Wednesday, September 18, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସମୟର ଖେଳ : ଚିଦାମ୍ବରମ ଗୃହମନ୍ତ୍ରୀ ଥିବାବେଳେ ବନ୍ଧା ହୋଇଥିଲେ ଅମିତ ଶାହ, ଏବେ ଅମିତ ଶାହ ଗୃହମନ୍ତ୍ରୀ ଅଛନ୍ତି ଆଉ ବନ୍ଧା ହେଲେ ଚିଦାମ୍ବରମ … ଗିରଫ ହେବାବେଳେ ଅମିତ ଶାହ ଗାଇଥିବା ସାୟରୀ ଏବେ ଚର୍ଚ୍ଚାରେ…

ନୂଆଦିଲ୍ଲୀ ୨୨/୮: ପୂର୍ବତନ କେନ୍ଦ୍ର ଗୃହ ମନ୍ତ୍ରୀ ଏବଂ କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମ୍ ଆଇଏନଏକ୍ସ ମିଡିଆ ମାମଲାରେ ଏବେ ସିବିଆଇ ହେପାଜତରେ ଅଛନ୍ତି। ପାଖାପାଖି ୧୦ବର୍ଷ ପୂର୍ବରୁ ଠିକ୍ ଏପରି ଘଟଣା ବର୍ତ୍ତମାନର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସହ ହୋଇଥିଲା। ସେତେବେଳେ ତଦନ୍ତକାରୀ ଏଜେନ୍ସିଗୁଡ଼ିକ ତାଙ୍କ ପଛରେ ପଡ଼ିଥିଲେ।  କିନ୍ତୁ ଏବେ ସମୟ ବଦଳି ଯାଇଛି ଏବଂ ଖେଳ ମଧ୍ୟ ବଦଳିଯାଇଛି।

ୟୁପିଏ ସରକାରଙ୍କ କାର୍ଯ୍ୟକାଳ ସମୟରେ ଯେତେବେଳେ ପି.ଚିଦାମ୍ବରମ୍ ଦେଶର ଗୃହମନ୍ତ୍ରୀ ଥଲେ,ସେହି ସମୟରେ ସୋହରାବୁଦ୍ଦିନ ଶେଖ ଏନକାଉଣ୍ଟର ମାମଲା ଜୋର ଧରିଥିଲା ଏବଂ ଏହି ମାମଲାରେ ଅମିତ ଶାହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ୨୦୧୦ମସିହା ଜୁଲାଇ ୨୫ତାରିଖରେ ସିବିଆଇ ଅମିତ ଶାହଙ୍କୁ ଗିରଫ କରିଥିଲା ଏବଂ ଜେଲରେ ପୂରାଇ ଥିଲା।

୨୦୧୦ରେ ଅମିତ ଶାହ ଗିରଫ ହେବା ପରେ ତାଙ୍କୁ ଗୁଜୁରାଟରୁ ବାହାରକୁ ପଠାଯାଇଥିଲା ଏବଂ ୨୦୧୨ମସିହାରେ ଫେରିବା ପରେ ଶାହ ଏକ ସାୟରୀ କହିଥିଲେ ‘‘ ପାଣି ପଛକୁ ଫେରିଗଲା ବୋଲି ଭାବି କୂଳରେ ଘର କରନି, ମୁଁ ସମୁଦ୍ର, ମୁଁ ପୁଣି ନିଶ୍ଚୟ ଫେରିବି ସେହି ଜାଗାକୁ ’। ଆଉ ଏବେ ତାହା ହିଁ ହୋଇଛି । ସମୟର ଚକ ଅହ ରହ ଘୂରୁଥାଏ । ସେଥିପାଇଁ ତ କୁହାଯାଏ କେବେ ନା ଉପରେ ଗାଡି ତ କେବେ ଗାଡି ଉପରେ ନା….

ଚିଦାମ୍ବରମ୍ ୨୦୦୮ମସିହା ନଭେମ୍ବର ୨୯ ତାରିଖରୁ ୨୦୧୨ମସିହା ଜୁଲାଇ ୩୧ ତାରିଖ ଯାଏଁ ଗୃହ ମନ୍ତ୍ରୀ ଥିଲେ। ଏବେ ସମୟର ଚକ୍ର ପରିବର୍ତ୍ତନ ହୋଇଯାଇଛି ଏବଂ ଅମିତ ଶାହ ଭାରତର ଗୃହମନ୍ତ୍ରୀ ଓ ସିବିଆଇ ଇଡି ପି ଚିଦାମ୍ବରମଙ୍କୁ ଜେଲରେ ପୂରାଇବାକୁ ପ୍ରସ୍ତୁତ ଅଛନ୍ତି।

1745 Views

   ସମ୍ବନ୍ଧିତ ଖବର