ପୋଲାର୍ଡଙ୍କ ଧମାକା, ୨୫ ବଲ୍‌ରୁ ଖେଳିଲେ ୫୧ ରନର ଧୂଆଁଧାର ଇନିଂସ, ରାବଡାଙ୍କୁ ମାରିଲେ ହ୍ୟାଟ୍ରିକ ଛକା

Published By : Prameya-News7 Bureau | July 02, 2021 IST

ନୂଆଦିଲ୍ଲୀ ୦୨।୦୭: ଓ୍ଵେଷ୍ଟଇଣ୍ଡିଜ ଅଧିନାୟକ କିରଣ ପୋଲାର୍ଡ ଦକ୍ଷିଣ ଆଫ୍ରିକା ବିପକ୍ଷ ମୁକାବିଲାରେ ଧୂଆଁଧାର ଇନିଂସ ଖେଳିଛନ୍ତି। ସେ ଦକ୍ଷିଣ ଆଫ୍ରିକାର ତାରକା ବୋଲର କାଗିସୋ ରାବଡାଙ୍କୁ ନିର୍ମମ ପ୍ରହାର କରିଛନ୍ତି। ପୋଲାର୍ଡ ରାବଡାଙ୍କ ଗୋଟିଏ ଓଭରରେ ୩ ଛକା ମାରି ମୋଟ୍ ୨୫ ରନ ସଂଗ୍ରହ କରିଥିଲେ।

ଓ୍ଵେଷ୍ଟଇଣ୍ଡଜ ନିଜର ଏକ ପ୍ରମୁଖ ବୋଲର ଆହତ ହେବା ପରେ ବି ଚତୁର୍ଥ ଟି-୨୦ ଅନ୍ତରାଷ୍ଟ୍ରୀୟ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ୨୧ ରନରେ ହରାଇ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍‌କୁ ୨-୨ ସମାନ ସ୍ତରକୁ ଆଣିଛି। ପଞ୍ଚମ ତଥା ନିର୍ଣ୍ଣାୟକ ମ୍ୟାଚ୍ ଶନିବାର ଖେଳାଯିବ। ଓ୍ଵେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ୬ ଓ୍ଵିକେଟ୍ ହରାଇ ୧୬୭ ରନ କରିଥିଲା। କିନ୍ତୁ ଫିଲ୍ଡିଂ ସମୟରେ ଦଳର ସ୍ପିନର ଫାବିଏନ ଏଲେନ ଆହତ ହୋଇଥିଲେ। ହେଲେ ଡ୍ଵେନ ବ୍ରାଭୋ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରି ୧୯ ରନ ଦେଇ ୪ ଓ୍ଵିକେଟ୍ ନେଇଥିଲେ। କ୍ଵିଣ୍ଟନ ଡିକକ୍‌ଙ୍କ ୬୦ ରନ ସତ୍ତ୍ଵେ ବି ଦକ୍ଷିଣ ଆଫ୍ରିକା ୯ ଓ୍ଵିକେଟ୍ ହରାଇ ୧୪୬ ରନ କରିପାରିଥିଲା।

wp:html /wp:html

ଅଧିନାୟକ କିରଣ ପୋଲାର୍ଡ ଓ୍ଵେଷ୍ଟଇଣ୍ଡିଜ ବିଜୟରେ ପ୍ରମୁଖ ଭୂମିକା ନିଭାଇଥିଲେ। ସେ ମାତ୍ର ୨୫ଟି ବଲ୍‌ରୁ ଅପରାଜିତ ୫୧ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ଏଥିସହ ୪ ଓଭରରେ ୨୪ ରନ ଦେଇ ଗୋଟିଏ ସଫଳତା ପାଇଥିଲେ। କ୍ରିସ୍ ଗେଲ୍ ଓ ଆନ୍ଦ୍ରେ ରସେଲ ବ୍ୟାଟିଂରେ ବିଫଳ  ହେଲେ ମଧ୍ୟ ବୋଲିଂରେ ଉଲ୍ଲେଖନୀୟ ଯୋଗଦାନ ଦେଇଥିଲେ।

ଗେଲ୍ ୨ ଓଭରରେ ୧୧ ରନ ଦେଇ ଗୋଟିଏ ଓ ରସେଲ୍ ୪ ଓଭରରେ ୩୦ ରନ ଦେଇ ଦୁଇଟି ଓ୍ଵିକେଟ୍ ନେଇଥିଲେ। ଓ୍ଵେଷ୍ଟଇଣ୍ଡିଜ ଦଳ ଲେଣ୍ଡଲ ସିମନ୍ସଙ୍କ ୪୭ ରନ ସତ୍ତ୍ଵେ ୧୫ ଓଭରରେ ୬ ଓ୍ଵିକେଟ୍ ହରାଇ ୧୦୧ ରନ କରିଥିଲା। ଏହା ପରେ ପୋଲାର୍ଡ ଓ ଏଲେନ ସପ୍ତମ ଓ୍ଵିକେଟ୍ ପାଇଁ ୬୬ ରନ ଯୋଡିଥିଲେ। ପୋଲାର୍ଡ ନିଜ ଇନିଂସରେ ୫ ଛକା ମାରିଥିଲେ। ତାଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଓ୍ଵେଷ୍ଟଇଣ୍ଡିଜ ଶେଷ ୫ ଓଭରରେ ୬୬ ରନ କରି ୨୦ ଓଭରରେ ୬ ଓ୍ଵିକେଟ୍ ହରାଇ ୧୬୭ ରନ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.