Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଶ୍ରୀରାମଙ୍କ ରୂପରେ ରାହୁଲଙ୍କ ପୋଷ୍ଟରକୁ ନେଇ ତେଜୁଛି ରାଜନୀତି

ନୂଆଦିଲ୍ଲୀ୨୯|୧: ପାଟଣାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଜନ ଆକାଂକ୍ଷା ରାଲି ପୂର୍ବରୁ ରାହୁଲଙ୍କ ପୋଷ୍ଟର ନେଇ ତେଜୁଛି ରାଜନୀତି। ପାଟଣାରେ ରାହୁଲଙ୍କ ରାମ ଅବତାର ପୋଷ୍ଟର ନେଇ ବିହାରରରେ ରାଜନୀତି ସରଗମ। ପୋଷ୍ଟର ମାଧ୍ୟମରେ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ। ବିଜେପି ରାମ ନାମ ଜପୁଥିବାବେଳେ ରାହୁଲ ରାମ ହୋଇ ଲୋକଙ୍କ ସେବା କରିବାକୁ ଆହ୍ବାନ ଦିଆଯାଇଛି। ରାହୁଲଙ୍କ ପାଖରେ ପ୍ରଭୁ ରାମ ହେବାପାଇଁ ସବୁ ଗୁଣ ରହିଛି।

ଅପରପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମଙ୍କ ନାଁ ନେଇ ତୁଚ୍ଛା ରାଜନୀତି କରୁଛନ୍ତି ବୋଲି ପୋଷ୍ଟର ମାଧମରେ ବାର୍ତ୍ତା ଦିଆଯାଇଛି। ରାହୁଲ ଗାନ୍ଧି ଓ କଂଗ୍ରେସ ଅଯୋଧ୍ୟା ବିବାଦର ସମାଧାନ କରିପାରିବେ। ବିଜେପି କେବଳ ରାମଙ୍କୁ ନେଇ ଭୋଟବ୍ୟାଙ୍କ ରାଜନୀତି କରୁଛି ବୋଲି କଂଗ୍ରେସ ଆକ୍ଷେପ କରିଛି।

   Related Posts