Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ସ୍ବର୍ଗଧାମରେ ବେଦପ୍ରକାଶ ଅଗ୍ରଓାଲ: ମରଶରୀର ଉପରେ ଆରମ୍ଭ ହେଲା ଜବରଦସ୍ତ ରାଜନୀତି, ବିଜେପି କହିଲା ଅନ୍ୟାୟ କରିଛି ବିଜେଡି

20/04/2019 at 6:25 PM

ଭୁବନେଶ୍ବର ୨୦|୪: ସ୍ବର୍ଗଧାମରେ ବେଦପ୍ରକାଶ ଅଗ୍ରଓାଲ । ଏଠି କିନ୍ତୁ ତାଙ୍କ ମରଶରୀର ଉପରେ ଜବରଦସ୍ତ ରାଜନୀତି । ବେଦୁଙ୍କ ଅକାଳ ବିୟୋଗ ପାଇଁ ପାଟକୁରାରେ ନିର୍ବାଚନ ବାତିଲ ହେବା ଏବଂ ପୁଣିଥରେ ନିର୍ବାଚନ ବାଟ ଫିଟିବା ରାଜନୈତିକ ବାତାବରଣକୁ ଉଷ୍ଣ କରିଛି ।

ଯେହେତୁ ବେଦୁଙ୍କ ବିପକ୍ଷରେ ବିଜୟ ମହାପାତ୍ର ଲଢୁଥିଲେ ଏବଂ ୧୯ ବର୍ଷ ପରେ ପୁଣି ବିଧାନ ଆସିବାକୁ ଆଶା ବାନ୍ଧୁଥିଲେ ତେଣୁ ପୁଣି ବିଜୟଙ୍କ ଭାଗ୍ୟରେ ପ୍ରଶ୍ନଚିହ୍ନ ଲାଗିଛି। ଏତିକିବେଳେ କଥା ଉଠିଛି ବେଦୁଙ୍କ ପ୍ରତି ଅନ୍ୟାୟ ହେଉଛି।

ବିଜେଡି ବିଧାୟକ ପ୍ରାର୍ଥି ବେଦପ୍ରକାଶ ଅଗ୍ରଓାଲଙ୍କ ଚିତା ଜଳିନି ତାଙ୍କ ମରଶରୀର ଶ୍ମଶାନକୁ ଯାଇନି କିନ୍ତୁ ଜଳିଲାଣି ରାଜନୀତିର ନିଆଁ। ବେଦୁଙ୍କ ମୃତ୍ୟୁ ରାଜ୍ୟ ରାଜନୀତି ପାଇଁ ଅପୂରଣୀୟ କ୍ଷତି କହି ବିଜେଡି ସମବେଦନା ସାଉଣ୍ଟିବାକୁ ଚେଷ୍ଟା କରୁକରୁ ବିଜେପି କହିଲାଣି ତାଙ୍କ ପ୍ରତି ବିଜେଡି ଅନ୍ୟାୟ କରିଛି ।

ବେଦପ୍ରକାଶ ଶଯ୍ୟାଶାୟୀ ଥିବା ସତ୍ତ୍ବେ ତାଙ୍କୁ ପାଟକୁରାରେ ଲଢ଼ିବା ଲାଗି ବାଧ୍ୟ କରାଯାଇଥିଲା। ଏକଥାପୁଣି ବାହାରିଛି ବିଜୟଙ୍କ ମୁହଁରୁ ।

୬ଥର ନିର୍ବାଚନ ଜିତିଥିବା ବେଦପ୍ରକାଶ ବିଜୁପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଅର୍ଥମନ୍ତ୍ରୀ ଥିଲେ। ଏଥର ବିଜେଡି ତାଙ୍କୁ ପାଟକୁରାରୁ ପୁଣି ପ୍ରାର୍ଥୀ କରିଥିଲେ।  ବିଜେପିର ବରିଷ୍ଠ ନେତା ଜୁଏଲ ଓରାମ ବେଦପ୍ରକଶଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ବେଳେ କହିଛନ୍ତି ତାଙ୍କର ଅନିଛା ସତ୍ବେ ବିଜେଡି ଜୋର ଜବରଦସ୍ତ ତାଙ୍କୁ ନିର୍ବାଚନ ମୈଦାନକୁ ଠେଲିଥିଲା ।

ଏହା  କେବଳ ବିଜୟ ମହାପାତ୍ରଙ୍କ ବିଜୟକୁ ରୋକିବାକୁ କରାଯାଇଥିଲା ବୋଲି ସେ କହିଛନ୍ତି।

ବେଦ୍‌ପ୍ରକାଶଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ଦୀର୍ଘ ଦିନ ପର୍ଯ୍ୟନ୍ତ ସେ ଟିକେଟ ନେବାକୁ ଆସିନଥିଲେ। ଏପରିକି ତାଙ୍କ ପୁଅ ଏବଂ ପତ୍ନୀ ନବୀନ ନିବାସ ଆସିଥିଲେ। ଅସୁସ୍ଥତା ସତ୍ତ୍ବେ ବେଦ୍‌ପ୍ରକାଶ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଏହା ପରେ ପୁଣି ସେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ଏବେ ନିର୍ବାଚନ ପୂର୍ବରୁ ବେଦୁଙ୍କ ପରଲୋକ ବିଜୟଙ୍କ ଭାଗ୍ୟକୁ ଝୁଲାଇ ଦେଇଛି। ପୁଣି କେବେ ନିର୍ବାଚନ କମିଶନ ତାରିଖ ଠିକ୍ କରିବେ ତାହା ବି କହି ହେବନି ।

