ନବୀନ ପ୍ରଧାନମନ୍ତ୍ରୀ ପାଇଁ ଉପଯୁକ୍ତ ବୋଲି ବିଜେଡି ନେତାଙ୍କ ଏଭଳି ବୟାନକୁ ନେଇ ରାଜ୍ୟ ରାଜନୀତିରେ ହଲଚଲ

Published By : Prameya-News7 Bureau | May 18, 2019 IST

ଭୁବନେଶ୍ବର ୧୮|୫: ନବୀନ ପ୍ରଧାନମନ୍ତ୍ରୀ ପାଇଁ ଉପଯୁକ୍ତ ।ବିଜେଡି ନେତାଙ୍କ ଏଭଳି ବୟାନକୁ ନେଇ ରାଜ୍ୟ ରାଜନୀତିରେ ହଲଚଲ । ବିଜେଡି ନେତାଙ୍କ ଏଭଳି ବୟାନକୁ ବିରୋଧୀ ବିଜେପି ଓ କଂଗ୍ରେସ ନାକଟେକିଛନ୍ତି । ବରିଷ୍ଠ ନେତା ଦାମୋଦର ରାଉତ ବିଜେଡି ନେତାଙ୍କ ବୟାନବାଜିଙ୍କୁ ନାପସନ୍ଦ କରିଥିବା ବେଳେ ନବୀନଙ୍କ ଦକ୍ଷତା ଆଡକୁ ବି ଅଙ୍ଗୁଳି ଉଠାଇଛନ୍ତି  । କଂଗ୍ରେସ କହିଛି ନବୀନ କେନ୍ଦ୍ରକୁ ଗଲେ ବିଜେଡି ଖଣ୍ଡଖଣ୍ଡ ହୋଇଯିବ ।

{"id":113373}

ଦିଲ୍ଲୀ ଗାଦି ମାଡିବସିବାକୁ କେନ୍ଦ୍ରରେ ଯେତିକି ତନାଘନା, ଓଡିଶାରେ ବି ନବୀନ ପ୍ରଧାନମନ୍ତ୍ରୀ ହେବା ପ୍ରସଙ୍ଗକୁ ନେଇ ସେତିକି କଳ୍ପନା ଜଳ୍ପନା । ବିଜେଡିର ଗୋଟିଏ ଗୋଷ୍ଠୀ ନବୀନଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହାଁନ୍ତି କହି କଥା ମାର୍କେଟକୁ ଛାଡୁଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀଙ୍କ ମତ ନବୀନ ଓଡିଶା ଉପରେ ଫୋକସ କଲେ ଭଲ । ବିଜେଡି ଭିତରେ ଏହାକୁ ନେଇ ଅନ୍ତରୀଣ ରାଜନୀତି ସରଗରମ ରହିଛି ।

{"id":113374}

ସେପଟେ ବିଜେପି ଯାଇ ନବୀନ ବିରୋଧୀ ପାଲଟିଥିବା ଦାମ ବି ଫିଙ୍ଗିଛନ୍ତି ଗୁଗୁଲି । କହିଛନ୍ତି ବିଜେଡି ନେତାଏ ସଂଖ୍ୟାର ଖେଳ ବୁଝିପାରୁ ନାହାଁନ୍ତି । ଲୋକସଭାର ୫୪୩ ସିଟରୁ ଓଡିଶା ଭାଗ ୨୧  । ସେଥିରୁ ଏଥର ବିଜେଡି କେତେଟା ଜିତିବ ନଜାଣି ନବୀନଙ୍କୁ ପ୍ରଧାନମନ୍ତ୍ରୀ ହେବା କଥା କହିଲେଣି । ଷାଠିଏ ଦଶକରେ ନେହୁରୁ ନିଜେ ପ୍ରଧାନମନ୍ତ୍ରୀ ଥାଇ ବିଜୁ ପଟ୍ଟନାୟକଙ୍କୁ ଡିଫେନ୍ସ ମିନିଷ୍ଟର କରିବାକୁ ଚାହିଁବି କରିପାରି ନଥିଲେ ।

