ଓବିସି ସଂରକ୍ଷଣ ନେଇ ତେଜିଲା ରାଜନୀତି: ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍, ବିଜେଡିର ଜବାବ- ଏତେ ଦିନ ଗଲା...

Published By : Prameya-News7 Bureau | March 04, 2021 IST

ଭୁବନେଶ୍ଵର ୦୪।୦୩: ଓବିସି ସଂରକ୍ଷଣ ନେଇ ପୁଣି ତେଜିଲା ରାଜନୀତି। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ବାରମ୍ବାର ଚିଠି ଲେଖିବା ପରେ ବି ସଂରକ୍ଷରଣ ନେଇ ରାଜ୍ୟ ସରକାର କାହିଁକ ପଦକ୍ଷେପ ନେଉନାହାନ୍ତି ପ୍ରଶ୍ନ କରିଛନ୍ତି। ଏପଟେ କଂଗ୍ରେସ ସମର୍ଥନ କରିଥିବାବେଳେ ବିଜେଡି ଜଗନ୍ନାଥଙ୍କ କଥା ଉଠାଇ ଓଲଟି ବିଜେପିକୁ ବାଣ ମାରିଛି ବିଜେଡି। 

କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ସମ୍ମିଳନୀ କରି ଓବିସି ସଂରକ୍ଷଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।  ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଓଡ଼ିଶାରେ ପଛୁଆ ବର୍ଗ ଲୋକଙ୍କୁ ସାମ୍ବିଧାନିକ ଅଧିକାର ଦିଆଯାଉ । ରାଜ୍ୟ ସରକାରଙ୍କ ପାଖରେ ୨୧୦ ପଛୁଆ ବର୍ଗର ତାଲିକା ଅଛି । କେନ୍ଦ୍ରରେ ପଛୁଆ ବର୍ଗ ଗରିବଙ୍କ ପାଇଁ ରହିଛି ୧୦% ସଂରକ୍ଷଣ ବ୍ୟବସ୍ଥା' । 'ଓଡ଼ିଶାରେ ମଧ୍ୟ ଅନୁରୂପ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରିବ'।'ରାଜ୍ୟରେ ଏହାକୁ ଲାଗୁ କରିବାରେ କୁଣ୍ଠା ପ୍ରକାଶ ଅନାବଶ୍ୟକ' ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସଂରକ୍ଷଣ ନ ଦେଇ ରାଜ୍ୟ ସରକାର ନିଜ ଆଡୁ ଜନଗଣନାରେ ମାତିବାର ମାନେ କଣ ବୋଲି ସେ ପ୍ରଶ୍ନ କରିଛନ୍ତି।

ଓବିସି ସଂରକ୍ଷଣ ନେଇ ଜବାବ ଦେଇଛି ବିଜେଡି।  ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି  ଓବିସି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଚିହ୍ନଟ ହୋଇଗଲା ପରେ ସବୁ ଅଧିକାର ମିଳିଯିବ। ସରକାର ଗୋଟେ ସଂକଳ୍ପ ନେଇଛନ୍ତି ମାସେରୁ ଦେଢ଼ ମାସ ଭିତରେ  ଚିହ୍ନଟ କାର୍ଯ୍ୟ ସାରିବେ। ସେ ସେତିକି ସମୟ ଅପେକ୍ଷା କରନ୍ତୁ, ଏତେ ଦିନ ଗଲା ଆଉ ଦେଢ଼ ମାସ ପାଇଁ କାହିଁକି ବ୍ୟସ୍ତବିବ୍ରତ ବୋଲି କହିଛନ୍ତି ସୌମ୍ୟ ?? ସେପଟେ  କଂଗେସ ସଂରକ୍ଷଣ ସପକ୍ଷରେ ମତ ଦେଇଛି।

ରାଜ୍ୟରେ ଓବିସି ଏବଂ ଏସଇବିସି ୫୪ ପ୍ରତିଶତ ଥିବାବେଳେ   ଏସଟି ୨୨.୮୫ ଏବଂ ଏସସି୧୭.୧୩ ପ୍ରତିଶତ ରହିଛନ୍ତି। ରାଜ୍ୟ ସରାକର ଓବିସି କମିଶନ ଗଠନ କରିବା ସହ କମିଶନ ମଧ୍ୟ ନିଯୁକ୍ତି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.