Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

ପ୍ରିୟଙ୍କାଙ୍କ ସୌନ୍ଦର୍ଯ୍ୟକୁ ନେଇ ରାଜନୀତି : ଯିଏ ଯାହା ପାରିଲେ ଦେଉଛନ୍ତି ମତ ମନ୍ତବ୍ୟ, ହେଲେ କଂଗ୍ରେସକୁ ମିଳିବ ଏହି ୫ଟି ଫାଇଦା

29/01/2019 at 12:09 PM

ନୂଆଦିଲ୍ଲୀ୨୯|୧: ପ୍ରତ୍ୟକ୍ଷ ରାଜନୀତିରେ ପ୍ରିୟଙ୍କା ଗାନ୍ଧି ଯୋଗଦେବେ ବୋଲି ଘୋଷଣା ପରେ ପ୍ରିୟଙ୍କାଙ୍କୁ ନେଇ ଜମୁଛି ରାଜନୀତି। ବିଭିନ୍ନ ରାଜନୈତିକ ଦଳର ନେତା ପ୍ରିୟଙ୍କା ପଲିଟିକ୍ସ ନେଇ ନିଜ ନିଜ ରିଆକ୍ସନ ଛାଡୁଛନ୍ତି। ବିହାରର ବିଜେପି ନେତା ବିନୋଦ ନାରାୟଣ ଝା ଏହି ପ୍ରସଙ୍ଗରେ ବୟାନ ଦେଇ ବିବାଦୀୟ ହୋଇପଡିଛନ୍ତି। ଝା କହିଛନ୍ତି ପ୍ରିୟଙ୍କାଙ୍କ ସୁନ୍ଦରତା କଂଗ୍ରେସକୁ ନିର୍ବାଚନରେ ଜିତାଇବନି। ଦେଖନ୍ତୁ ଏହି ରିପୋର୍ଟ।

କଂଗ୍ରେସ ମହାସଚିବ ପଦରେ ନିଯୁକ୍ତି ପରେ ପ୍ରିୟଙ୍କାଙ୍କ ଲୁକ୍ ନେଇ ବିବାଦ। ବିହାରର ବିଜେପି ନେତା ବିନୋଦ ନାରାୟଣ ଝା ପ୍ରିୟଙ୍କାଙ୍କ ଲୁକ୍ ନେଇ ଦେଇଥିବା ବୟାନ ଏବେ ଜାତୀୟ ରାଜନୀତିରେ ଝଡ ସୃଷ୍ଟି କରିଛି। ସୁନ୍ଦର ଚେହେରା ଆଧାରରେ ଜନତାଙ୍କଠାରୁ ଭୋଟ ମଗା ଯାଇପାରିବନି। ଯଦି କଂଗ୍ରେସ ଭାବୁଛି ଯେ ପ୍ରିୟଙ୍କା ଗାନ୍ଧି ସୁନ୍ଦର ଅଛନ୍ତି। ଏବଂ ସୁନ୍ଦରତା ପାଇଁ ଭୋଟର ତାଙ୍କୁ ଭୋଟ ଦେବେ ତେବେ କଂଗ୍ରେସର ଏହା ମୁର୍ଖାମି ହେବ। ଭାରତରେ ଗଣତନ୍ତ୍ର ପରିପକ୍ବ ହେବାଦିଗରେ ଅଗ୍ରସର ହେଉଛି।

ଏହି ସମୟରେ କଂଗ୍ରେସ ଏପରି ଭାବିବା ଗଣତନ୍ତ୍ର ପାଇଁ ଠିକ୍ ନୁହଁ ବୋଲି କହିଛନ୍ତି ଝା। ପ୍ରିୟଙ୍କା ଗାନ୍ଧି ଅତି ସୁନ୍ଦର। ସୁନ୍ଦରତା ଛାଡି ତାଙ୍କ ପାଖରେ କୌଣସି ରାଜନୀତିକ ଅଭିଜ୍ଞତା ନାହିଁ। ପ୍ରିୟଙ୍କାଙ୍କୁ ଟାର୍ଗେଟ କରି ଝା ଆହୁରି କହିଛନ୍ତି ୧୯ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶର ରାଜନୀତିରେ ପ୍ରିୟଙ୍କା ଫାକ୍ଟର କାମ ଦେବନି।

