ନବୀନ ସରକାରଙ୍କ ପ୍ରତି ମୋଦିଙ୍କ ନରମ ସ୍ୱଭାବକୁ ନେଇ ରାଜନୀତିରେ ଚାଲିଛି ପୋଷ୍ଟମର୍ଟମ : ନବୀନଙ୍କ ଖଣି ଅର୍ଥ ଆଗରେ ହାର ମାନିଗଲେ ମୋଦି ବୋଲି କଟାକ୍ଷ କରିଛି କଂଗ୍ରେସ

Published By : Prameya-News7 Bureau | December 25, 2018 IST

ଭୁବନେଶ୍ୱର ୨୫/୧୨ : ମୋଦି ଆସିଲେ .. ଗଲେ । କିନ୍ତୁ ମୋଦି ଗଲାପରେ ଗତଥର ଭଳି ଏଥର ଚର୍ଚା ଭିନ୍ନ। ମୋଦି ସିଧା ସଳଖ ନବୀନଙ୍କୁ ସମାଲୋଚନା କାହିଁକି କଲେନି ତାକୁ ନେଇ ରାଜ୍ୟ ରାଜନୀତିରେ ଅନେକ ବିତର୍କ। କଣ ମୋଦି- ନବୀନଙ୍କ ଭିତରେ କିଛି ଭିତରେ ଭିତରେ କୋଳାକୋଳି ଚାଲିଛି କି -ଏଭଳି ପ୍ରଶ୍ନକୁ ନେଇ ରାଜନୈତିକ ମହଲରେ କେତେକଣ ଚର୍ଚ୍ଚା ଲାଗି ରହିଛି।

{"id":67172}

ମୋଦି ଗଲା ପରେ ବି ଥମୁନି ବୟାନବାଜି।  ୩ ମାସ ତଳେ ଓଡିଶା ଗସ୍ତ ବେଳେ ନବୀନଙ୍କ ପ୍ରତି ମୋଦିଙ୍କର ଯେଭଳି ସିଧା ଟାର୍ଗେଟ ଥିଲା ଏଥର ତାହା ଦେଖିବାକୁ ମିଳି ନଥିଲା। ନବୀନ ସରକାରଙ୍କ ପ୍ରତି ମୋଦିଙ୍କ ଏହି ନରମ ଆକ୍ଷେପକୁ ନେଇ ରାଜ୍ୟ ରାଜନୀତିରେ ଚାଲିଛି ପୋଷ୍ଟମର୍ଟମ। ଚର୍ଚ୍ଚା ନମ୍ବର୧- କଣ ତିନି ରାଜ୍ୟରେ ପରାଜିତ ହୋଇଥିବା ମୋଦି ତାଙ୍କର ଉଦ୍ଦାମତା ହରାଇଛନ୍ତି କି? ଚର୍ଚ୍ଚା ନମ୍ବର ୨- ୨୦୧୯ ନିର୍ବାଚନ ପରେ ଯଦି କେନ୍ଦ୍ରରେ ଝୁଲା ସରକାର ହେଉଛି ତେବେ ନବୀନଙ୍କ ସମର୍ଥନ ଦରକାର ପଡିବ ଭାବି ମୋଦି ନରମି ଗଲେ କି –ଚର୍ଚ୍ଚା ନମ୍ବର ୩- କେସିଆର ଓ ନବୀନ ଫେଡେରାଲ ଫ୍ରଣ୍ଟ କରି ରାହୁଲଙ୍କ ବାଟ ଓଗାଳିବାକୁ ବାହାରିଛନ୍ତି। ଏଥିରେ ମୋଦି ନବୀନଙ୍କ ପ୍ରତି ନରମିଲେ କି ? ଏଭଳି ଅନେକ ପ୍ରଶ୍ନକୁ ନେଇ ରାଜନୈତିକ ମହଲରେ ଦ୍ବନ୍ଦ। ନବୀନଙ୍କ ଖଣି ଅର୍ଥ ଆଗରେ ମୋଦି ହାର ମାନିଗଲେ ବୋଲି କଂଗ୍ରେସ କଟାକ୍ଷ କରିଛି

{"id":67173}
CREATOR: gd-jpeg v1.0 (using IJG JPEG v80), quality = 90


କୋଷ୍ଟାଲ ହାଇୱେ କାମ ଆରମ୍ଭ ହୋଇ ନ ପାରିବା ଓ ଶିଳ୍ପ କରିଡରରେ ଓଡିଶା ସ୍ଥାନ ନପାଇବା ଆଦି ପ୍ରସଙ୍ଗ ଆଗକୁ ବଢୁନଥିବାରୁ ମୋଦି ବ୍ୟାକଫୁଟରେ ରହିଛନ୍ତି ବୋଲି ବେଜେଡିର ମତ। ବିଜେପିର ଯୁକ୍ତି, ପ୍ରଧାନମନ୍ତ୍ରୀ ଆଉ ଅଧିକ କଣ କହିଥାନ୍ତେ। ରାଜ୍ୟରେ ଚାଲିଥିବା ବ୍ୟାପକ ଦୁର୍ନିତି ଠାରୁ ଚିଟଫଣ୍ଡ ଯାଏଁ ବହୁ ପ୍ରସଙ୍ଗ ଉଠାଇଛନ୍ତି ମୋଦି।

ଏଥର ମୋଦି ୧୫ ହଜାର କୋଟିର ବିକାଶର ବାସ୍କେଟ ନେଇ ଓଡିଶା ଆସିବେ ବୋଲି ବିଜେପି ପକ୍ଷରୁ କୁହାଯାଇଥିଲା। ଜାନୁଆରୀ ୫ ଓ ୧୬ରେ ମୋଦି ପୁଣି ଓଡିଶାକୁ ୨ଥର ଗସ୍ତ କରିବେ। ସେତେବେଳକୁ ଯାହା ସବୁ ଚର୍ଚ୍ଚା ହେଉଛି ସେଥିରେ କିଛି ସ୍ପଷ୍ଟ ରେଖା ଆସିଯାଇଥିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.