ନବୀନ-ମୋଦିଙ୍କ ଭିତରେ କଣ ଏଭଳି ଡିଲ୍ ହେଲା ଯେ ରାତାରାତି ଦୁଇ ଦଳ ଭିତରେ ସମୀକରଣ ବଦଳିଗଲା ? ବିଜେପି ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ ପଛର ଖୋଲିଲା ରାଜ୍

Published By : Prameya-News7 Bureau | June 22, 2019 IST

ଭୁବନେଶ୍ବର୨୨|୬: ନିର୍ବାଚନ ପରେ ସମୀକରଣ ବଦଳିବା ଆରମ୍ଭ କରିଥିଲା । ବାତ୍ୟା ଫନି ଆହୁରି ନିକଟତର କଲା । ନୀତି ଆୟୋଗରେ ନବୀନଙ୍କ ଯୋଗଦାନ ସହ ସ୍ବତନ୍ତ୍ର ରାଜ୍ୟପାହ୍ୟା ପ୍ରସଙ୍ଗରୁ ଓହରି ସ୍ପେସାଲ ଫୋକସ ଷ୍ଟେଟ୍ ଦାବି ଭିତ୍ତିଭୂମି ପକାଇଥିଲା । ଆଉ ଏବେ ସ୍ପଷ୍ଟ ହେଲା ଯେ ବିଜେଡି- ବିଜେପି ଆଗକୁ ଆହୁରି ନିକଟର ହୋଇପାରନ୍ତି । ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡିର ସମର୍ଥନ ପରେ ରାଜନୈତିକ ମହଲରେ ଏଭଳି ଆଶଙ୍କା  । ନବୀନ ଓ ମୋଦିଙ୍କ ଏଭଳି ମାଷ୍ଟର ଷ୍ଟ୍ରୋକ୍କୁ ନେଇ ଉଭୟ ଦଳର ନେତା ଓ କର୍ମୀ ତାଜୁବ୍‌ । ସମସ୍ତେ କହୁଛନ୍ତି ରାଜନୀତିରେ ସବୁ ସମ୍ଭବ । ……. 

{"id":125909}

ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡିର ସମର୍ଥନ ନେଇ ଉଠୁଛି ପଡୁଛି ରାଜ୍ୟ ରାଜନୀତି । ଏଭଳି ଏକ ନିଷ୍ପତ୍ତିକୁ ବିରୋଧୀ କଂଗ୍ରେସ ତ ଦୂରର କଥା ଖୋଦ୍ ବିଜେପି ଓ ବିଜେଡିର ବହୁ ନେତା ହଜମ କରିପାରୁ ନାହାଁନ୍ତି । ନବୀନ- ମୋଦିଙ୍କ ଭିତରେ କଣ ଏଭଳି ଡିଲ୍ ହେଲା ଯେ ରାତାରାତି ଦୁଇ ଦଳ ଭିତରେ ସମୀକରଣ ବଦଳିଗଲା ବୋଲି ବିଜେପି-ବିଜେଡି ନେତା ଓ କର୍ମୀଙ୍କ ମହଲରେ ଟୁପୁରୁ ଟାପୁର । ନିର୍ବାଚନ ପୂର୍ବରୁ ଦଇ ଦଳର ନେତା ପରସ୍ପରକୁ ଟାର୍ଗେଟ୍‌ କରିଥିବା ବେଳେ ନିର୍ବାଚନ ପରେ କାହିଁକି ଏକାଠି ହେଲେ ଏବଂ ଏହାପଛର ପ୍ରମୁଖ କାରଣ କଣ ତାର ତର୍ଜମା ବି ଆରମ୍ଭ ହେଲାଣି ।

{"id":125910}

ବିଜେଡି ପାଓାରଫୁଲ କୋଟେରିର ଯୁକ୍ତି ଯେ ରାଜ୍ୟର ବିକାଶ ପାଇଁ କେନ୍ଦ୍ରକୁ ସହଯୋଗର ହାତ ବଢାଇଛି ବିଜେଡି । କଂଗ୍ରେସ କିନ୍ତୁ ବିଜେଡିର ଏଭଳି ଯୁକ୍ତିକୁ ଗ୍ରହଣ କରିବା ମୁଡ୍ ରେ ନାହିଁ । ଓଡିଶାର ଆଞ୍ଚଳିକ ଦଳ ହିସାବରେ ବିଜେଡି ପାଖରେ ରାଜ୍ୟସଭା ପ୍ରାର୍ଥୀଙ୍କୁ ଜିତାଇବାରେ ସଂଖ୍ୟାର ଅଭାବ ନଥିବା ବେଳେ ଜଣେ ବାହାର ରାଜ୍ୟର ଲୋକଙ୍କୁ ରାଜ୍ୟସଭା ପଠାଇବା ପଛରେ ବାଧ୍ୟବାଧକତା କଣ ବୋଲି ପ୍ରଶ୍ନ କରିଛି କଂଗ୍ରେସ । ସେପଟେ ବିଜେପି କହିଛି ଅଶ୍ବିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପଠାଇବା ପଛରେ ରାଜ୍ୟର ଦୃତ ବିକାଶ କାରଣ ରହିଛି ।