ନେହେରୁ ଗାନ୍ଧି ପରିବାର ଦାୟାଦଙ୍କୁ ଏଭଳି ବୟାନକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସମାଲୋଚନା କରାଯାଇଛି। ଆରଜେଡି ନେତା ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବି ଯାଦବ ଝାଙ୍କ ବୟାନକୁ ନିନ୍ଦା କରିଛନ୍ତି। ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉପରେ ବର୍ଷିଛନ୍ତି।ନୀତିଶ ତାଙ୍କର ମନ୍ତ୍ରୀମାନଙ୍କୁ ଏଭଳି ଅପଶବ୍ଦ ବ୍ୟବହାର କରିବାକୁ ଶିକ୍ଷା ଦେଉଛନ୍ତି।

ମହିଳାଙ୍କ ବିରୋଧରେ ଏଭିଳି ବୟାନକୁ ସେ ନିନ୍ଦା କରୁଛନ୍ତି ବୋଲି କହିଛନ୍ତି ତେଜସ୍ବି ଯାଦବ। ବିନୋଦ ଝାଙ୍କ ବୟାନକୁ ଜାତୀୟ ମହିଳା ଆୟୋଗ ଅନୁଚିତ ଟିପ୍ପଣୀ କହିଛି। ଆରଜେଡି ଉପସଭାପତି ରଘବଂଶ ପ୍ରସାଦ ଝାଙ୍କ ବୟାନଙ୍କୁ ନିନ୍ଦନୀୟ କହିଛନ୍ତି। ମୁଖ୍ୟମନ୍ତ୍ରୀ ନିତିଶ କୁମାର ଝାଙ୍କୁ ତୁରନ୍ତ ମନ୍ତ୍ରୀପଦରୁ ବହିଷ୍କାର କରନ୍ତୁ ବୋଲି ସେ ଦାବି କରିଛନ୍ତି।

ଫେବୃୟାରୀ ପ୍ରଥମ ସପ୍ତାହରେ କଂଗ୍ରେସ ମହାସଚିବ ଭାବେ ଦାୟିତ୍ବ ଗ୍ରହଣ କରିବେ ପ୍ରିୟଙ୍କା। ପ୍ରିୟଙ୍କା ଗାନ୍ଧୀଙ୍କୁ ଇଣ୍ଡିଆନ ପଲିଟିକ୍ସରେ ଆଉ ଜଣେ ଆଇରନ  ଲେଡି ବୋଲି ମଧ୍ୟ ଚର୍ଚ୍ଚା ହେଲାଣି ।ପ୍ରିୟଙ୍କା ଆକ୍ଟିଭ ପଲିଟିକ୍ସରେ ଏଣ୍ଟ୍ରି କରୁ କରୁ ଆରମ୍ଭ ହୋଇଗଲାଣି ଚର୍ଚ୍ଚା-ତର୍କ-ବିତର୍କ ।ପ୍ରିୟଙ୍କାଙ୍କ ଏଣ୍ଟ୍ରି ବିରୋଧୀଙ୍କୁ ଯେତିକି ବିବ୍ରତ କରିଛି, ତା ଠାରୁ ଅଧିକ ସମର୍ଥକଙ୍କୁ ଉତ୍ସାହିତ କରିଛି ।

ଭାଇ ରାହୁଲ ଗାନ୍ଧୀ ଦଳର ସାଧାରଣ ସଂପାଦକ ଭାବେ ପ୍ରିୟଙ୍କାଙ୍କ ନାଁ ଘୋଷଣା କରିବା ପରଠାରୁ ପ୍ରିୟଙ୍କାଙ୍କୁ ଇନ୍ଦିରାଙ୍କ ସହ ତୁଳନା କରିବା ଆରମ୍ଭ କରିଦେଇଛନ୍ତି ସମର୍ଥକ । ତେବେ କେବଳ କଂଗ୍ରେସ ସମର୍ଥକ କାହିଁକି । ଏନ୍‌ଡିଏର ସମର୍ଥକ ଶିବସେନା ନେତା ମଧ୍ୟ ପ୍ରିୟଙ୍କାଙ୍କ ଗୁଣଗାନ କରିବାକୁ ଲାଗିଲେଣି । କେବେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଥିଲେ ଇନ୍ଦିରାଙ୍କ ଫ୍ୟାନ । କିନ୍ତୁ ଏବେ ଶିବସେନା ନେତା ସଂଜୟ ରାଉତଙ୍କ ମୁହଁରେ ଶୋଭା ପାଉଛି ପ୍ରିୟଙ୍କାଙ୍କ ପ୍ରଶଂସା ।

