ଇଭିଏମ୍ ସିଲ୍ ଖୋଲିବା ଘଟଣାକୁ ନେଇ କେନ୍ଦ୍ରାପଡାରେ ଅଭାବନୀୟ ଘଟଣା : ପୋଲିଂ ଅଧିକାରୀଙ୍କୁ ଆକ୍ରମଣ, ଟେମ୍ପରିଂ ଉଦ୍ୟମ ଅଭିଯୋଗ ଆଣିଲା ବିଜେପି…

Published By : Prameya-News7 Bureau | July 21, 2019 IST

ଭୁବନେଶ୍ବର ୨୧|୭: ଗତକାଲି ରାତିରେ କେନ୍ଦ୍ରାପଡ଼ାର ଷ୍ଟ୍ରଙ୍ଗରୁମ୍‌ ନିକଟରେ, ଯେଉଁଠାରେ ଇଭିଏମ ସିଲ୍‌ ଖୋଲାଯିବା ଅଭିଯୋଗ କରି ପୋଲିଂ ଅଫିସରଙ୍କୁ ଆକ୍ରମଣ କରିଥିଲେ କିଛି ଲୋକ । କିଏ ଆକ୍ରମଣ କରିଥିଲେ ସେକଥାକୁ ଆମେ ଯାଉନୁ ଗୋଟିଏ କଥା ସୂଚନା ମିଳୁଛି  ପାଟକୁରା ଭୋଟ୍ ସିନା ସରିଲା, କିନ୍ତୁ ନେତା କର୍ମୀଙ୍କ ଟେନସନ ଯାଉନି ।  ଇଭିଏମ ସୁରକ୍ଷାକୁ ନେଇ ବଢିଯାଇଛି ଭୟ ।

{"id":136052}

୨ ପ୍ରିଜାଇଡିଂ ଅଫିସରଙ୍କ ବିରୋଧରେ ଇଭିଏମ ସିଲ୍ ଖୋଲିବା ଅଭିଯୋଗକୁ ନେଇ ମାହୋଲ ପୂରା ଗରମ  । ଖାସ୍ ସେଥିଲାଗି ଷ୍ଟ୍ରଙ୍ଗ୍ ରୁମକୁ ପ୍ରଶାସନ ସିଲ୍ କରିବା ପରେ ବି ସବୁ ପ୍ରାର୍ଥୀଙ୍କ ଏଜେଣ୍ଟ ନିଜ ନିଜ ତାଲା ଝୁଲାଇ ଦେଇଛନ୍ତି । ମାନେ ଗଣତି ଦିନ ପ୍ରଶାସନ ସିଲ୍ ଫିଟାଇବା ସହ ଏଜେଣ୍ଟଙ୍କ ତାଲା ବି ଖୋଲିବାକୁ ହେବ ।

{"id":136053}

କେନ୍ଦ୍ରାପଡ଼ା କଲେଜରେ ହୋଇଥିବା ଏହି ଷ୍ଟ୍ରଙ୍ଗ ରୁମରେ ୩୦୯ ଇଭିଏମ-ଭିଭିପାଟକୁ ରିଟର୍ଣ୍ଣି ଅଫିସର, ସୁରକ୍ଷା ଅଧିକାରୀ ଓ ସମସ୍ତ ପ୍ରାର୍ଥୀଙ୍କ ପ୍ରତିନିଧିଙ୍କ ଆଗରେ ସିଲ୍ କରି ଚାବି କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳକୁ ହସ୍ତାନ୍ତର କରାଯାଇଛି । ଷ୍ଟ୍ରଙ୍ଗ୍ ରୁମର ଚାରିପାଖେ କଡ଼ା ସୁରକ୍ଷା ସହ ସିସିଟିଭି ଲଗାଯାଇଛି । ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର, ଷ୍ଟ୍ରଙ୍ଗ ରୁମର ସୁରକ୍ଷା ଦେଖିବା ସହ ଶୃଙ୍ଖଳିତ ଗଣତି ଲାଗି ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ।

{"id":136054}

ଗତକାଲି୨୯୪ ନମ୍ବର ବୁଥର ପୋଲିଂ ଅଫିସର ଇଭିଏମ ସହ ହେରଫେର କରୁଥିବା ଅଭିଯୋଗ କରି ତାଙ୍କୁ କିଛି ଲୋକ ଆକ୍ରମଣ କରିଥିଲେ ।  ଏହି ଘଟଣାକୁ ନେଇ ବିଜେପି ପକ୍ଷରୁ ଆଜି ଭୁବନେଶ୍ବରରେ ପ୍ରେସମିଟ୍ କରାଯାଇଛି । ୨୯୪ ଓ ୨୨୦ ନମ୍ବର ବୁଥରେ ଇଭିଏମ ଅଦଳବଦଳ କରାଯାଇଥିବାର ସଂଗୀନ ଅଭିଯୋଗ କରିଛି ଦଳ । ପୋଲିଂ ଅଫିସରଙ୍କ ମାଧ୍ୟମରେ ବିଜେଡି ଏଭଳି ଟାମ୍ପରିଂ କରିଥିବା ବିଜେପି ଆରୋପ ଲଗାଇଛି । 

{"id":136055}

ଏ ନେଇ ଦେଶର ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେବ ବୋଲି ଦଳ କହିଛି।  ଏଭଳି ଅଭିଯୋଗର ଉତ୍ତରରେ ବିଜେଡି କହିଛି, ପରାଜୟ ଭୟରେ ବିଜେପି ଏମିତି କହୁଛି । ସେପଟେ ଆଗୁଆ ପରାଜୟ ସ୍ବୀକାର କରି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ବିଜେଡି ଜିତିବ, ବିଜେପି ଦ୍ବିତୀୟରେ ରହିବ, କଂଗ୍ରେସ ତୃତୀୟକୁ ଖସିବ ।

ସାରା ରାଜ୍ୟର ନଜର ଏବେ ପାଟକୁରା ଗଣତି ଉପରେ। ୨୪ ତାରିଖରେ ଷ୍ଟ୍ରଙ୍ଗରୁମ୍‌ ଖୋଲିବ, ଇଭିଏମର ଭୋଟ୍‌ ଗଣତି ହେବ। ଏଥିସହିତ ୫ଟି ଇଭିଏମର ଭୋଟ ଭିଭିପାଟ ଚିରୁକୁଟି ସହିତ ମେଳ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.