Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||
  • ନିଆଳି : ଭାରସାମ୍ୟ ହରାଇ ନାଳକୁ ଖସିପଡିଲା ଟ୍ରକ୍ : ଜଣେ ମୃତ, ଦୁଇ ଗୁରୁତର
  • ||
  • ମୁନିଗୁଡା : ଅପରେସନ୍ ଗ୍ରୀନ୍ କ୍ଲିନ୍, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଢେଙ୍କାନାଳ : ଚାଷୀଙ୍କୁ କଚାଡି ମାରିଲା ଦନ୍ତା, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ
  • ||
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||

ମାଓବାଦୀଙ୍କୁ ମାତ ଦେଲେ ପୋଲିଂ କର୍ମଚାରୀ ଓ ସୁରକ୍ଷାକର୍ମୀ, ଝଡ ବର୍ଷାରେ ରାତି ସାରା ଚାଲିଚାଲି ଇଭିଏମ ଆଣି ପହଞ୍ଚାଇଲେ ପ୍ରଶାସନ ପାଖରେ

19/04/2019 at 6:10 PM

ଫୁଲବାଣୀ ୧୯|୪: ନକ୍ସଲଙ୍କ ନାଲି ଆଖିକୁ ଖାତିର ନକରି ଲାଲଗଡ଼ରେ ଭୋଟିଂ ତ ହେଉଛି । ହେଲେ ଏଥି ପାଇଁ ପୋଲିଂ କର୍ମଚାରୀଙ୍କୁ ଅନେକ ପରିଶ୍ରମ କରିବାକୁ ପଡ଼ୁଛି । ଗୋଟିଏ ଦିନରେ ଲାଲ୍‌ବାହିନୀର ଦୁଇ ଦୁଇଟି ବଡ଼ ଆଟାକ୍‌ ପରେ ସତର୍କ ହୋଇଛନ୍ତି ସୁରକ୍ଷାକର୍ମୀ, ସତର୍କ ହୋଇଛନ୍ତି ପୋଲିଂ ପାର୍ଟି । ଗଲାକାଲି ଆମେ କହିଥିଲୁ ନକ୍ସଲଙ୍କ ସ୍ଥିତି ଜାହିର ସତ୍ବେ କେମିତି କନ୍ଧମାଳ ଜିଲ୍ଲା ସୁମେରବନ୍ଧ ଘାଟିରେ ୧୨ କିଲୋମିଟର ଚାଲି ଚାଲି ସୁରକ୍ଷାକର୍ମୀ ଓ ପୋଲିଂ ପାର୍ଟି ମୁଙ୍ଗୁନିପଦର ଗାଁକୁ ଯାଇ ଭୋଟିଂ କରିଥିଲେ ।

ଆଜି ଭୋଟ୍‌ ସରିବା ପରେ ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀର ୧୪ଟି ବୁଥର ଶତାଧିକ ପୋଲିଂ କର୍ମଚାରୀ ଇଭିଏମ ମେସିନ୍‌ ଧରି ୨୦କିଲୋମିଟର ପାହାଡ଼ ଜଙ୍ଗଲ ରାସ୍ତାରେ ଚାଲି ଚାଲି ବାଳନ୍ଦାପଡ଼ାରେ ପହଞ୍ଚିଥିଲେ । ….

ଲାଲଗଡ଼ରେ ଲାଲ୍‌ ବାହିନୀକୁ ଚାଲେଂଜ୍‌ । ନକ୍ସଲଙ୍କ ନାଲି ଆଖିକୁ ଖାତିର ନକରି ପଡ଼ିଲା ଭୋଟ୍‌ । ତେବେ ବିପଦପୂର୍ଣ୍ଣ ବାତାବରଣ ଭିତରେ  ଭୋଟିଂ ପାଇଁ ସୁରକ୍ଷାକର୍ମୀ ଓ ପୋଲିଂ ପାର୍ଟିଙ୍କୁ ଅନେକ କଷ୍ଟ କରିବାକୁ ପଡ଼ୁଛି । ଗୋଟିଏ ଦିନରେ ନକ୍ସଲଙ୍କ ଦୁଇ ଦୁଇଟି ବଡ଼ ଆଟାକ୍‌ ପରେ ପାଦେ ପାଦେ ସତର୍କତା ଅବଲମ୍ବନ କରୁଛନ୍ତି ପୋଲିଂ କର୍ମଚାରୀ ।

ଗଲାକାଲି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀର ୧୪ଟି ବୁଥର ଭୋଟିଂ ଶେଷ ହେବା ପରେ ଇଭିଏମ୍‌ ମେସିନ୍‌ ସହ ପୋଲିଂ କର୍ମଚାରୀମାନେ ସୁରକ୍ଷିତ ଭାବେ ଫେରିବା ଗୋଟେ ବଡ଼ ଚାଲେଂଜ୍‌ ଥିଲା ।

