ସିଏଜି ରିପୋର୍ଟରୁ ଫିଟିଲା ଗୁମର: ଔଷଧ ନିଗମଠୁ ଖଣି ବିଭାଗ ଯାଏଁ ସବୁଠି ଦୁର୍ନୀତିର ଗନ୍ଧ, ଏମିତି ସଫେଇ ଦେଲେ ଶାସକ ଦଳ

Published By : Prameya-News7 Bureau | April 04, 2021 IST

ଭୁବନେଶ୍ୱର ୦୪/୦୪ : ବିଧାନସଭାରେ ଗତ କାଲି ସିଏଜି ରିପୋର୍ଟ ପ୍ରକାଶ ପାଇବା ପରେ ଆଜି ସାମ୍ବାଦିକ ସମ୍ମିଳନୀ କରି ସିଏଜି  ଅନେକ ବିଭାଗର ଅନିୟମିତାତା ବିଷୟରେ ସ୍ପଷ୍ଟ ତଥ୍ୟ ରଖିଛନ୍ତି । ବିଜୁ ଗାଡି ଠାରୁ ଆରମ୍ଭ କରି ଇଡକୋରେ ହୋଇଥିବା ଅନିୟମିତତା  ବିଷୟରେ ସୂଚନା ଦେଇଛନ୍ତି। ଏପଟେ ସିଏଜି ରିପୋର୍ଟକୁ ନେଇ ତେଜିଛି ରାଜନୀତି। ବିରୋଧୀ ରାଜ୍ୟ ସରକାରଙ୍କୁ  ଆକ୍ଷେପ କରିଥିବା ବେଳେ ଜବାବ ରଖିଛି ବିଜେଡି।

ବିଧାସଭାରେ ସିଏଜିଙ୍କ ରିପୋର୍ଟ ପ୍ରକାଶ ପାଇବା ପରେ ଆଜି ସାମ୍ବାଦିକ ସମ୍ମିଳନୀ କରି ସିଏଜି ଅନେକ ଅନିୟମିତାକୁ ସମ୍ନାକୁ ଆଣିଛନ୍ତି ।  ସରାକରଙ୍କ  ବିଜୁ ଗାଁ ଗାଡି ଯୋଜନାର ଲକ୍ଷ୍ୟ ସଫଳ ହୋଇନାହିଁ। ରାସ୍ତାଶୁଳ୍କ ଓ ପରମିଟ ଫି ବାବଦରେ ୬୭. ୯୧ ଲକ୍ଷ ଟଙ୍କା ବେଆଇନ ଭାବେ ଛାଡ଼ କରାଯାଇଛି। ୧ଲକ୍ଷ ଏକର ଲ୍ୟାଣ୍ଡ ବ୍ୟାଙ୍କ ସୃଷ୍ଟି କରିବାରେ ଇଡ଼କୋ ବିଫଳ ହୋଇଛି। ଶିଳ୍ପାନୁଷ୍ଠାନଗୁଡ଼ିକରୁ ବକେୟା ଥିବା ୧୮.୫୨ କୋଟି ଟଙ୍କାର ଜିଆର ଓ ଶୁଳ୍କ ଆଦାୟ ହୋଇପାରିନି। ଏହା ସହ ୪୪,୯୩୨.୨୯ ଏକର ବେସରକାରୀ ଜମି କ୍ଷେତ୍ରରେ ଏଭଳି ଦେୟ ସ୍ଥିର ହୋଇ ପାରିନଥିଲା । ୨୦୧୦ରେ ନାଲକୋ ସହିତ ଏକ ଯୌଥ କମ୍ପାନୀ ଅନୁଗୋଳ ଆଲୁମିନିୟମ ପାର୍କ ପ୍ରାଇଭେଟ ଲିମିଟେଡ଼ ଗଠନ କରିବା ସତ୍ବେ ଇଡ଼କୋ ଆଲୁମିନିୟମ ପାର୍କ ଅନୁଗୋଳ ଠାରେ ବିକାଶ କରିବାରେ ବିଫଳ ହୋଇଥିଲା। ସାତ ବର୍ଷ ବିତିଯାଇଥିଲେ ବି ଜମିର ପ୍ରତିବନ୍ଧକ ଏବଂ ଆବଶ୍ୟକ ଭିତ୍ତିଭୂମିର ବିକାଶ ନହେବା ଦ୍ବାରା ପାରାଦୀପ ଠାରେ ପ୍ଲାଷ୍ଟିକ ପାର୍କ ପ୍ରକଳ୍ପ  କର୍ଯ୍ୟକାରିତାରେ ବିଳମ୍ବ ହୋଇଚାଲିଛି ବୋଲି ସିଏଜି ଦର୍ଶାଇଛନ୍ତି।

ଔଷଧ ନିଗମ ଠାରୁ ଆରମ୍ଭ କରି ଖଣି ବିଭାଗ, କୌଶଳ ବିକାଶ ତାଲିମ ଏବଂ ବିଏମସିରେ ହୋଇଥିବା ଅନିୟମିତତା ସିଏଜି ତାଙ୍କ ରିପୋର୍ଟରେ ପ୍ରକାଶ କରିବା ପରେ ସରକାରଙ୍କୁ  ଘେରିଛନ୍ତି ବିରୋଧୀ।  ବାରମ୍ବାର ସିଏଜି ବିଭିନ୍ନ ବିଭାଗରେ  ଅନିୟମିତତା ନେଇ ପ୍ରକାଶ କରିବା ପରେ ବି ରାଜ୍ୟସରକାର ବିଭାଗ ଉପରେ କିଛି ପଦକ୍ଷେପ ନେଉନାହାନ୍ତି। ଏପରିକି ଅନେକ କାର୍ଯ୍ୟ ଦଳୀୟ ଭିତ୍ତିରେ କରୁଛନ୍ତି ଯେଉଁଥିପାଇଁ ଲକ୍ଷ୍ୟ ସାଧନ ହେଉନି ବୋଲି କହିଛନ୍ତି ବିରୋଧୀ।  ଏପେଟ ବିଜେଡି ଏହାର ଜବାବ ରଖିଛି କୌଣସି ଦଳୀୟ ଭିତ୍ତିରେ କୌଣସି କାର୍ଯ୍ୟ ହେଉନାହିଁ ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ ।

ସିଏଜି ରିପୋର୍ଟ  ପ୍ରକାଶ ପାଇବା ପରେ ବିଭିନ୍ନ ବିଭାଗର ଆହୁରି ଅନେକ ଅନିୟମିତା  ପଦାରେ ପଡିଛିା  ଯାହାକୁ ନେଇ ରାଜେନୈତିକ ବୟାନ ବାଜି ଜୋର ଧରିଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.