{"id":113377}

ମହାରାଷ୍ଟ୍ର ସଂଖ୍ୟା ଲବି ଆଗରେ ବାଦ୍ ପଡିଥିଲେ ବିଜୁ । ନବୀନ ବାବୁ ଏବେ ବି ମନକୁ ମନ ଭାଷଣ ଦେଇନପାରି କାଗଜ ଲେଖା ଭାଷଣ ପଢୁଛନ୍ତି । ତେଣୁ ଯେଉଁମାନେ ନବୀନଙ୍କ ନାଁ ପ୍ରଧାନମନ୍ତ୍ରୀ ଭାବେ ଉଠାଉଛନ୍ତି ସେମାନେ ବୋଧେ କିଛି ଫାଇଦା ନେବା ଯୋଜନାରେ ଅଛନ୍ତି ।

{"id":113375}

ଦାମଙ୍କ ଏଭଳି ତେରଛା ବାଣ ମନ୍ତ୍ରୀ ସୂର୍ଯ୍ୟ ପାତ୍ର ଓ ନବୀନଙ୍କ ଆଡକୁ ବୋଲି ଜଣାପଡିଯାଉଛି । ସେପଟେ ନବୀନ ବାରମ୍ବାର କହି ଆସୁଛନ୍ତି ସେ ଜାତୀୟ ରାଜନୀତି ନୁହେଁ ବରଂ ରାଜ୍ୟ ରାଜନୀତିରେ ରହିବେ । ଯେହେତୁ କେନ୍ଦ୍ରରେ ଏବେ ପ୍ରଧାନମନ୍ତ୍ରୀ ପଦ ପାଇଁ ଦୌଡ ଆରମ୍ଭ ହୋଇଛି ସେଥିରେ ନବୀନଙ୍କ ନାଁ ପୁରାଇ ଦେବାକୁ କିଛି ନେତା ବି ଚେଷ୍ଟା କରିଥାଇ ପାରନ୍ତି ।

{"id":113378}

କଂଗ୍ରେସର ଆକଳନ, ନବୀନଙ୍କୁ ଖୁସ କରିବାକୁ କିଛି ନେତା ତାଙ୍କ ନାଁ ପ୍ରଧାନମନ୍ତ୍ରୀ ରେସ୍ କୁ ଟାଣିଥିବେ । ହେଲେ ନବୀନ ଦିଲ୍ଲୀଗଲେ ବିଜେଡି ଏଠି ଖଣ୍ଡ ଖଣ୍ଡ ହୋଇଯିବ । ବିଜେଡିର ଗୋଟିଏ ଗୋଷ୍ଠୀର ମତ ନବୀନ ଜାତୀୟ ସ୍ତରରେ ଜଣେ ସମ୍ମାନିତ ନେତା । ଯେହେତୁ ସେ ଓଡିଶାରେ ରହି କାମ କରିବାକୁ ଚାହାନ୍ତି ବୋଲି ବାରମ୍ବାର କହି ଆସୁଛନ୍ତି ତେଣୁ ଏହି ପ୍ରସଙ୍ଗକୁ ନେଇ ବିବାଦ କରିବା ଉଚିତ ହେବନି।

{"id":113376}

ମୋଦିଙ୍କୁ ଚେକ୍ ଦେବାକୁ ୟୁପିଏ ପକ୍ଷରୁ ପ୍ରଧାନମନ୍ତ୍ରୀ କିଏ ହେବ ସେନେଇ ଦିଲ୍ଲୀରେ କସରତ ଚାଲିଛି । ଦରକାର ପଡିଲେ ଆଞ୍ଚଳିକ ଦଳର ନେତାଙ୍କୁ ନେଇ ପ୍ରଧାନମନ୍ତ୍ରୀ ଗାଦିରେ ବସାଇଦେବାକୁ ବି କଂଗ୍ରେସ ପ୍ରସ୍ତୁତ ହେଉଛି । ଏଭଳି କ୍ଷେତ୍ରରେ ନବୀନଙ୍କ ନାଁ ସାମ୍ନାକୁ ଆସିଛି । ତେବେ ସବୁ ନିର୍ଭର କରୁଛି ଏଥର ଲୋକସଭାରେ ବିଜେଡି କେତେ ସିଟ୍ ଜିତୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.