Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଅମିତ ଶାହାଙ୍କ ଆସିବା ପୂର୍ବରୁ ତେଜିଲାଣି ରାଜନୀତି, CAA ପ୍ରସଙ୍ଗରେ ବର୍ଷିଲେ ବିରୋଧୀ

27/02/2020 at 1:07 PM

ଭୁବନେଶ୍ବର ୨୭।୨: ଫେବୃଆରୀ ୨୮ତାରିଖରେ ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଅମିତ ଶାହା । ଗୃହମନ୍ତ୍ରୀଙ୍କ ଏହି ଦୁଇ ଦିନିଆ ଓଡିଶା ଗସ୍ତ କାର୍ଯ୍ୟକ୍ରମରେ ୨୮ ତାରିଖ ସକାଳ ୧୦ଟାରେ ଭୁବନେଶ୍ବରରେ ପହଞ୍ଚିବ । ଏହାପରେ ପୂର୍ବାଞ୍ଚଳ ରାଜ୍ୟ ମାନଙ୍କର ପରିଷଦ ବୈଠକରେ ଯୋଗଦେବେ ।

ଅପରାହ୍ନ ୨ଟାରୁ ୪ଟା ଯାଏଁ ବିଜେପିର ସିଏଏ ସପକ୍ଷ ସଭାରେ ଯୋଗଦେଇ ନାଗରିକତା ଆଇନ ସପକ୍ଷରେ ଉଦବୋଧନ ଦେବେ । ସନ୍ଧ୍ୟା ୬ଟାରୁ ୭ଟା ୩୦ ଯାଏଁ କର୍ମକର୍ତ୍ତାଙ୍କ ବୈଠକରେ ଯୋଗଦେବେ ଅମିତ ଶାହା । ଏହାପରେ ପୁରୀ ଯାଇ ସେଠାରେ ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ରହିଛି ।

୨୯ତାରିଖ ସକାଳୁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ । ଏହାପରେ ଭୁବନେଶ୍ବର ଫେରି ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବେ । ଏହାପରେ ଦିଲ୍ଲୀ ଫେରିଯିବେ । କେନ୍ଦ୍ର ଗୃହମନ୍ତ୍ରୀ ହେବା ପରେ ଅମିତ ଶାହାଙ୍କ ଏହା ହେବ ପ୍ରଥମ ଓଡିଶା ଗସ୍ତ ।

ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡିଶା ଗସ୍ତ ପୂର୍ବରୁ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି । ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି ଯେ, CAA ସମ୍ପର୍କରେ ବୁଝାଇବା ସମୟ ପଳାଇଲାଣି । ପୂର୍ବରୁ ବୁଝାଇଥିଲେ ଦିଲ୍ଲୀରେ ହିଂସା ହୋଇନଥାନ୍ତା । CAA ବାବଦରେ ଓଡ଼ିଶା ଲୋକଙ୍କୁ ବୁଝାଇବା ଦରକାର ନାହିଁ ।

ସେପଟେ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା କହିଛନ୍ତି CAA ପ୍ରତି ସମର୍ଥନ ଲୋଡିବାକୁ ଆସୁଛନ୍ତି ଅମିତ ଶାହା । ପୂର୍ବାଞ୍ଚଳ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ ଚାହୁଁଛନ୍ତି ଶାହା । ପ୍ରଥମେ ଦିଲ୍ଲୀ ଆଇନ ଶୃଙ୍ଖଳାକୁ ସମ୍ଭାଳନ୍ତୁ । ପରେ ପୂର୍ବାଞ୍ଚଳ ସୁରକ୍ଷା କଥା ଚିନ୍ତା କରିବେ ।

   Related Posts