ଇଭିଏମ୍ ସଂଗ୍ରହ କରୁଥିବାବେଳେ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ

Published By : Prameya-News7 Bureau | April 21, 2019 IST

ଆନନ୍ଦପୁର ୨୧|୪:  ଇଭିଏମ୍ ବିତରଣ କେନ୍ଦ୍ର ଆଗରେ ପଡି ପୋଲିଂ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । କେନ୍ଦୁଝର ଜିଲ୍ଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀର ଶାଳପଡା ବୁଥ୍ ପାଇଁ ଇଭିଏମ୍ ବିତରଣ କେନ୍ଦ୍ରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ପୋଲିଂ କର୍ମଚାରୀ ହେଉଛନ୍ତି ଅଭୟ ସେଠୀ । ଇଭିଏମ୍ ସଂଗ୍ରହ ବେଳେ ପଡିଯାଇ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

{"id":105714}

ଚମ୍ପୁଆ ଥାନା ତରେଇ ବିଏନ୍ ହାଇସ୍କୁଲର କର୍ମଚାରୀ ହେଉଛନ୍ତି ଅଭୟ ସେଠୀ । କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ଜଣାପଡିନାହିଁ । ତେବେ ପୋଲିସ ତାଙ୍କ ମୃତଦେହ ଜବତ କରି ସ୍ଥାନୀୟ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଆନନ୍ଦପୁର ମେଡିକାଲ ଅଫିସର ଧନେଶ୍ବର ସେଠୀ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.