ଓବିସି କାର୍ଡରେ କାହାର କେତେ ଫାଇଦା : ରାଜ୍ୟ ସରକାରଙ୍କ ଓବିସିଙ୍କ ପ୍ରେମ ଦେଖି ବିରୋଧୀ କଂଗ୍ରେସ ଓ ବିଜେପି ସ୍ତବ୍ଧ

Published By : Prameya-News7 Bureau | February 18, 2020 IST

ଭୁବନେଶ୍ବର ୧୮/୨: ରାଜ୍ୟରେ ପଛୁଆ ବର୍ଗ ଗଣନା ପାଇଁ ବିଧାନସଭାରେ ସର୍ବ ସମ୍ମତ ପ୍ରସ୍ତାବ ପାରିତ ହେବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଭୋଟ ବ୍ୟାଙ୍କ ପାଇଁ ସରକାର ଓବିସି ବିଲ ପାରିତ କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ଅନ୍ୟପଟେ ବିଜେପି କହିଛି ଜନଗଣନା କାମ କେନ୍ଦ୍ର ସରକାରଙ୍କର, ରାଜ୍ୟର ନୁହେଁ। ବିଜେଡି ଜାତିଭିତ୍ତିକ ରାଜନୀତି ପାଇଁ ଏଭଳି ଭୋଟ ବ୍ୟାଙ୍କ ସୃଷ୍ଟି ପାଇଁ ଚାଲ ଖେଳୁଛି । ସେପଟେ ବିଜେଡି କହିଛି ସମାଜର ଏକ ବଡ ଭାଗର ଉନ୍ନତି ଲାଗି ସେମାନଙ୍କ ସଂଖ୍ୟା ଓ ତଥ୍ୟ ଜାଣିବା ନିହାତି ଦରକାର । ତେଣୁ ଓବିସି ମାନଙ୍କର ସାମାଜିକ, ଶିକ୍ଷାଗତ ଗଣନାରେ ରାଜନୀତି କରାନଯାଉ ।

{"id":226017,"sizeSlug":"large"}

ଓବିସି କାର୍ଡରେ କାହାର କେତେ ଫାଇଦା । ଅନ୍ୟାନ୍ୟ ପଛୁଆ ବର୍ଗଙ୍କ କଥା ଏକ ପ୍ରକାର ଭୁଲିଯାଇଥିବା ରାଜ୍ୟ ସରକାରଙ୍କ ହଠାତ୍‌ ଓବିସିଙ୍କ ପ୍ରେମ ଦେଖି ବିରୋଧୀ କଂଗ୍ରେସ ଓ ବିଜେପି ସ୍ତବ୍ଧ । ସୁପ୍ରିମକୋର୍ଟଙ୍କ ଆଳ ଦେଖାଇ ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ଦେବାକୁ ପଛଘୁଞ୍ଚା ଦେଉଥିଲେ ସରକାର । ଓବିସି କମିଶନ ଗଠନ ନେଇ ବର୍ଷ ବର୍ଷ ଗଡି ଚାଲିଥିଲା । ଏବେ ଓବିସି ଜନଗଣନା କରିବା ଲାଗି ରାଜ୍ୟ ସରକାର ବିଧାନସଭାରେ ସର୍ବସମ୍ମତି ପ୍ରସ୍ତାବ ପାରିତ କରିବା ବିରୋଧୀଙ୍କ ହଜମ ହେଉନି ।କଂଗ୍ରେସ କହିଛି ସରକାର ଗୋଟିଏ ଗୁଳିରେ ଦୁଇଟି ଶିକାର ଭଳି ଭୋଟ ବ୍ୟାଙ୍କ ପାଇଁ ଓବିସି ପ୍ରସ୍ତାବ ପାରିତ କରିଛନ୍ତି । ପଛୁଆ ବର୍ଗଙ୍କ ଉନ୍ନତି ଆଳରେ ଓବିସି ଗଣନା କରୁଛନ୍ତି । ବିଜେପି କହିଛି ଜନଗଣନା କରିବା କାମ କେନ୍ଦ୍ର ସରକାରର । ଭୋଟ ବ୍ୟାଙ୍କ ପାଇଁ ରାଜ୍ୟ ସରକାର ଜାତି ଭିତ୍ତିକ ରାଜନୀତି କରୁଛନ୍ତି । ସେପଟେ ବିଜେଡିର ଜବାବ ଓବିସି ମାନଙ୍କର ସାମାଜିକ, ଶିକ୍ଷାଗତ ଗଣନାରେ ରାଜନୀତି କରାନଯାଉ ।

{"id":226019,"sizeSlug":"large"}

ଓବିସି ବିଲ୍ ପାସ୍ ହେବା ପରେ ଓଡ଼ିଶାର ପଛୁଆ ବର୍ଗଙ୍କ ସାମାଜିକ, ଶିକ୍ଷାଗତ ଓ ଆର୍ଥିକ ସର୍ଭେ କରାଯାଇପାରିବ ।ଏଥିପାଇଁ ସର୍ବ ସମ୍ମତି ପ୍ରସ୍ତାବ ପାରିତ ହୋଇଛି । ସରକାର ରାଜ୍ୟର ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ଗଣନା କରିପାରିବେ । ଏହାଦ୍ବାରା ପଛୁଆ ବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ଉନ୍ନତି ସହ ସେମାନଙ୍କ ଲାଗି ସରକାର ଯୋଜନା କରିପାରିବେ ବିଭାଗୀୟ ମନ୍ତ୍ରୀ ଯୁକ୍ତି ବାଢିଛନ୍ତି ।

{"id":226020,"sizeSlug":"large"}

୧୯୩୧ରେ ଶେଷ ଥର ପାଇଁ ଜାତିଭିତ୍ତିକ ଜନଗଣନା କରାଯାଇଥିଲା । ଏହାପରେ ୨୦୧୧ ଏସ୍.ଇ.ସି.ସି ସର୍ଭେରେ ଓବିସି ତଥ୍ୟ ସଂଗ୍ରହ କରାଯାଇଥିଲେ ବି ତଥ୍ୟ ସାମ୍ନାକୁ ଅଣାଯାଇ ନଥିଲା । ୨୦୨୧ ଜନଗଣନା ସମୟରେ ଓବିସି ଓ ପଛୁଆବର୍ଗଙ୍କ ଜନଗଣନା ପାଇଁ ରାଜ୍ୟ ସରକାର ସଂକଳ୍ପ ପତ୍ର କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଥିଲେ । ହେଲେ କେନ୍ଦ୍ର ନକରାତ୍ମକ ଆଭିମୁଖ୍ୟ ଦେଖାଇଥିଲା । ଫଳରେ ନିଜେ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ଗଣନା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଯାହା ରାଜ୍ୟରେ ପ୍ରଥମଥର ହେବ ।

{"id":226022,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.