ମାଓବାଦୀମାନେ ବୁଥ କ୍ୟାପଚର ପାଇଁ ଯୋଜନା କରୁଥିବା ଜାଣିବାକୁ ପାଇଥିଲେ ସିଆରପିଏଫ ଯବାନମାନେ । ସେପଟେ ମାଓବାଦୀମାନେ କୁର୍ତଙ୍ଗଗଡ଼ରୁ ସିଲାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାକୁ ଗଛ ପକାଇ ଅବରୋଧ କରିଥିବା ଖବର ମଧ୍ୟ ମିଳିଥିଲା । ଏଭଳି ପରିସ୍ଥିତିରେ ପୋଲିଂ କର୍ମଚାରୀଙ୍କ ଏବଂ ଇଭିଏମ୍‌ ମେସିନ ସୁରକ୍ଷା କଥାକୁ ଅଧିକ ଗୁରୁତ୍ବ ଦେଇଥିଲେ ସୁରକ୍ଷାକର୍ମୀ । ତୁରନ୍ତ ବୁଥ ଖାଲି କରିବା ପାଇଁ ପୋଲିଂ କର୍ମଚାରୀଙ୍କୁ କୁହାଯାଇଥିଲା । ଆଉ ଯବାନଙ୍କ ସହ ପୂରା ସାଥ୍‌ ଦେଇଥିଲେ ସେମାନେ ।

ପୋଲିଂ ବୁଥରେ ନିଜ ନିଜର ଆସବାବ ପତ୍ର ସବୁ ଛାଡ଼ି କେବଳ ଇଭିଏମ ଓ ଭିଭିପ୍ୟାଟ୍‌ ମେସିନ ଧରି ରାତାରାତି ତୁମୁଡ଼ି ବନ୍ଧ ଅଭିମୁଖେ ବାହାରିଥିଲେ । ପୋଲିଂ କର୍ମଚାରୀ ପାହାଡ଼ ଜଙ୍ଗଲ ରାସ୍ତାରେ ୨୦କିଲୋମିଟର ଚାଲି ଚାଲି ଆଜି ସକାଳେ ଗୋଟେ ପାର୍ଟି ବାଳନ୍ଦାପଡ଼ାରେ ପହଞ୍ଚିଥିବା ବେଳେ ଆଉ ଗୋଟେ ପାର୍ଟି ତୁମୁଡ଼ିବନ୍ଧରେ ପହଞ୍ଚିଥିଲେ । ସାରା ରାତି ପ୍ରବଳ ଝଡ଼ ବର୍ଷାରେ ଭିଜି ଭିଜି ବାଟ ଚାଲିଥିଲେ ପୋଲିଂ କର୍ମଚାରୀ । ସୁରୁଖୁରୁରେ ନିର୍ବାଚନ ସାରି ସୁରକ୍ଷିତ ଭାବେ ଇଭିଏମ ମେସିନଗୁଡ଼ିକୁ ଜିଲ୍ଲା ପ୍ରଶାସନ ପାଖରେ ପହଞ୍ଚାଇଥିଲେ ।

ମାଓ ପ୍ରବଣ ଅଂଚଳରେ ସୁରୁଖୁରୁରେ ମତଦାନ କରିବାକୁ ଏମାନଙ୍କୁ ଅନେକ କଷ୍ଟ କରିବାକୁ ପଡ଼ୁଛି । ଦ୍ବିତୀୟ ପର୍ଯାୟ ଭୋଟର ୧୨ଘଣ୍ଟା ପୂର୍ବରୁ ଜଣେ ମହିଳା ପୋଲିଂ କର୍ମଚାରୀଙ୍କୁ ନକ୍ସଲମାନେ ଗୁଳି କରି ହତ୍ୟା କରିବା ଓ ପୋଲିଂ ପାର୍ଟିର ଦୁଇ ଦୁଇଟି ଗାଡ଼ି ପୋଡ଼ିବା ପରେ ବି ସେଇ ସବୁ ସ୍ଥାନରେ ଭୋଟିଂ କରାଯାଇଥିଲା ।

ଲାଲଗଡ଼ରେ ନିଜ ଜୀବନକୁ ବିପଦରେ ପକାଇ ଗଣତନ୍ତ୍ରର ବିଜୟବାନା ଉଡ଼ାଇଥିବା ଗଣତନ୍ତ୍ରର ଏହି ସିପାହୀମାନଙ୍କୁ ସାଲ୍ୟୁଟ୍‌ ।

   Related Posts