ଲେଣ୍ଡଫଲ କରିନି ଫନି, ହେଲେ ଆରମ୍ଭ ହେଲାଣି ରାଜନୀତି

Published By : Prameya-News7 Bureau | April 30, 2019 IST

ଭୁବନେଶ୍ବର ୩୦|୪: ଚଳିତ ନିର୍ବାଚନ ବେଳେ ବିଭିନ୍ନ ପ୍ରସଂଗରେ ନବୀନ ପଟ୍ଟନାୟକ କେନ୍ଦ୍ରର ବିଜେପି ସରକାରଙ୍କୁ ଟାର୍ଗେଟ କରିଥିଲେ । ସେଥିରୁ ପ୍ରମୁଖ ବିଷୟଟି ଥିଲା ଯେ, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନରେନ୍ଦ୍ର ମୋଦି କେବେ ଓଡିଶାକୁ ଗୁରୁତ୍ବ ଦେଇନାହାନ୍ତି । ପ୍ରାକୃତିକ ବିପର୍ଯ୍ୟୟ ବେଳେ କାହାର ଦେଖା ମିଳୁନଥିଲା । ନିର୍ବାଚନ ସମୟରେ ସମସ୍ତେ ଭୋଟ ମାଗିବାକୁ ପହଞ୍ଚିଯାଉଛନ୍ତି । ହେଲେ ଏବେ କିନ୍ତୁ ପରିସ୍ଥିତି ଅଲଗା ହୋଇଛି । ସାଇକ୍ଲୋନ ଫନି ଓଡିଶାରେ ଲ୍ୟାଣ୍ଡ କରିବା ପୂର୍ବରୁ କେନ୍ଦ୍ର ସରକାରଙ୍କ ସହାୟତା ଘୋଷଣା । ଓଡିଶାକୁ ଆଗୁଆ ୩୪୦ କୋଟି ଟଙ୍କା ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର ।

{"id":109237}

୪ଟି ରାଜ୍ୟ ଆନ୍ଧ୍ର, ଓଡିଶା , ତାମିଲନାଡୁ ଓ ପଶ୍ଚିମବଙ୍ଗକୁ ଏହି ସାଇକ୍ଲୋନ ହିଟ କରିବାକୁ ଥିବାରୁ ସମସ୍ତ ରାଜ୍ୟପାଇଁ ୧୦୮୬ କୋଟି ଟଙ୍କାର ଯେଉଁ ସହାୟତା ଘୋଷଣା ହୋଇଛି ତା ମଧ୍ୟାରୁ ଓଡିଶାକୁ ଅଧିକ ଅର୍ଥ ଦିଆଯାଇଛି । ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି ।

ବିଜେପିର ଦାବି ଯେ ରାଜ୍ୟ ସରକାର ସବୁବେଳେ ବନ୍ୟା, ବାତ୍ୟା ମରୁଡି ସହାୟତା କେନ୍ଦ୍ର ଡେରିରେ ଦିଏ ବୋଲି ଅଭିଯୋଗ କରନ୍ତି । କିନ୍ତୁ କେନ୍ଦ୍ରର ମୋଦି ସରକାର ସବୁବେଳେ ଆଗୁଆ ସତର୍କତା ନେଇ ସହାୟତାର ହାତ ବଢାନ୍ତି ।

{"id":109239}

ବିଜେଡିର ଯୁକ୍ତି, ଏହା କେନ୍ଦ୍ର ସରକାରଙ୍କ ଦାଇତ୍ବ । ତେଣୁ ସେ କରିବାକୁ ବାଧ୍ୟ । ଏଥିରେ ବଡକଥା କଣ ହେଲା । କଂଗ୍ରେସର ଯୁକ୍ତି କେନ୍ଦ୍ର ସରକାର ଆଗୁଆ ସହାୟତା ରାଶି ଦେବା ନିଶ୍ଚିତ ଭାବେ ଭଲଖବର । ଏବେ ରାଜ୍ୟ ସରକାର ସମ୍ଭାବ୍ୟ କ୍ଷତିଗ୍ରସ୍ତ ଅଞ୍ଚଳ ଲୋକମାନଙ୍କ କଥା ବୁଝନ୍ତୁ । ଏଭଳି ଆଗୁଆ ସହାୟତା ଘୋଷଣାକୁ କେହି କେହି ନବୀନଙ୍କ ତୀରର ଫଳ ବୋଲି କହୁଥିବାବେଳେ ଆଉ କିଏ କିଏ ଓଡିଶା ଉପରେ ବିଜେପିର ଫୋକସ ଯୋଗୁଁ ବୋଲି କହୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.