Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ରାଜ୍ୟରେ ଇଷ୍ଟକୋଷ୍ଟ ଜୋନ ଭାଙ୍ଗିବା ନେଇ ରାଜନୀତି ସରଗରମ : ଢେଙ୍କାନାଳରେ ରାଜଧାନୀ ଏକ୍ସପ୍ରେସର ନୂଆ ଷ୍ଟପେଜ

4/03/2019 at 6:56 PM

ପୂର୍ବତଟ ରେଳ ଜୋନ ବିଭାଜନକୁ ବିରୋଧ କରି ବିଜେଡି କେନ୍ଦ୍ର ସରକାରଙ୍କୁ ‌ଘେରୁଥିବା ବେଳ କେନ୍ଦ୍ର ରେଳରାଷ୍ଟ୍ରମନ୍ତ୍ରୀ ନୂଆ ଟ୍ରେନ ଘୋଷଣା କରି ମାମାଲା ଥଣ୍ତା କରିବାକୁ ଉଦ୍ୟମ କରିଛନ୍ତି ।  କେନ୍ଦ୍ର  ରେଳରାଷ୍ଟ୍ରମନ୍ତ୍ରୀ ଗୋଟିଏ ନୂଆ ଟ୍ରେନ ଚାଲିବା ନେଇ ଘୋଷଣା କରିଥିବା ବେଳେ ଗୋଟିଏ ଟ୍ରେନକୁ ସମ୍ପ୍ରସାରଣ କରିଛନ୍ତି । ସେପଟେ  ବିଜେଡି ନେତା ଓ କର୍ମୀ ଇଷ୍ଟକୋଟ ଜୋନ ବିଭାଜନକୁ ନେଇ ଅଡିଟୋରିୟମ ବାହାରେ ଧାରଣାରେ ବସିଥିଲେ।  

ଭିତରେ ଘୋଷଣା ବାହାରେ ଧାରଣା।  ପୂର୍ବତଟ ରେଳପଥ କାର୍ଯ୍ୟାଳୟରେ ପହଞ୍ଚିଥିଲେ ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା । ମନୋଜ ସିହ୍ନା ପୁଣି ସେତିକି ବେଳେ ଓଡ଼ିଶା ଆସିଛନ୍ତି ଯେତିକି ବେଳେ ରାଜ୍ୟରେ ଇଷ୍ଟକୋଷ୍ଟ ଜୋନ୍‌ ଭାଙ୍ଗିବା ନେଇ ରାଜନୀତି ଗରମ ଅଛି । ତେବେ ମନୋଜ ମାନଭଞ୍ଜନ କରିବାକୁ ଚେଷ୍ଟା କରିଛନ୍ତି।  ରାଜ୍ୟକୁ ନୂଆ ରେଳ ପେଶିଛନ୍ତି। ସମ୍ବଲପୁରରେ ସାଲିମାର ନୂଆ ଟ୍ରେନ ଘୋଷଣା କଲେ। ଗଣ୍ଡୱାନା ଏକ୍ସପ୍ରେସକୁ ସମ୍ବଲପୁର ଯାଏଁ ସଂପ୍ରସାରିତ କରାଯାଇଛି । ଏହାସହ କିଛି ଟ୍ରେନର ନୂଆ ଷ୍ଟପେଜ ମଧ୍ୟ ମନ୍ତ୍ରୀ ଘୋଷଣା କରିଛନ୍ତି ।

ଏଣିକି  ଭୁବନେଶ୍ବର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଏବେ ଢେଙ୍କାନାଳରେ ରହିବ । ସେହିପରି ହାୱଡା-ସତ୍ୟସାଇ ଯାଉଥିବା ପ୍ରଶାନ୍ତି ଏକ୍ସପ୍ରେସ ବାଲେଶ୍ବରରେ ରହିବ । ଏହାସହ ରାଜ୍ୟରେ ଫୋନ ନେଟୱର୍କକୁ ଦୃଢ଼ କରିବାକୁ ଅତିରିକ୍ତ ୨ଜି ଓ ୩ଜି ଟାଓ୍ବାର ନିର୍ମାଣ ପାଇଁ ଘୋଷଣା କରିଛନ୍ତି।

ରାଜ୍ୟ ଜାଗା ଦେଲେ ଆହୁରି ବିକାଶ ହେବ ବୋଲି କହି ମନୋଜ ସିହ୍ନା ରାଜ୍ୟ ସରକାରଙ୍କ ଆଡ଼କୁ ଦୋଷ ଠେଲିଥିଲେ । ସେପଟେ ବିଜେଡି ନେତା ଓ ଶତାଧିକ କର୍ମୀ ଅଡିଟୋରିୟମ  ବାହାରେ ଧାରଣାରେ ବସିଥିଲେ।  ଇଷ୍ଟକୋଷ୍ଟ ଜୋନକୁ ବିଭାଜନକୁ ସେମାନେ ବିରୋଧ କରିଥିଲେ। କେନ୍ଦ୍ରମନ୍ତ୍ରୀ ଙ୍କୁ ବିରୋଧ କରି ଫାଟକ ସମୁଖରେ ବି ବିକ୍ଷୋଭ ପ୍ରଦର୍ଶନ କରିଥିଲା ବିଜେଡି।  ଯାହାକୁ  ନେଇ କେନ୍ଦ୍ର ରେଳ ମନ୍ତ୍ରୀ ମୁହଁ ଖୋଲିଥିଲେ।  ବିଭାଜନ ହେଲେ ଓଡିଶାର କିଛି କ୍ଷତି ହେବ ନାହିଁ ବୋଲି ସେ କହିଥିଲେ।

ଇଷ୍ଟକୋଷ୍ଟ ବିଭାଜନକୁ ନେଇ ବିଜେଡି ଲୋକଙ୍କ ପାଖକୁ ଯିବାକୁ ନିଷ୍ପତ୍ତି ନେଇଛି। ସେପଟେ ବିଜେପି ଏହାକୁ ନୂଆ ଟ୍ରେନ ଓ ଷ୍ଟପେଜ ଘୋଷଣାରେ କାଉଣ୍ଟ କରିଛି।

   Related Posts