ମାଓବାଦୀଙ୍କ ଭୟରେ ଚାଲି ଚାଲି ଫେରିଲେ ପୋଲିଂ ପାର୍ଟି

Published By : Prameya-News7 Bureau | April 19, 2019 IST

ବାଲିଗୁଡା ୧୯|୪:  ମାଓବାଦୀଙ୍କ ଭୟରେ ଚାଲି ଚାଲି ଫେରିଲେ ପୋଲିଂ ପାର୍ଟି । କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ୍ ସିର୍ଲା ପଂଚାୟତରେ ମତଦାନ ପରେ ୧୪ ଜଣ ପୋଲିଂ କର୍ମଚାରୀ ଭିଭିପାଟ, ଇଭିଏମ୍ ଧରି ତୁମୁଡିବନ୍ଧ ହେଡକ୍ବାର୍ଟର ଯାଏଁ ଆସିଥିଲେ । ରାତି ଅଧରେ ଜଙ୍ଗଲ ଭିତରେ ଆସିଲେ ପୋଲିଂ ପାର୍ଟି ।

{"id":104876}

ସମ୍ବେଦନଶୀଳ ୧୩୭ ଓ ୧୩୮ ନମ୍ବର ବୁଥ୍ ର ମତଦାନ ପରେ ସମସ୍ତ ଇଭିଏମ୍, ଭିଭିପ୍ୟାଟ୍ ମେସିନ୍, ଷ୍ଟ୍ରଙ୍ଗ ବକ୍ସ ଧରି ପ୍ରାୟ ୧୫ କିଲୋମିଟର ଚାଲି ଚାଲି ଆସିଲେ ୧୪ ଜଣ କର୍ମଚାରୀ । ସେହି ବୁଥରେ ସକାଳ ସାଢେ ୫ଟାରୁ ଭୋଟିଂ ଆରମ୍ଭ ହୋଇ ଆଠଟାରେ ଶେଷ ହୋଇଥିଲା । ଏହି ବୁଥ୍ ଗୁଡ଼ିକ ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.