Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||
  • କଟକ : ଟ୍ରେନିଂ ପାଇଁ ଦିଲ୍ଲୀରୁ ଆସି କଟକ ଷ୍ଟେସନରେ ଯବାନ ନିଖୋଜ, ସ୍ବିଚ୍ ଅଫ୍ ଆସୁଛି ମୋବାଇଲ୍
  • ||
  • ଝାରସୁଗୁଡା : ଝାରସୁଗୁଡା କୋଲାବିରା ଅଞ୍ଚଳରେ ହାତୀ ଉପଦ୍ରବ, ଭାଙ୍ଗିଲେ ଘର ପାଚେରୀ
  • ||

ଏସପିଓ ନିଯୁକ୍ତି ଓ ପୋଲିସ କମିଶନରଙ୍କ ମତ- ଆରମ୍ଭ ହୋଇଛି ରାଜନୈତିକ ଆରୋପ ପ୍ରତ୍ୟାରୋପ

4/01/2020 at 6:12 PM

ଭୁବନେଶ୍ୱର ୦୪।୦୧ – ଏସପିଓ ନିଯୁକ୍ତି ଓ ପୋଲିସ କମିଶନରଙ୍କ ମତ ଓ ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତିଙ୍କ ପ୍ରତିକ୍ରିୟାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ଆରୋପ ପ୍ରତ୍ୟାରୋପ। ଖୋଦ ମହିଳା କମିଶନ ପୋଲିସ କମିଶନଙ୍କ  ମତ ସପକ୍ଷରେ ଯୁକ୍ତି ବାଢିଥିବାବେଳେ ବିରୋଧୀ ଏଥିରେ ଭିନ୍ନ ଗନ୍ଧ ବାରିଛନ୍ତି। ସେପଟେ ପ୍ରସଙ୍ଗର ଭିନ୍ନମୋଡ ନେଉଥିବା ଦେଖି ମାପିଚୁପି ପତିକ୍ରିୟା ଦେଇଛି ବିଜେଡି। …

କମିଶନରେଟ୍‌ ପୋଲିସ ପକ୍ଷରୁ ଏସ୍‌ପିଓନିଯୁକ୍ତି ବେଳେ ପୋଲିସ କମିଶନରଙ୍କ ମନ୍ତବ୍ୟ ଏବଂ ଏହାକୁ ନେଇ ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତିଙ୍କ ମନ୍ତବ୍ୟକୁ ନେଇ ଜୋର୍‌ ଧରିଲା ରାଜନୀତି ।ମହିଳା ଏସପିଓଙ୍କୁ ଉଦବୋଧନ ଦେଲାବେଳେ କମିଶନର କେଉଁ ପରିପ୍ରେକ୍ଷୀରେ ପୁଅ ରୋଷେଇ ନ ଜାଣିଥିଲେ ଝିଅ ବାହା ହେବନି କଥା କହିଲେ ଆଉ ତା ଉପରେ କାହିଁକି ବିଜେଡି ମୁଖପାତ୍ର ମତ ରଖିଲେ ତାହା ସ୍ପଷ୍ଟ ହୋଇ ନାହିଁ। କିନ୍ତୁ ଲେନିନ ମହାନ୍ତି  ଲିଙ୍ଗଗତ ସମାନତ କଥା ଉଠାଇ ପୋଲିସ କମିଶନରଙ୍କୁ ଟାର୍ଗେଟ କରିବା ପଛରେ ବ୍ୟକ୍ତିଗତ ମତ ନା ଆଉ କିଛି କଥା ଅଛି ତାକୁ ନେଇ ବିବାଦ ବଢିଲାଣି। ଖୋଦ୍‌ ବିଜେଡିର ପୂର୍ବତନ ମହିଳା ସଭାପତି ଏବଂ ଏବର ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରାଙ୍କ ଯୁକ୍ତି ପୋଲିସ କମିଶନର ଠିକ କହିଛନ୍ତି ଓ ଠିକ କରିଛନ୍ତି।…

ସେପଟେ ବିଜେଡି ମୁଖପାତ୍ର ଲେନିନଙ୍କ ମତକୁ ନେଇ ବିଜେପି କିନ୍ତୁ କଡ଼ା ଆଭିମୁଖ୍ୟ ରଖିଛି। କମିଶନ ମହିଳା ସଶକ୍ତି କରଣ ଲାଗି ଏମିତି କରିଥାଇ ପାରନ୍ତି। ସେଥିରେ ରାଜନୀତି କରିବା ଆବଶ୍ୟକତା ନାହିଁ। ସରକାର ମହିଳା ସଶକ୍ତି କରଣ ଉପରେ ଜୋର୍‌ ଦେଉଛନ୍ତି ।ପୋଲିସ କମିଶନର ଯଦି ତାକୁ ଆଗକୁ ନେଉଛନ୍ତି ସେଥିରେ ଅଡୁଆ କେଉଁଠି। ଏହାପଛରେ କିଛି ଭିନ୍ନ ଗନ୍ଧ ବାରିଛି ବିଜେପି । ସେପଟେ କଂଗ୍ରେସ କହିଛି ମହିଳା ଏସପିଓଙ୍କ ସହ ପୁରୁଷ ଏସପିଓଙ୍କୁ ନିଯୁକ୍ତି ଦେଲେ କିଛି ଅଡୁଆ ନାହିଁ। ବିଜେଡି କିନ୍ତୁ ଲେନିନ୍‌ଙ୍କ ମନ୍ତବ୍ୟ ନେଇ ମାପିଚୁପି ମତ ରଖିଛି।…

ପୋଲିସ କମିଶନର ଓ ମୁଖପାତ୍ର ଉଭୟେ କାହିଁକି ଏମିତି କହିଲେ ତାହା କେବଳ ତାଙ୍କୁ ଜଣା ଥିବ ।ହେଲେ ଏହାକୁ ନେଇ ଭିନ୍ନ ଭିନ୍ନ ମତ ରାଜନୈତିକ ବାତାବରଣକୁ ସରଗରମ କରିଛି। …

   Related Posts