ରାଜ୍ୟକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗରେ ପୁଣି ଆରମ୍ଭ ହେଲା ରାଜନୀତି: ନବୀନ, ଧର୍ମେନ୍ଦ୍ର, ନରସିଂହ ଫିଙ୍ଗା ଫିଙ୍ଗି ହେଲେ କାଦୁଅ

Published By : Prameya-News7 Bureau | November 02, 2018 IST

ଭୁବନେଶ୍ବର୨|୧୦: ସ୍ବତନ୍ତ୍ର ରାଜ୍ୟପାହ୍ୟା ପ୍ରସଙ୍ଗ ଉଠାଇ ବିଜେପିକୁ ଟାର୍ଗେଟ କରିଛନ୍ତି ନବୀନ।  ନିର୍ବାଚନ ସମୟରେ ବି​ଜେପି ଦେଇଥିବା ପ୍ରତିଶ୍ରୁତି ଭୁଲିଯାଇଛି। ବାରମ୍ବାର ଦଇବ ଦୁର୍ବିପାକର ସାମ୍ନା କରୁଛି । ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପାଇବା ପାଇଁ ଏହା କଣ ଷ୍ଟ୍ରଙ୍ଗ ଗ୍ରାଉଣ୍ଡ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ଏପଟେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରଖିଥିବା ବେଳେ  ବିରୋଧୀ ଦଳ ନେତା ଉଖାରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପୁରୁଣା ପ୍ରତିଶ୍ରୁତି…. ପୁଣି ସ୍ବତନ୍ତ୍ର ରାଜ୍ୟପାହ୍ୟା ଦାବି । ଏଭଳି ଦାବି ଦୋହାରାଇଛନ୍ତି ମୁଖ୍ୟମନ୍ତ୍ରୀ । ପୁରୁଣା ଦାବି ଦୋହରାଇ ସିଧା ବିଜେପିକୁ ନିଶାନା ସାଧିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶାକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ଦୋବାକୁ ନିର୍ବାଚନୀ ଇସ୍ତାହାରରେ  ପ୍ରକାଶ କରିଥିଲା । ହେଲେ କେନ୍ଦ୍ରରେ ବିଜେପି କ୍ଷମତାକୁ ଆସିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ  ରାଜ୍ୟକୁ ସ୍ବତନ୍ତ୍ର ପାହ୍ୟା ମିଲିଲାନି । ସରକାରକୁ ଆସିଲା ପ​‌ରେ  ପ୍ରତିଶ୍ରତି ଭୁଲି ଗଲା ବିଜେପି। ।  ରାଜ୍ୟ ବାରମ୍ବାର ଦୁର୍ବିପାକର ସାମ୍ନା କରୁଛି। ଧନ ଜୀବନ ନଷ୍ଟ ହେଉଛି। ସ୍ବତନ୍ତ୍ର ରାଜ୍ୟପାହ୍ୟା ପାଇଁ ଏହାକଣ ଏକ ଷ୍ଟ୍ରଙ୍ଗ ଗ୍ରାଉଣ୍ତ ନୁହେଁ  ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏଭଳି ଆଟାକରେ ଚିହିଁକି ଉଠିଛି ବିଜେପି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗର ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି ଚତୁର୍ଦ୍ଦଶ ଅର୍ଥ କମିଶନ ପରେ ଆଉ ସ୍ବତନ୍ତ୍ର ରାଜ୍ୟପାହ୍ୟା ବ୍ୟବସ୍ଥା ନାହିଁ। ଏକଥା ମୁଖ୍ୟମନ୍ତ୍ରୀ ଭଲ ଭାବେ ଜାଣିଛନ୍ତି। ଅଯଥା ରାଜନୈତିକ ପ୍ରସଙ୍ଗ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଏପଟେ କଂଗ୍ରେସ ଓଲାଟା ବାଣ ମାରିଛି। ନବୀନ କେନ୍ଦ୍ରରେ ମନ୍ତ୍ରୀ ଥିବାବେଳେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ଦେବ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ତାଙ୍କ ପ୍ରତିଶ୍ରୁତି କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି  ବିରୋଧୀ ଦଳ ନେତା । ନରସିଂହ ମିଶ୍ର । କେନ୍ଦ୍ରୀୟ ଅବହେଳାର ନାରା ଦେଇ ବିଜେଡି ଗୋଟାକ ପରେ ଗୋଟାଏ ନିର୍ବାଚନୀ ବୈତରଣୀ ପାର କରିଛି । ଏବେ ପୁଣି କେନ୍ଦ୍ର ବିରୋଧୀ ସ୍ବରକୁ ଶାଣିତ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତା ନିର୍ବାଚନରେ କେନ୍ଦ୍ର ଅବହେଳା ପ୍ରସଙ୍ଗ କେତେ ଫଳପ୍ରଦ ହେବ ତାହା ଆଗାମୀ ଦିନରେ ଜଣା ପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.