ଏଭଳିସ୍ଥିତିରେ ପାଟକୁରା ନିର୍ବାଚନ ମଣ୍ଡଳି ପାଇଁ ଶିଘ୍ର ନିର୍ବାଚନ ଦାବି କରିବା ଛଡା ବିଜୟଙ୍କ ପାଖରେ ଅନ୍ୟପନ୍ଥା ବି ନାହିଁ । ବିଜେଡି କିନ୍ତୁ ବିଜେପିର ଅଭିଯୋଗକୁ ଖଣ୍ଡନ କରିଛି । ଦଳ କହିଛି କାହାକୁ ବିଜେଡି ଜୋର ଜବରଦସ୍ତ ଟିକେଟ ଦିଏନି ।

ଯଦି ଅସୁସ୍ଥତା ପାଇଁ ତାଙ୍କର ନିର୍ବାଚନ ଲଢିବାକୁ ଇଛା ନଥିଲା ତାହାଲେ ସେ କାହିଁକି ଟିକେଟ ନେବାକୁ ମନା କରିନଥିଲେ, ଏହାକୁ ନେଇ ରାଜନୀତି ନକରାଯାଉ । ସେପଟେ ବେଦ ପ୍ରକାଶଙ୍କ ପୁଅ କହିଛନ୍ତି ଏବେ ଅନ୍ତ୍ୟେଷ୍ଟ ପରେ ରାଜନୀତି।

ନିର୍ବାଚନ ପ୍ରକ୍ରିୟାବେଳେ ଜଣେ ପ୍ରାର୍ଥିଙ୍କ ଦେହାନ୍ତ ହେଲେ ସେଠି ନିର୍ବାଚନ ବାତିଲ କରାଯିବା ନିୟମ ରହିଛି । ରିଟର୍ଣିଙ୍ଗ ଅଫିସର ପ୍ରାର୍ଥିଙ୍କ ଦେହାନ୍ତ ଖବର ନିର୍ବାଚନ କମିଶନଙ୍କୁ ଅବଗତ କରିବା ପରେ ନିର୍ବାଚନ ସ୍ଥଗିତ ରହିବ ବୋଲି ଘୋଷଣା ହେବ । ତେବେ ବେଦପ୍ରକାଶଙ୍କ ଦେହାନ୍ତ ଯୋଗୁଁ ପୁଣିଥରେ ପାଟକୁରାରେ ଏକ ପ୍ରକାରର ରାଜନୈତିକ ଛକାପଞ୍ଝା ସ୍ଥିତି ସୃଷ୍ଟି ହୋଇଛି।

ଏକଥା ସବୁବେଳେ ଚର୍ଚାହୁଏ ଯେ ବିଜୟ ମହାପାତ୍ରଙ୍କୁ ବିଧାନସଭା ଭିତରକୁ ପୁରାଇନଦେବାକୁ ବିଜେଡି ସବୁବେଳେ କାର୍ଡ ଖେଳି ଆସିଛି । ନବୀନଙ୍କ ମାଷ୍ଟର ଷ୍ଟ୍ରୋକ ଆଗରେ ୨୦୦୦ ମସିହାରୁ ବିଜୟ ଆଉ ଜିତି ପାରିନାହାନ୍ତି।  ଦଳରୁ ଦଳ ଓ ନିର୍ବାଚନମଣ୍ଡଳୀରୁ ନିର୍ବାଚନମଣ୍ଡଳୀ ବୁଲିଛନ୍ତି ସିନା କିନ୍ତୁ ନିର୍ବାଚନ ଜିତିପାରିନାହାନ୍ତି।

ଏଥର ବିଜେଡି – ବିଜେପି ଭିତରେ ସିଧା ମୁକାବିଲା ହେଉଥିବା ବେଳେ ବିଜୟ- ବୈଜୟନ୍ତଙ୍କ ଯୋଡି କେନ୍ଦ୍ରାପଡ଼ା ରାଜନୀତିକୁ ଗରମ କରିରଖିଛି। ସେତିକିବେଳେ ବିଜେଡିର ବରିଷ୍ଠ ନେତା ବେଦପ୍ରକାଶଙ୍କ ଦେହାନ୍ତ ରାଜନୀତିକୁ ଏପଟସେପଟ କରିଦେଇଛି। ଏବେ ସେଠି ନିର୍ବାଚନ ବାତିଲ ହେବାକୁ ଯାଉଛି ।

   Related Posts