ମହାରାଷ୍ଟ୍ର ଓ ହରିୟାଣାରେ ଭୋଟ୍ : ମହାରାଷ୍ଟ୍ରରେ ୨୮୮ ଏବଂ ହରିୟାଣାରେ ୯୦ ଆସନ ପାଇଁ ମତଦାନ ଜାରି

Published By : Prameya-News7 Bureau | October 21, 2019 IST

ନୂଆଦିଲ୍ଲୀ ୨୧।୧୦: କାଶ୍ମୀର ପ୍ରୟୋଗ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏସିଡ୍ ଟେଷ୍ଟ । ଆଜି ମହାରାଷ୍ଟ୍ର ଓ ହରିୟାଣାରେ ନୂଆ ସରକାର ପାଇଁ ଭୋଟ୍ ପରୀକ୍ଷା । ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାର ପରୀକ୍ଷା । ଅନ୍ୟପଟେ ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟର ମୁହଁ ଦେଖିଥିବା ଦେଶର ସର୍ବପୁରାତନ ଦଳ କଂଗ୍ରେସର ଗ୍ରହଣୀୟତାର ପରୀକ୍ଷା ।

{"id":172494}

ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନଭିସ ଓ ହରିଆଣାରେ ମନୋହର ଲାଲ ଖଟ୍ଟରଙ୍କ ୫ବର୍ଷ କାର୍ଯ୍ୟକାଳର ସମୀକ୍ଷା କରି ଭୋଟ୍ ଦେବେ ଜନତା । ରାଜ୍ୟ ନେତୃତ୍ବ ଅପେକ୍ଷା ଦୁଇ ପ୍ରଦେଶରେ ମୋଦି ସରକାରଙ୍କ ଦ୍ବିତୀୟ ପାଳିର ଗୁରୁତ୍ବପୂର୍ଣ୍ଣ ନିଷ୍ପତି ଉପରେ ଭୋଟ୍ ନିର୍ଭର କରିବ । ସକାଳ ୭ଟାରୁ ଭୋଟଂ ଆରମ୍ଭ ହୋଇଛି । ୨୦୧୪ରେ ମହାରାଷ୍ଟ୍ରରେ ଅଲଗା ଅଲଗା ନିର୍ବାଚନ ଲଢିଥିବା ବିଜେପି ଓ ଶିବସେନା ଏଥର ଏକାଠି ମୈଦାନକୁ ଓହ୍ଲାଇଛନ୍ତି ।କଂଗ୍ରେସ-ଏନସିପି ମେଣ୍ଟକୁ ଟକ୍କର ଦେବା ପାଇଁ ବିଜେପି-ଶିବସେନା ଏକାଠି ହେବା ରାହୁଲ ସେନା ପାଇଁ ବଡ ଚ୍ୟାଲେଞ୍ଜ ହୋଇପାରେ । ମହାରାଷ୍ଟ୍ରର ପ୍ରାୟ ୮କୋଟି ୯୦ ଲକ୍ଷ ଭୋଟର ନିଜ ପାଇଁ ନୂଆ ସରକାର ବାଛିବେ ।

{"id":172495}

ମହାରାଷ୍ଟ୍ର ବିଧାନସଭାର ୨୮୮ ଆସନ ପାଇଁ ମୋଟ୍ ୩ ହଜାର ୨୩୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ସେପଟେ ହରିଆଣାରେ ୯୦ ଆସନରେ ୧,୧୬୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେଉଛି । ଏଠି ବି ଲୋକେ ସରକାର ବାଛିବେ । ଦେଶର କୃଷି ଓ ନିର୍ମାଣ କ୍ଷେତ୍ରକୁ ସିଂହ ଭାଗ ଅବଦାନ ଥିବା ଏହି ରାଜ୍ୟ ମଧ୍ୟ ରାଜନୈତିକ ଦୃଷ୍ଟି କୋଣରୁ ବେଶ ଗୁରୁତ୍ୱପୂର୍ଣ୍ଣ । ଗତ ନିର୍ବାଚନରେ ପ୍ରଥମଥର ବିଜେପି ଏଠାରେ ନିଜ ଦମରେ କ୍ଷମତା ଦଖଲ କରିଥିଲା ।

{"id":172496}

ହରିଆଣାରେ ୧ କୋଟି ୮୩ ଲକ୍ଷ ଭୋଟର ସେମାନଙ୍କ ନେତା ବାଛୁଛନ୍ତି । ଅବାଧ ଓ ନିରପେକ୍ଷ ଭୋଟ୍‍ ଗ୍ରହଣ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସମ୍ବେଦନଶୀଳ ବୁଥ୍ ମାନଙ୍କରେ ସିସିଟିଭି ଲଗାଯାଇଛି । ଏହା ସହ ବୁଥମାନଙ୍କରେ ବ୍ୟାପକ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ମହାରାଷ୍ଟ୍ର ଓ ହରିଆଣା ସହ ୧୭ଟି ରାଜ୍ୟର ୫୧ଟି ବିଧାନସଭା ଆସନର ଉପନିର୍ବାଚନ ଏବଂ ୨ଟି ଲୋକସଭା ଆସନ ଉପନିର୍ବାଚନ ପାଇଁ ମତଦାନ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.