{"id":125911}

ନବୀନ ଓ ମୋଦିଙ୍କ ଭିତରେ ଏହି ଗୋଟିଏ ଡିଲରେ ବିଜେପି-ବିଜେଡି କର୍ମୀ ନେତା କନଫ୍ୟୁଜଡ୍ । ଆଗକୁ ଉଭୟ ଦଳ ଆହୁରି ନିବିଡ ହୋଇ ପାରନ୍ତି ବୋଲି ସମ୍ଭାବନା ବି ଉଠିଲାଣି। ଏଭଳି ହେଲେ ଲୋକସଭା ଉପବାଚସ୍ପତି ପଦଠାରୁ ଆରମ୍ଭକରି ଆଗକୁ କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ଯେ ବିଜେଡି ସାମିଲ ହେବନି ତାହା କୁହାଯାଇ ପାରିବନାହିଁ । ଯଦି ଏଭଳି କିଛି ଆଶା ବିଜେଡିର ନାହିଁ ତାହାଲେ କଣ ପାଇଁ ବିଜେଡି ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କଲା ବୋଲି ପ୍ରଶ୍ନ ବି ଉଠିବ ।

{"id":125914}

ସିବିଆଇ ତଦନ୍ତ ଠାରୁ ଆରମ୍ଭକରି କେନ୍ଦ୍ର ସରକାରଙ୍କ ଆର୍ଥିକ ଚାପରୁ ମୁକୁଳିବାକୁ ଏହା ଏକ ବାଟ ହୋଇପାରେ ବୋଲି କିଛି ଗୋଷ୍ଠୀଙ୍କ  ମତ । ଏସବୁ ଆଲୋଚନା ଭିତରେ ଗୋଟିଏ କଥା ତ ସ୍ପଷ୍ଟ ଯେ ଆଉ ବିଜେପି ଓ ବିଜେଡି ଭିତରେ ସେଭଳି କାଦୁଅଫିଙ୍ଗା ଦେଖିବାକୁ ମିଳିବନି । ଦରକାର ହେଲେ ନିଜେ ଅଶ୍ବିନୀ ବୈଷ୍ଣବ ଉଭୟଙ୍କ କ୍ଷେତ୍ରରେ ମଧ୍ୟସ୍ତି ସାଜି ପାରନ୍ତି ।

{"id":125912}

ଆଲୋଚନା ହେଉଛି ଅଶ୍ବିନୀ ବୈଷ୍ଣବ କୁଆଡେ ଆଗରୁ ବି ବିଜେଡି ଓ ବିଜେପି ଭିତରେ ଡିଲ୍ ମେକର ଭାବେ କାମ କରୁଥିଲେ । ଓଡିଶା କ୍ୟାଡରର ଏହି ରାଜସ୍ଥାନୀ ବାବୁ ଉଭୟ ନବୀନ ଓ ମୋଦିଙ୍କ ଭିତରେ ଯୋଗସୂତ୍ର ରଖି ବହୁ ବଡବଡ ବିବାଦ ତୁଟାଇ ଥିଲେ । ଯେହେତୁ ସେ ଅଟଳ ବିହାରୀ ବାଜପେୟୀଙ୍କ ବେଳେ ପ୍ରଧାନମନ୍ତ୍ରୀ କାର୍ଯାଳୟରେ କାମ କରୁଥିଲେ ଏବଂ ବିଜେପି ସହ ଭଲ ସଂପର୍କରେ ଥିଲେ ତେଣୁ ନବୀନ ବି ତାଙ୍କ ସହ ଭଲ ସଂପର୍କ ରକ୍ଷା କରିଥିଲେ ।

{"id":125915}

ଏବେ ଯେତେବେଳେ ସାରା ଦେଶରେ ମୋଦି ହାୱା ବହୁଛି ଏବଂ ନବୀନ କେନ୍ଦ୍ରର ସହାୟତା ଚାହୁଁଛନ୍ତି, ଏହି ମୌକାରେ ନବୀନ ଅଶ୍ବିନୀ ବୈଷ୍ଣବଙ୍କୁ ସମର୍ଥନ ଦେବା ସ୍ବାଭାବିକ ବୋଲି କୁହାଯାଉଛି । ସେପଟେ ଅଶ୍ବିନୀ ବୈଷ୍ଣବ ବିଜେପି ପ୍ରାର୍ଥୀ ହେବା ପରେ ପ୍ରଥମେ ବିଜେପି ଅଫିସ ଆସି ଦଳର ପ୍ରାଥମିକ ସଦସ୍ୟ ବନିଛନ୍ତି ।

{"id":125913}

ଦେଖିବାକୁ ହେବ ନବୀନ ଓ ମୋଦି ଆଗକୁ ଆଉ କଣ ଗେମ୍ କରୁଛନ୍ତି । ଏବଂ ଏହି ଗେମ୍ ରୁ ପ୍ରକୃତରେ ଓଡିଶା କେତେ ଲାଭ ପାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.