ଆରମ୍ଭ ହୋଇଗଲା ଦେଶପ୍ରେମ ଆଞ୍ଚରେ ରାଜନୀତି ରୁଟିସେକା : ବିଜେପି ଫାଇଦା ମିଳିବ କହୁଛି ତ କଂଗ୍ରେସ ଟାର୍ଗେଟ କରୁଛି ମୋଦିଙ୍କୁ, ଚିହିଁକିଛି ବିଜେଡି

Published By : Prameya-News7 Bureau | March 01, 2019 IST

ଭୁବନେଶ୍ବର୧|୩: ନିର୍ବାଚନର ଠିକ୍ ପୂର୍ବରୁ ବଦଳି ଯାଇଛି ଦେଶର ମାହୋଲ ।  ସାରା ଦେଶରେ ଜାତୀୟତବାଦର ଲହର । ଏଭଲି ସ୍ଥିତିରେ ସବୁ ବିଭେଦ ଭୁଲି ଏକାଠି ଛିଡ଼ା ହୋଇଥିବାର ଦାବି କରୁଛନ୍ତି ନେତାଏ । ହେଲେ ବେଳକାଳ ଦେଖି ଦେଶପ୍ରେମର ଆଞ୍ଚରେ ରାଜନୀତିର ରୁଟି ବି ସେକା ହେଉଛି ।

{"id":89809}

ଦେଶପ୍ରେମର ଲହର । ସାରା ଦେଶରେ କେବଳ ଭାରତ ପାକ୍‌ ଏବଂ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କର ଚର୍ଚ୍ଚା । ନିର୍ବାଚନ ପୂର୍ବରୁ ମାହୋଲ ଏମିତି ଥିଲେ, ନେତା ବା ମୁହଁରେ କେତେ ଲଗାମ୍ ଦେବେ ?  ଏହି ଯେମିତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପ୍ପା ଏମିତି ମାହୋଲରୁ ରାଜନୀତିର ଅଙ୍କ କଷିଥିଲେ ।

{"id":89810}

ୟେଦୁରପ୍ପାଙ୍କ ଦେଖାଦେଖି ଓଡ଼ିଶା ବିଜେପିର ନେତା ବି ମୁହଁ ଖୋଲିଛନ୍ତି । ରାଜ୍ୟ ବିଜେପି ଉପସଭାପତି ବୁଲେଇ ବଙ୍କେଇ ବିଜେପିର ଲାଭ କଥା ଉଠାଇଛନ୍ତି । ଜାତୀୟତାବାଦ୍ ପ୍ରସଙ୍ଗରେ କଂଗ୍ରେସକୁ ସମାଲୋଚନା କରିଛନ୍ତି । ଆଉ ଏଠି ଶାସନରେ ଥିବା ବିଜେଡିକୁ ନିଶାନା କରିବାକୁ ବେଳକାଳ ଦେଖି ପୁଣି ଦେବାଶିଷ ସାମନ୍ତରାୟଙ୍କ କଥା ଉଠାଇଛନ୍ତି । ଆଗାମୀ ନିର୍ବାଚନରେ ଉଭୟ ବିଜେଡି ଓ କଂଗ୍ରେସ କ୍ଷତି ସହିବେ ବୋଲି ହିସାବ କଷିଛନ୍ତି ।

{"id":89811}

ସେପଟେ ଏ ସମୟରେ ବିଜେପିର ଏଭଳି ବୟାନ ଦେଖି ବିଜେଡି ଚିହିଁକିଛି । ମନ୍ତ୍ରୀ ଶଶୀଭୂଷଣ ବେହେରା କହିଛନ୍ତି, ଦେଶପ୍ରେମକୁ ନେଇ ରାଜନୀତି ନ ହେଉ ।

{"id":89813}

ପୁଲୱାମା ଅଘଟଣ ପରେ ସାରା ଦେଶ ଏକଠି ଛିଡ଼ା ହୋଇଛି । ସବୁ ଦଳ ବି ବିଭେଦ ଭୁଲି ଏକ୍ ଥିବା ଦାବି ଦୋହରାଉଛନ୍ତି । ହେଲେ ମଝିରେ ମଝିରେ ସୁଯୋଗ ଦେଖି ଦେଶପ୍ରେମର ଆଞ୍ଚରେ ରାଜନୀତିର ରୁଟି ସେକିବାକୁ ଭୁଲୁ ନାହାନ୍ତି । କେତେବେଳେ କଂଗ୍ରେସ ମୋଦିଙ୍କୁ ନିଶାନା କରୁଛି ତ କେତେବେଳେ ମମତା ଏୟାର ଷ୍ଟ୍ରାଇକର ପ୍ରମାଣ ମାଗୁଛନ୍ତି । ଆଉ କେତେବେଳେ କେନ୍ଦ୍ର ଶାସନରେ ଥିବା ବିଜେପି ରାଷ୍ଟ୍ରବାଦର ଲହରକୁ ନିଜ ଆଡ଼କୁ ଭିଡ଼ୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.