ଭୋଟ୍ ସରିନି, ଫଳ ବାହାରିନି : ଜିତିଲେ କିଏ ହେବ ମୁଖ୍ୟମନ୍ତ୍ରୀ ସେନେଇ ଜୋର୍ ଧରିଛି ରାଜନୀତି

Published By : Prameya-News7 Bureau | April 14, 2019 IST

ଭୁବନେଶ୍ୱର ୧୪/୪ : ଭୋଟ୍ ସରିନି । ଫଳ ବାହାରିନି । ହେଲେ କିଏ ହେବ ସିଏମ, ତାକୁ ନେଇ ଉଠୁଛି ପଡ଼ୁଛି ରାଜ୍ୟ ରାଜନୀତି । ବିଜେପିକୁ ନବୀନଙ୍କ କଟାକ୍ଷ, ଧର୍ମେନ୍ଦ୍ରଙ୍କ ପାଲଟା ଉତ୍ତର ପରେ ବି ଏହି ଚର୍ଚ୍ଚା ଥମିବାର ନାଁ ଧରୁନି । ସେପଟେ ଡବଲ ଇଂଜିନ ପ୍ରସଙ୍ଗରେ ବି ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି । ……..

{"id":103537}

ଗୋଟିଏ ପର୍ଯ୍ୟାୟ ସରିଛି, ଆହୁରି ୩ ପର୍ଯ୍ୟାୟ ଭୋଟ୍ ଅଛି । ହେଲେ ଜିତିଲେ କିଏ ହେବ ମୁଖ୍ୟମନ୍ତ୍ରୀ ଏମିତି ଆକ୍ଷେପକୁ ନେଇ ଜୋର୍ ଧରିଛି ରାଜ୍ୟ ରାଜନୀତି । କାଲି ନବୀନ ବିଜେପି ଆଡ଼କୁ ଏହି ବାଣି ପେଶିବା ପରେ ତୁରନ୍ତ ପ୍ରତିକ୍ରିୟା ରଖିଥିଲେ ଧର୍ମେନ୍ଦ୍ର । ହେଲେ ଆଜି ବି ଏହି ଚର୍ଚ୍ଚା ଉଭୟ କ୍ୟାମ୍ପ୍ ଆଡ଼ୁ ଦେଖିବାକୁ ମିଳୁଥିଲା । ବିଜେପି ଫ୍ରେସ୍ ରିଆକ୍ସନ ଦେଇ କହିଛି, ନବୀନଙ୍କୁ ଶୁଭେଚ୍ଛା । କାହିଁକି ନା ସେ ପରୋକ୍ଷରେ ହେଉ ପଛେ ବିଜେପିରୁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ବୋଲି ସ୍ବୀକାର କରିଛନ୍ତି । ସେପଟେ ବିଜେପି ଭୟଭୀତ ହୋଇଥିବା କହିଛି ବିଜେଡି ।

{"id":103538}

ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ସହ ଡବଲ ଇଂଜିନକୁ ନେଇ ବି ବିଜେପିକୁ କଟାକ୍ଷ କରିଥିଲେ ନବୀନ । ଯାହାର ଆଜି ଜବାବ୍ ଦେଇଛନ୍ତି ଧର୍ମେନ୍ଦ୍ର। ବିଭିନ୍ନ ପ୍ରସଙ୍ଗରେ କିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ଓଡ଼ିଶା ଲାଗି ଅଧିକ ତତ୍ପର ହୋଇଛନ୍ତି ତାହାର ହିସାବ ଥୋଇଛନ୍ତି । ଏହାର ବି ଜବାବ୍ ରଖିଛି ବିଜେଡି।

{"id":103539}

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ବିଜେଡି ଓ ବିଜେପି ମଧ୍ୟରେ ଆରୋପ-ପ୍ରତ୍ୟାରୋପ୍ ତେଜ୍ ହୋଇଛି । କେହି କାହାକୁ ଇଞ୍ଚେ ବି ଛାଡ଼ିବକୁ ରାଜି ନୁହେଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.