Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ
  • ||
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||
  • ମନୀଷ ଅନୁରାଗ ହତ୍ୟା ମାମଲା : ସାଉଥ୍‌ ସିଟି ବାର୍‌ ମାଲିକ ଓ ପରିଚାଳନା କରୁଥିବା ପ୍ରସନ୍ନ ବେହେରା ଗିରଫ
  • ||
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

ବାଟବଣା ବିକାଶ: ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳର ୩ଟି ପଞ୍ଚାୟତର ୧୫ହଜାର ଭୋଟରଙ୍କ ଭୋଟ ବର୍ଜନ ନିଷ୍ପତ୍ତି

5/04/2019 at 8:19 PM

ମାଲକାନଗିରି୫|୪: ସରକାର କହୁଛନ୍ତି ରାଜ୍ୟର ଉପାନ୍ତ ଠାରୁ ଉକକୁଳ ସବୁଠି ହୋଇଛି ବିକାଶ ।  କିନ୍ତୁ ବିକାଶର ସର୍ବନିମ୍ନ ସୁବିଧା ନପାଇଁ ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳର ୩ଟି ପଞ୍ଚାୟତର ପ୍ରାୟ ୧୫ହଜାର ଭୋଟର ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି ।  ନେତା କହିଛନ୍ତି ସେମାନଙ୍କ ପାଖରେ ସମୟ ନାହିଁ । ତେଣୁ ୩ ଟି ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ଯୋଡାଆମ୍ବ ,ପଣସ ପୁଟ ଓ ଆଣ୍ଡ୍ରାପାଲି ର ସାଧାରଣ ଭୋଟର ସରକାରଙ୍କୁ ଏଭଳି ଚର ଚେତାବନୀ ଶୁଣାଇଦେଇଛନ୍ତି । ରାଜ୍ୟସରକାରଙ୍କ ଏଭଳି ମନୋବାବର ସୁଯୋଗ ନେଇ ଆନ୍ଧ୍ର ସରକାର ଏହି ଅଞ୍ଚଳର ଗୋଟିଏ ପରେ ଗୋଟିଏ ଅଞ୍ଚଳ ଉପରେ ନଜନର ପାକାଇ ଚାଲିଛନ୍ତି ।

ସରକାର କହୁଛନ୍ତି ବିକାଶ ଧାରା ଆଗେଇ ଚାଲିଛି ।  ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳବାସୀଙ୍କ ପାଇଁ ଗୁରୁପ୍ରିୟା ସେତୁ ଜୀବନ ରେଖା ହୋଇଛି ।  ବିଛିନ୍ନାଞ୍ଚଳକୁ ସ୍ବାଭିମାନ ଅଞ୍ଚଳ ଘୋଷଣା ହୋଇଛି । କିନ୍ତୁ ବାସ୍ତବ ସ୍ଥିତିରେ କିଛିବି ପରିବର୍ତ୍ତନ ହୋଇଛନି ।  ୨୦୧୪ନିର୍ବାଚନ ବର୍ଜନ କରିଥିବା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳିର ୩ଟି ପଞ୍ଚାୟତର ୧୫ହଜାର ଭୋଟର, ୨୦୧୯ନିର୍ବାଚନରେ ସମାନ ନିଷ୍ପତ୍ତି ନେଇଛନ୍ତି । ବିକାଶତ ଦୁରେ ଥାଉ ଶିକ୍ଷା ,ସ୍ବାସ୍ଥ୍ୟ, ଗମନା ଗମନ ,ପାନୀୟ ଜଳ ପରି  ମୌଳିକ ସୁବିଧା ଏବେବି ଲୋକଙ୍କ ପାଖରେ ଅପହଞ୍ଚ ରହିଛି ।

ସେପଟେ ବିଛିନ୍ନାଞ୍ଚଳ ବାସୀଙ୍କ ପାଇଁ ରାଜ୍ୟ ସରକରାଙ୍କ ୧୦୦କୋଟିର ପ୍ୟାକେଜ୍‌ କେବଳ ଘୋଷଣାରେ ରହିଯାଇଛି । ଆଉ ବିଚ୍ଛିନ୍ନାଞ୍ଚଳ ବାସୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ଏଭଳି ମନୋବାବର ଭରପୁର ଫାଇଦା ଉଭୟ ମାଓବାଦୀ ଓ ଆନ୍ଧ୍ର ସରାକାର ଉଠାଉଛନ୍ତି ।   ଅଞ୍ଚଳର ଚାରିଆଡେ ମାଓ ପୋଷ୍ଟୋର ସାଙ୍ଗକୁ ସହିଦ ସ୍ତମ୍ବ, ଅଞ୍ଚଳରେ ମାଓବାଦୀଙ୍କ ଦବଦବାକୁ ସୂଚାଉଛି । ସେପଟେ ଆନ୍ଧ୍ର ସରକାର ଜଲାପୁଟ ଠାରୁ ପଣସପୁଟ ପଞ୍ଚାୟ କୁ ଯୋଗାଯୋଗ କରିବାପାଇଁ ଡୁକୁଗୁଡା ନଦୀ ପର୍ଯ୍ୟନ୍ତ ଘାଟି ରାସ୍ତା କାଟି ସମତଳ ରାସ୍ତା ନିର୍ମାଣ କରିଛି ।

ମୁଚିମପୁଟ ମଣ୍ଡଳ ରୁ ଗୁରାସେତୁ ଗ୍ରାମ ନିକଟ ପର୍ଯ୍ୟନ୍ତ ରାସ୍ତା କାମ ମଧ୍ୟ ଆନ୍ଧ୍ର ସାରି ଦେଇଛି । ନିର୍ବାଚନକୁ ଆଉ ମାତ୍ର ହାତଗଣତି ଦିନ କେଇଟା ବାକିଥିବା ବେଳେ ଉକ୍ତ ପଞ୍ଚାୟତ ଗୁଡିକୁ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳିର କୌଣସି ନେତାଙ୍କର ପାଦପଡିନି  ।  ଲାଗୁଛି ଅଞ୍ଚଳର ବିକାଶ ପାଇଁ କୌଣସି ନେତାଙ୍କ ପାଖରେ ଯେଣିତି ସମୟ ହିଁ ନାହିଁ । ବାରମ୍ବାର ପ୍ରତିଶ୍ରୁତିର ଧୁଆବାଣ ଶୁଣିଶୁଣି ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳବାସୀଙ୍କ ଭୋଟ୍‌ ବର୍ଜନ ନିଷ୍ପତ୍ତି ସେମାନଙ୍କ ପାଇଁ ଶ୍ରେୟ ହିଁ ହୋଇଛି ।

   Related Posts