରୁ ସେଠାରେ ପୁନଃ ମତଦାନ ହୋଇପାରେ । ସେହିଭଳି ମାଲକାନଗିରିର ଏକ ବୁଥରେ ଜବର ଦଖଲ ହୋଇଥିବା ଅଭିଯୋଗ ଉପରେ ସେହି ବୁଥରେ ଆଉଥରେ ନିର୍ବାଚନ ହେବାର ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.