ପିପିଲି ଉପ-ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି, ୩୪୮ଟି ପୋଲିଂ ବୁଥ୍‌ରେ ହେବ ମତଦାନ, ପହଞ୍ଚିଲେ ପୋଲିଂ ଅଫିସର

Published By : Prameya-News7 Bureau | September 28, 2021 IST

ପିପିଲି, ୨୮/୦୯: ଆଉ ଦିନକ ପରେ ପିପିଲି ଉପ-ନିର୍ବାଚନ । ଏଥିପାଇଁ ଆଜି ବିଭିନ୍ନ ବୁଥରେ ପହଞ୍ଚିଛନ୍ତି  ପୋଲିଂ ପାର୍ଟି । ୨ ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର ୩୪୮ ବୁଥରେ ମତଦାନ କରି ୧୦ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ । ଉପନିର୍ବାଚନ ପାଇଁ ପ୍ରାୟ ୨ ହଜାର ପୋଲିଂ ଅଧିକାରୀ ଓ କର୍ମଚାରୀ ନିୟୋଜନ ହେବେ । ପ୍ରାୟ ୭୦ ଟି ରିଜର୍ଭ ପୋଲିଂ ପାର୍ଟି ରଖାଯାଇଛି । ୧ ହଜାର ୯୮୩ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି । କୋଭିଡ କଟକଣା ଭିତରେ ମତଦାନ କରାଯିବ । ଭୋଟିଂ ଦିନ ନିର୍ବାଚନମଣ୍ଡଳୀକୁ ଛୁଟି ଘୋଷଣା କରାଯାଇଛି ।

୨ ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର ୧୦ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ ।  ଉପନିର୍ବାଚନ ପାଇଁ ୩୪୮ଟି ପୋଲିଂ ବୁଥ୍ କରାଯାଇଛି । ଇ.ଭି.ଏମ୍ ଓ ଅନ୍ୟାନ୍ୟ ସାମଗ୍ରୀ  ନେଇ ପୁରୀ ପେଣ୍ଠକଟା ୱେୟାର ହାଉସରୁ ୩ ପର୍ଯ୍ୟାୟରେ ପୋଲିଂ ପାର୍ଟି ପିପିଲିର ବିଭିନ୍ନ ମତଦାନ କେନ୍ଦ୍ରରେ ପହଁଚିଛନ୍ତି । ମୋଟ ୩୪୮ଟି ବୁଥ୍ ମଧ୍ୟରୁ ୧୦୨ଟି ଅତି ସମ୍ବେଦନଶୀଳ ଓ ୭୩ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି । ୧୭୫ଟି ବୁଥରେ ୱେବ୍ କାଷ୍ଟିଂ, ୨୩ଟି ରେ ମାଇକ୍ରୋ ପର୍ଯ୍ୟବେକ୍ଷକ ରହିବେ । ୧୨ଟି ବୁଥରେ ଭିଡିଓ ଉତ୍ତୋଳନ କରାଯିବ। ୨୦ ଟି ଆଦର୍ଶ ମତଦାନ କେନ୍ଦ୍ର କରାଯାଇଛି । ବୈଷୟିକ ତ୍ରୁଟି ସଜାଡିବାକୁ ପାଇଁ ୮ ଜଣ ଇଞ୍ଜିନିୟର ଆଲର୍ଟ ରହିବେ । ଉପନିର୍ବାଚନ ପାଇଁ ପ୍ରାୟ ୨ ହଜାର ପୋଲିଂ ଅଧିକାରୀ ଓ କର୍ମଚାରୀ ନିୟୋଜନ ହେବେ । ପ୍ରାୟ ୭୦ ଟି ରିଜର୍ଭ ପୋଲିଂ ପାର୍ଟି ରଖାଯାଇଛି। ୧ ହଜାର ୯୮୩ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସମସ୍ତ ବ୍ୟବସ୍ଥାର ଯାଞ୍ଚ କରିଛନ୍ତି।

ମତଦାନ ସମୟରେ ଭୋଟରଙ୍କୁ ମାସ୍କ ଓ ସାନିଟାଇଜର ଦିଆଯିବ । ଭୋଟଦେବା ଆଗରୁ ଭୋଟରଙ୍କୁ ଗ୍ଲୋବସ ମିଳିବ । ପ୍ରତି ବୁଥରେ ୧ ହଜାର ଜଣ ମତ ଦାତା ଭୋଟ ଦେଇ ପାରିବେ । ମତଦାତା ମାନେ ଭୋଟ ଗ୍ରହଣ କେନ୍ଦ୍ରରେ ଭୋଟର ଆଇକର୍ଡ଼ ଦେଖାଇ ମତଦାନ କରିପାରିବେ । ଯେଉଁମାନଙ୍କର ଆଇ କାର୍ଡ ନଥିବ ସେମାନେ ଡିଏଲ, ଆଧାର, ପାସବୁକ ଭଳି ୧୧ଟି ଅନ୍ୟ ଆଇଡି ଦେଖାଇ ଭୋଟ ଦେଇ ପାରିବେ । ଭୋଟ ସମୟରେ ସମସ୍ତଙ୍କର ଥର୍ମାଲ ସ୍କାନିଂ କରାଯିବ । ଯେଉଁମାନଙ୍କର ତାପମାତ୍ରା ଅଧିକ ଥିବ ସେମାନଙ୍କୁ ଚିରକୁଟ ଦିଆଯାଇ ପଠାଯିବ । ଶେଷ ଘଣ୍ଟାରେ ସେମାନେ ଆସି ଭୋଟ ଦେବେ । ସେଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ । ଭିନ୍ନକ୍ଷମଙ୍କୁ ଗାଡ଼ିରେ ବୁଥ୍ ପର୍ଯ୍ୟନ୍ତ ଆଣିବାର ବ୍ୟବସ୍ଥା ହୋଇଛି । ପ୍ରତି ପୋଲିଂ ବୁଥରେ ଅଙ୍ଗନବାଡ଼ି, କର୍ମୀ ଆଶା ରହିବେ । ବୟସ୍କ ବ୍ୟକ୍ତି ଓ ଦିବ୍ୟାଙ୍ଗ ମାନଙ୍କ ପାଇଁ ହୁଇଲ ଚେୟାରରେ ମତଦାନର ବ୍ୟବସ୍ଥା କରାଯାଇଛି । ସେହିପରି ଯେଉଁମାନେ ଭୋଟ ଗ୍ରହଣ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ସେମାନଙ୍କୁ କୋଭିଡ ଡବଲ ଡୋଜ ଟିକା କରଣ କରାଯାଇଛି ।

ଶାନ୍ତି ଶୃଖଳା ରକ୍ଷା କରିବା ପାଇଁ ଭୋଟ ପୂର୍ବରୁ ପିପିଲି ଓ ଡେଲାଙ୍ଗ ଅଞ୍ଚଳରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ ଓ ପୋଲିସ ଫ୍ଲାଗ୍ ମାର୍ଚ୍ଚ କରିଛି । ସେପଟେ ୩ ଜଣ ଜୋନାଲ ସେକ୍ଟର ଅଫିସର, ୨୧ ଜଣ ସେକ୍ଟର ଅଫିସର, ୩ଟି ଟିମ୍ FST, ୩ଟି ଟିମ୍ SST, ୬ ପ୍ଲାଟୁନ BSF ଯବାନଙ୍କ କଡ଼ା ସୁରକ୍ଷା ବଳୟରେ ମତଦାନ କେନ୍ଦ୍ର ରହିବ ବୋଲି ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.