ଜାରିଙ୍ଗି ଗଣଦୁଷ୍କର୍ମ ଘଟଣା; ରାଜନୀତି ଧରିଲାଣି ଜୋର

Published By : Prameya-News7 Bureau | September 30, 2019 IST

କଳାହାଣ୍ଡି୩୦|୯; ଜାରିଗଂ କୁନ୍ଦଲି ନ ହେଉ । ଜାରିଗଂ ଗଣଦୁଷ୍କର୍ମ ମାମଲା ବର୍ତମାନ ରାଜନୈତିକ ଦଳର ପୌର ନିର୍ବ।ଚନ ପୁର୍ବ ପ୍ରସ୍ତୁତି ସ୍ବରୁପ ଶାସକ ବିରୋଧୀଙ୍କ ପ୍ରସଂଗ ସାଜିଛି । ହେଲେ ଏହି ବୟାନବାଜୀ ପୀଡିତାଙ୍କୁ ନ୍ୟାୟ ପାଇଁ କମ,  ରାଜନୈତିକ ସମାଲୋଚନା ବେଶୀ ବୋଲି ଆଲୋଚନା ହେଉଛି ।

{"id":164568}

କଳାହାଣ୍ଡି ଜାରିଂଗ ଗଣଦୁଷ୍କର୍ମ ମାମଲା ଏକ ସମ୍ବେଦନଶୀଳ ପ୍ରସଂଗ। ହଲେ ଏହି ସମ୍ବେଦନଶୀଳ ପ୍ରସଂଗରେ ବି ଭୋଟ ରାଜନୀତି ପାଇଁ ଶାସକ ବିରୋଧୀ ମୁହଁ।ମୁହିଁ । ପୋଲିସର ରାଜସାକ୍ଷୀ ଲଳୀନ୍ଦ୍ର ଶବରକୁ ପୀଡିତା ମୁଖ୍ୟଖଳ ନାୟକ ବୋଲି ବୟାନ ଦେବା ପରେ କଳାହାଣ୍ଡି ରୁ ରାଜଧାନୀ ଯାଏଁ ରାଜନୀତି ଜୋର ଧରିଛି ।

{"id":164569}

ଏପଟେ ଏହି ଘଟଣାକୁ ନେଇ ବିକ୍ଷୋଭ ଓ ବୟାନବାଜୀ ଜାରୀ ରହିଛି । ହଲେ ପୀଡିତାର ନ୍ୟାୟ ପାଇଁ ନୁହେଁ ବରଂ ଦଳୀୟ ସ୍ବାର୍ଥ ପାଇଁ ଏସବୁ ଚାଲିଥିବା ଆଲୋଚନା ହେଉଛି । ବିଜେପି ନେତେରୀ ଲେଖାଶ୍ରୀ ସାମନ୍ତରାଏ ଘଟଣାରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଜେଡି ଲିଂକ୍‌ ଦର୍ଶ।ଇ ଗୋଟିଏ ପରେ ଗୋଟିଏ ଅଭିଯୋଗ କରିଚାଲିଛନ୍ତି । ଅଭିଯୋଗକୁ ଖଣ୍ଡନ କରିବାକୁ ଯାଇ ବିଜେଡି ଛାତ୍ର ଯୁବ ଜନତା ବିଜେପି ନେତ୍ରୀ ଲେଖାଶ୍ରୀ ଙ୍କ କୁଶପୁତଳିକା ଦାହ କରି ବିଜେଡିର ଇମେଜ କ୍ରାଇଶସେସ ସମ୍ଭାଳିବାକୁ ଉଦ୍ୟମ କରିଛନ୍ତି ।

{"id":164570}

ଆଗକୁ ପୌରପରିଷଦ ନିର୍ବ।ଚନ ବିଜେପିର ଛାତ୍ର ସଂଗଠନ ଏବିଭିପି ମୁଖ୍ୟମନ୍ତ୍ରୀ ଓ ଗୃହ ରାଜ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କରି ସରକାରଙ୍କ କ୍ରମାଗତ ବିଜୟ ଧାରାକୁ ଅଟକାଇବାକୁ ଆହ୍ବାନ କରିଛି । ଠିକ ଏହି ସମୟ ରେ ବିଜେଡିର ଛାତ୍ର ଯୁବ ସଂଗଠନ ସରକାର ଘଟଣାରେ ସମ୍ବେଦନଶୀଳ ଏବଂ ଦୋଷୀକୁ କୋଠର ଦଣ୍ଡବିଧାନର ଦାବୀ କରୁଛି । 

{"id":164571}

କିନ୍ତୁ ଏ ରାଜନୈତିକ ବାଦବିବାଦ ଭିତରେ ଜାରିଂଗ ପୁଣି ଏକ କୁନ୍ଦଲୀ ଘଟଣା ଅଡକୁ ଗଲା ଭଳି ମନେ ହେଉଛି । କାରଣ କୁନ୍ଦଲିରେ ମଧ୍ୟ ରାଜନୀତି  ଖୁବ ହେଲା, ହେଲେ ନ୍ୟାୟ ପାଇଁ ସଂଗ୍ରାମ କରୁଥିବା ପୀଡିତା ନ୍ୟାୟ ପାଇବା ପୁର୍ବରୁ ନିଜେ ଜୀବନ ହାରିଦଲେ । ଏଣୁ ପୀଡିତା ର ସୁରକ୍ଷା , ଥଇଥାନ ଓ ନ୍ୟାୟ ପାଇଁ ସମାଜର ପ୍ରତ୍ୟେକ ବର୍ଗ ଛିଡା ହେବା ଉଚିତ । ଭୋଟ ରାଜନୀତି ପାଇଁ ପୀଡିତାକୁ ମାଧ୍ୟମ କରା ନ ଯାଉ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.