ଆସନ୍ତା ୨୭ତାରିଖରେ ବୈଠକ ଡାକିଛନ୍ତି ନିର୍ବାଚନ କମିଶନ

Published By : Prameya-News7 Bureau | August 25, 2018 IST

ନୂଆଦିଲ୍ଲୀ ୨୫/୮ : ଆସନ୍ତା ୨୭ତାରିଖରେ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି ନିର୍ବାଚନ କମିଶନ । ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳର ବୈଠକ ଡାକିଛନ୍ତି । ଦିଲ୍ଲୀରେ ଅନୁଷ୍ଠିତ ହେବ ଏହି ବୈଠକ । ଏଥିରେ ସମସ୍ତ ସ୍ବୀକୃତିପ୍ରାପ୍ତ ଜାତୀୟ ଓ ରାଜ୍ୟସ୍ତରୀୟ ଦଳ ଅଂଶଗ୍ରହଣ କରିବେ । ବୈଠକରେ ୭ଟି ଜାତୀୟ ଦଳ ଓ ୫୧ଟି ରାଜ୍ୟସ୍ତରୀୟ ଦଳର ପ୍ରତିନିଧିଙ୍କୁ ଯୋଗଦେବା ଲାଗି ଆମନ୍ତ୍ରଣ କରାଯାଇଛି । ବୈଠକରେ ଭୋଟର ତାଲିକାରେ ସଂଶୋଧନ ଓ ସ୍ବଚ୍ଛତା ବଜାୟ ରଖିବା, ଦଳୀୟ ସଂଗଠନ ଓ ନିର୍ବାଚନରେ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ବୃଦ୍ଧି ଆଦି ପ୍ରସଙ୍ଗରେ ଆଲୋଚନା ହେବ । ଏଥିସହ ନିର୍ବାଚନ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଏବଂ ଠିକ୍ ସମୟରେ ଅଡିଟ୍ ରିପୋର୍ଟ ଓ ଖର୍ଚ୍ଚର ସମସ୍ତ ବିବରଣୀ ଦାଖଲ କରିବା, ଇଭିଏମ୍ ଓ ଭିଭିପାଟ ବ୍ୟବହାର ଆଦି ପ୍ରସଙ୍ଗରେ ଆଲୋଚନା ହେବାର ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.