ପାକିସ୍ତାନ ପୋଷ୍ଟ ଉପରେ ଆଟାକ୍‌କୁ ନେଇ ପଲିଟିକ୍ସ : ନିର୍ବାଚନ ପୂର୍ବରୁ ହିଁ କାହିଁ କେଉଁଠି ଆକ୍ରମଣ ବୋଲି କହିଲା କଂଗ୍ରେସ, ବିଜେପି ଦେଲା ଏମିତି ଜବାବ

Published By : Prameya-News7 Bureau | October 22, 2019 IST

ନୂଆଦିଲ୍ଲୀ୨୨|୧୦: ବିଶ୍ବର ସର୍ବବୃହତ ଗଣତନ୍ତ୍ର ଭାରତରେ ଯେକୌଣସି ଘଟଣା ବା ପ୍ରସଙ୍ଗକୁ ନେଇ ରାଜନୀତି ହେବା ସ୍ବାଭାବିକ କଥା । ତେଣୁ ପାକିସ୍ତାନରେ ଟେରର୍ କ୍ୟାମ୍ପ ଧ୍ବଂସକୁ ନେଇ ମଧ୍ୟ ଆରମ୍ଭ ହୋଇଯାଇଛି । ନିର୍ବାଚନ ପୂର୍ବରୁ ଏଭଳି ଆଟାକ୍ କରିବା ମୋଦି ସରକାରର ଅଭ୍ୟାସଗତ ପରମ୍ପରା ହୋଇଗଲାଣି ବୋଲି ଅଭିଯୋଗ କରିଛି କଂଗ୍ରେସ । ଯାହାର ଜବାବ ରଖିଛି ବିଜେପି ।

ପାକିସ୍ତାନ ପୋଷ୍ଟ ଉପରେ ଆଟାକ୍‌କୁ ନେଇ ପଲିଟିକ୍ସ । ପୁଣି ମୁହାଁମୁହିଁ କଂଗ୍ରେସ ବିଜେପି । ପ୍ରତିଥର ଭଳି କୌଣସି ବଡ଼ ନିର୍ବାଚନ ପୂର୍ବରୁ ମୋଦି ସରକାର ଏମିତି ସର୍ଜିକାଲ ଷ୍ଟ୍ରାଇକ କରନ୍ତି ବୋଲି କହିଛି କଂଗ୍ରେସ । ସରକାର ଜାଣିଶୁଣି ଏଭଳି ସର୍ଜିକାଲ ଷ୍ଟ୍ରାଇକ୍ ରଚନା କରିଛନ୍ତି । ପରେ ଘଟଣାର ରାଜନୀତିକରଣ କରିବା ସହ ନିର୍ବାଚନୀ ମୁଦ୍ଦା ବନାଏ ବୋଲି କଂଗ୍ରେସ ଅଭିଯୋଗ କରିଛି । ସେହିପରି ଏଭଳି ଘଟଣା ଦ୍ବାରା ଦେଶର ମୌଳିକ ମୁଦ୍ଦା ବା ପ୍ରସଙ୍ଗ ଉପରୁ ବିଜେପି ଧ୍ୟାନ ହଟାଏ ବୋଲି କହିଛି କଂଗ୍ରେସ ।  

ସେପଟେ ଏହାର ଦୃଢ଼ ଜବାବ ରଖିଛି ବିଜେପି । ସେନା ଉପରେ ସନ୍ଦେହ କରିବା କଂଗ୍ରେସର ସ୍ବଭାବ । ସେଥିପାଇଁ ଉଭୟ ମହାରାଷ୍ଟ୍ର ଓ ହରିଆଣାରେ କଂଗ୍ରେସ ଦୁଇ ଅଙ୍କ ମଧ୍ୟ ଛୁଇଁ ପାରିବ ନାହିଁ ବୋଲି କହିଛି ବିଜେପି

ଦେଶରେ ରାଜନୀତି ଚାଲିଥିଲା, ଚାଲିବ । କିନ୍ତୁ ସେନାର ସୌର୍ଯ୍ୟକୁ ନେଇ ବାରମ୍ବାର ପ୍ରଶ୍ନ ଉଠିବା ଫଳରେ କେବଳ ଭାରତର ଛବି ହିଁ ଧୂମିଳ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.