ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି, ରାତି ପ୍ରାୟ ୧୨ଟା ଯାଏଁ ଚାଲିଲା ମତଦାନ

Published By : Prameya-News7 Bureau | April 24, 2019 IST

କୃଷ୍ଣପ୍ରସାଦ ୨୪|୪: କୃଷ୍ଣପ୍ରସାଦ ବ୍ଲକର ଫତେପୁର ୧୧ ନମ୍ବର ବୁଥରେ ରାତି ପ୍ରାୟ ୧୨ଟା ଯାଏଁ ମତଦାନ ଚାଲିଥିଲା । ଗତକାଲି ସକାଳୁ ଇଭିଏମରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ସେଥିପାଇଁ ସେଠାରେ ଦିନ ୧୧ଟା ୩୦ରେ  ମତଦାନ ଆରମ୍ଭ ହୋଇଥିଲା । ସେହି ବୁଥରେ ଭୋଟର ସଂଖ୍ୟା ୧୨୦୦ ଥିବା ବେଳେ ରାତି ପ୍ରାୟ ରାତି ୧୨ ଟା ପର୍ଯ୍ୟନ୍ତ ଚାଲିଥିଲା ମତଦାନ ।

{"id":106627}

ଭୋଟ୍ ଦାନ ବିଳମ୍ବ ହୋଇଥିବା ବେଳେ ସୁରକ୍ଷାକର୍ମୀ ଲୋକଙ୍କୁ ଠେଲାପେଲା କରିବାରୁ ସେଠାରେ ଉତ୍ତେଜନା ସୃଷ୍ଟି ହେବାରୁ ପୁଣି ମଝିରେ ମତଦାନ ବନ୍ଦ ହୋଇଥିଲା । ବୁଥରେ କୃଷ୍ଣପ୍ରସାଦ ବ୍ଲକ୍ ବିଡିଓ ଜିତେନ୍ଦ୍ର ନାୟକ ଏବଂ କୃଷ୍ଣପ୍ରସାଦ ଥାନା ଅଧିକାରୀ ସୁଧୀର ସାହୁ ଉପସ୍ଥିତ ରହିଥିଲେ । ଏହାକୁ ନେଇ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.