Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

UP ପୋଲିସ ବିରୋଧରେ ପ୍ରିୟଙ୍କା ଗାନ୍ଧିଙ୍କ ଦୁର୍ବ୍ୟବହାର ଅଭିଯୋଗ, ପ୍ରସଙ୍ଗକୁ ନେଇ ଜୋର ଧରିଲା ରାଜନୀତି

28/12/2019 at 8:56 PM

ନୂଆଦିଲ୍ଲୀ ୨୮।୧୨: ନାଗରିକ (ସଂଶୋଧିତ) ଆଇନ (ସିଏଏ) ବିରୋଧ କ୍ରମରେ ଶନିବାର ଏଆଇସିସି ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି (ୱାଡ୍ରା) ଶନିବାର ଲକ୍ଷ୍ନୌରେ ପୋଲିସ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ସିଏଏକୁ ବିରୋଧ କରି ପୋଲିସ ଦ୍ୱାରା ଗିରଫ ହୋଇଥିବା ଜନୈକ ଅବସରପ୍ରାପ୍ତ ଆଇପିଏସ୍ ଅଫିସରଙ୍କ ପିରବାରକୁ ପ୍ରିୟଙ୍କା ଭେଟିବାକୁ ଯାଉଥିବା ବେଳେ ଉତ୍ତରପ୍ରଦେଶ ପୋଲିସ ତାଙ୍କୁ ରାସ୍ତାରେ ଅଟକାଇ ଦୁର୍ବ୍ୟବହାର କରିଥିବା ପ୍ରିୟଙ୍କା  ଗଣମାଧ୍ୟମକୁ କହିଛନ୍ତି।

ପ୍ରିୟଙ୍କାଙ୍କ ଅଭିଯୋଗ ପରେ ଘଟଣାକୁ ନେଇ ରାଜନୀତି ଗରମ ହେବାକୁ ଲାଗିଥିବା ବେଳେ କଂଗ୍ରେସ ଶାସିତ ପ୍ରଦେଶମାନଙ୍କର ରୈଜନୈତିକ ନେତାମାନେ ସୋସିଆଲ ମିଡିଆରେ ଘଟଣାକୁ ପ୍ରସଙ୍ଗ କରିବାରେ ଲାଗିଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ ଘଟଣାକୁ ଅଗଣତାନ୍ତ୍ରିକ କହିଥିବା ବେଳେ ପ୍ରିୟଙ୍କା ତାଙ୍କ ଫେସବୁକ୍ ପେଜରେ ଘଟଣାର ଭିଡିଓ ଅପଲୋଡ କରିଛନ୍ତି।

ତେବେ ସିଏଏକୁ ନେଇ ଉତ୍ତରପ୍ରଦେଶ ପରିସ୍ଥିତି ଏବେବି ଗୁରୁତର ରହିଛି। ପୋଲିସ ପକ୍ଷରୁ ଆଇନଶୃଙ୍ଖଳା ନିୟନ୍ତ୍ରଣ ଲାଗି ଯଥାସମ୍ଭବ ପ୍ରୟାଶ ଜାରି ଥିବା ବେଳେ ବାହାର ରାଜ୍ୟର ସିଏଏ ସମର୍ଥକ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ରାଜ୍ୟର ସୀମାରେ ପ୍ରବେଶ କରାଦେଉନଥିବାର ପୂର୍ବରୁ ଅଭିଯୋଗ ହେଉଥିଲା। ତେବେ ଅଚାନକ ପ୍ରୀୟଙ୍କା ପହଞ୍ଚି ପୋଲିସ ପ୍ରତିବନ୍ଧକର ସମ୍ମୁଖୀନ ହେବା ଚର୍ଚ୍ଚାକୁ ନୂଆ ଖୋରାକ ଯୋଗାଇଛି।

   Related Posts