ହକି ବିଶ୍ବକପ : ଓଡିଶାର ବ୍ରାଣ୍ଡ ବିଲ୍ଡିଂରେ ଫେଲ ମାରିଛନ୍ତି ସରକାର ବୋଲି ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କ ଚିଠି ପରେ ତେଜିଲା ରାଜନୀତି, ଦାମ ଓ ନରସିଂହ ଘେରିଲେ, ଆଗକୁ ବିଜେପି ଉଠାଇବ ଘୋଟାଲା କଥା

Published By : Prameya-News7 Bureau | December 14, 2018 IST

ଭୁବନେଶ୍ବର୧୪|୧୨:ଓଡିଶା ହକି ପୁରୁଷ ବିଶ୍ବକପ ୨୦୧୮ ସରିବାକୁଆଉ ଦୁଇଦିନ ବାକି । କିନ୍ତୁ ବିଶ୍ବକପ ସରିବା ପରେ ସରକାରଙ୍କୁଘେରିବାକୁ ବିରେ।ଧି ସଜବାଜ ହେଉଛନ୍ତି । ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ ଏବେକାର  ମୁଖ୍ୟ ଶାସନ ସଚିବଙ୍କୁ ଚିଠି, ବିରେ।ଧିଙ୍କ ପାଇଁ ବଡ ଅସ୍ତ୍ର ହେବାକୁ ଯାଉଛି ।

ଶହଶହ କେ।ଟି ଖର୍ଚ୍ଚ କରି ଓଡିଶା ନାଁ କୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପରିଚିତ କରିବାକୁ ଯେ।ଜନାକରିଥିଲେ ସରକାର। ଉଦ୍ଦେଶ୍ୟ ଥିଲା ବ୍ର।ଣ୍ଡ ଓଡିଶା କୁ ମାର୍କେଟିଂ କରିବା । କିନ୍ତୁ ବିଶ୍ବକପ ହକିସରିବା ପୂର୍ବରୁ ସରକାରଙ୍କ ସଫଳତା ଉପରେ ଉଠିଲାଣି ପ୍ରଶ୍ନ।  ଖେ।ଦ ରାଜ୍ୟ ପ୍ରଶାସନର ମୁଖିଆ ଥିବା ପୂର୍ବତନ ମୁଖ୍ୟଶାସନସଚିବ ବିଜୟ ପଟ୍ଟନାୟକ ଏ ନେଇ ଏବେର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ  ଓ କ୍ରୀଡା ସଚିବ ବିାଶାଲ ଦେବଙ୍କୁ ଚିଠି ଲେଖି ଏ ପ୍ରସଙ୍ଗଉଠାଇଛନ୍ତି । କହିଛନ୍ତି ଗଣମାଧ୍ୟମ ଜରିଆରେ  ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ଓଡିଶା ନାଁ କୁ ପହଁଚାଇବା କୁ ଯେଉଁ ପ୍ରୟାସ ହେବା କଥା ତାହା ହେଉନାହିଁ ।ଗଣମାଧ୍ୟମ ଗୁଡିକରେ ଓଡିଶା ବିଶ୍ବକପ ହକି ବେ।ଲି ପ୍ରଚାର ପ୍ରସାର ହେଉନାହିଁ । ଏଥିପାଇଁ ଆବଶ୍ୟକପଦକ୍ଷେପ ନେବାକୁ ସେ ପ୍ରଶାସନ ମୁଖିଆଙ୍କୁ ପରାମର୍ଶ ଦେଇଛନ୍ତି । ଯାହା ଏବେ ବିରେ।ଧି ଙ୍କ ପାଇଁବଡ ଅସ୍ତ୍ର ହେବାକୁ ଯାଉଛି । ବିରେ।ଧି ଦଳ ନେତା ନରସିଂହ ମିଶ୍ର ଏବଂ ବିଜୁ ସମତା କ୍ରାନ୍ତି ଦଳରନେତା ଡାକ୍ତର ଦାମୋଦର ରାଉତ କହିଛନ୍ତି ଯେ ଓଡିଶା ସରକାର ଙ୍କ ବିଶ୍ବ ହକି ପ୍ରତିଯେ।ଗିତା ଆୟୋଜନରାଜ୍ୟ ଗେ।ଷ୍ଟୀ କ୍ରୀଡାର ମେଗା ସ୍କାଣ୍ଡାଲ ଭଳି ହେବାକୁ ଯାଉଛି । 

{"id":63637}

ଓଡିଶା ସରକାର ଓଡିଶା ମେନ ହକି ୱାଲଡ କପର ପ୍ରାୟେ।ଜକ । ଏଥିପାଇଁ ରାଜ୍ୟ ତହବିଲ ରୁ ୫୦୦ କେ।ଟି ଖର୍ଚ୍ଚ ହେଉଛି । କିନ୍ତୁ ରାଜ୍ୟ ସରକାର ଓଡିଶାର ନାଁ କୁ ବ୍ରାଣ୍ଡ ଭାବେ ସେଲ କରିବାକୁ ଯାହାକୁ ଦାୟିତ୍ବ ଦେଇଛନ୍ତି ବେ।ଧହୁଏ ସେମାନେ ତାହା ଭୁଲିଯାଇଛନ୍ତି । ଯେଉଁଥିପାଇଁ ଜାତୀୟ ତଥା ଆନ୍ତର୍ଜାତୀୟ ଗଣମାଧ୍ୟମରେ ବ୍ରାଣ୍ଡ ଓଡିଶାର ପ୍ରଚାର ଓ ପ୍ରସାର ହେଉନାହିଁ । ସରକାରଙ୍କ ଯୁକ୍ତି ଯେ ଓଡିଶା ହକି ମେନସ ୱାଲର୍ଡକପ ଆୟୋଜନ କରି ବହୁ ବାଃ ବାଃ ସାଉଁଟିଛନ୍ତି । ତେଣୁ ବିରେ।ଧିଙ୍କ କଥାର କୌଣସି କଥାର ଦମ ନାହିଁ। ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ବିରୋଧୀଙ୍କୁ ଜବାବ ରଖିଛନ୍ତି ।

ହକିଖେଳ ପରେ ପରେ ଏଥିରେ ହେ।ଇଥିବା ଘେ।ଟାଲା ଏବଂ ପ୍ରିୟା ପ୍ରିତି ତେ।ଷଣର ଖୁଲାସା କରିବାକୁ ସଜବାଜ ହେଉଛି ବିଜେପି, ଯାହା ଲାଗୁଛି ହକି ୱାଲର୍ଡ କପ ପରେ ରାଜନୈତି କଦୁଅ ପିଙ୍ଗା ଜେ।ରଦାର ହେବାକୁଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.