ବର୍ତ୍ତମାନ ମାତ୍ର ହାତ ଗଣତି କିଛି ରାଜ୍ୟରେ କଂଗ୍ରେସ ଶାସନ କରୁଥିବା ବେଳେ ପ୍ରିୟଙ୍କାଙ୍କ ଏଣ୍ଟ୍ରି କଂଗ୍ରେସକୁ ଫାଇଦା ଦେବ ନିଶ୍ଚିତ ।କାରଣ ଆକ୍ଟିଭ ପଲିଟିକ୍ସକୁ ପ୍ରିୟଙ୍କାଙ୍କୁ ଆଣି କଂଗ୍ରେସ ୫ଟି ଫାଇଦା ପାଇବ।କଂଗ୍ରେସକୁ ମିଳିଲା ଜଣେ ଷ୍ଟାର୍ କ୍ୟାମ୍ପେନର,କଂଗ୍ରେସକୁ  ମିଳିଲା ଜଣେ କୁଶଳ ମ୍ୟାନେଜର, ପ୍ରିୟଙ୍କାଙ୍କ ଲୁକ୍ସ, ଭାଷଣ ଦେବା ଷ୍ଟାଇଲ ,ରାଜନୈତିକ ରଣନୀତି ପ୍ରସ୍ତୁତ କରିବାରେ ମାହିର ପ୍ରିୟଙ୍କାଙ୍କ ଠାରୁ ଏମିତି ବହୁତ କିଛି ପାଇବ କଂଗ୍ରେସ ।

ପ୍ରିୟଙ୍କା ଓ ଇନ୍ଧିରାଙ୍କ ମଧ୍ୟରେ ଥିବା ସାମଞ୍ଜସ୍ୟକୁ ନେଇ ଆଲୋଚନା ହେବା ଏହା ପ୍ରଥମ ନୁହେଁ । ପୂର୍ବରୁ ଅନେକ ବ୍ୟକ୍ତି ଏମିତି ପ୍ରିୟଙ୍କାଙ୍କୁ ଇନ୍ଦିରାଙ୍କ ସହ ତୁଳନା କରିଛନ୍ତି । ତେବେ ପ୍ରିୟଙ୍କାଙ୍କ ଲୁକ୍‌ ଛଡ଼ା ଶାଢ଼ୀ ପିନ୍ଧିବାକୁ ନେଇ ମଧ୍ୟ ବେଶ ଚର୍ଚ୍ଚା ହୁଏ । ବିଶେଷ କରି ରାଜନୈତିକ ସଭାକୁ ଯିବା ବେଳେ ପ୍ରିୟଙ୍କାଙ୍କ ଲୁକ୍‌ ଇନ୍ଦିରାଙ୍କ ଭ୍ରମ ସୃଷ୍ଟି କରିଥାଏ ।

୧୫ ବର୍ଷ ହେଲା ଯେବେ ବି ନିର୍ବାଚନ ରାଲିରେ ଉଦ୍‌ବୋଧନ ଦେବାକୁ ଯାଇଛନ୍ତି ପ୍ରିୟଙ୍କା । ତାଙ୍କୁ ଇନ୍ଦିରାଙ୍କ ଅବତାରରେ ଦେଖିଛନ୍ତି ଭୋଟର । ତେବେ କେବଳ ଶାଢ଼ୀ କାହିଁକି । କଥା କହିବା ଶୌଳୀଠାରୁ ଆରମ୍ଭ କରି ଭାବଭଙ୍ଗି ସବୁକିଛିର ସାମଞ୍ଜସ୍ୟ ଥିବା ମଧ୍ୟ କେହି କେହି କୁହନ୍ତି। ଇନ୍ଦିରାଙ୍କ ଲୁକ୍‌ କେବଳ ପାଇ ନଥିଲେ ପ୍ରିୟଙ୍କା ।ବଂର ଜେଜେ ମାଆଙ୍କ ବେଶ ନିକଟତର ଥିଲେ । ସେଥି ପାଇଁ ତ ପ୍ରିୟଙ୍କା ଦିନେ ଦେଶର ନେତୃତ୍ବ ନେବେ ବୋଲି ମଧ୍ୟ ଭବିଷ୍ୟବାଣୀ କୁଆଡ଼େ କରିଥିଲେ ବୋଲି କୁହନ୍ତି  ଗାନ୍ଧୀ ପରିବାରର ଘନିଷ୍ଠ ବ୍ୟକ୍ତି।

ଗୋଟିଏ ପଟେ ଇନ୍ଦିରାଙ୍କ ଭବିଷ୍ୟବାଣୀ କଥା ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ଅନ୍ୟ ପଟେ କିଛି ଜ୍ୟୋତିଷ ଇନ୍ଦିରାଙ୍କ କଥାକୁ ସମର୍ଥନ କରିବା ଯୁକ୍ତିକୁ ଆହୁରି ଶାଣିତ କଲାଭଳି ମନେ ହେଉଛି…

   Related Posts