Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଜାତୀୟ ସ୍ତରରେ କିଛି ଗୋଟେ ହଟଚମଟ କରିବା ଯୋଜନାରେ ଅଛି ବିଜେଡି : ଆବଶ୍ୟକ ସମର୍ଥନ ମିଳିବ କି ?

6/12/2018 at 7:16 PM

ଭୁନେଶ୍ବର ୬|୧୨: ବିଧାନସଭା ଓ ଲୋକସଭାରେ ୩୩ ପ୍ରତିଶତ ମହିଳାଙ୍କ ପାଇଁ ଆସନ ସଂରକ୍ଷଣ ପ୍ରସ୍ତାବକୁ ଆଗକୁ ବଢାଇବା ଯୋଜନାରେ ବିଜେଡି । ଏହା ପଛରେ ଆନ୍ତରିକତା କେତେ ଓ ବାସ୍ତବତା କଣ ତାହା ତ ସ୍ପଷ୍ଟ ହୋଇଯିବ ଖୁବ୍ ଶିଘ୍ର । କିନ୍ତୁ ଦଳ ବିଭିନ୍ନ ଦଳର ନେତାଙ୍କୁ ଭେଟି ଏପ୍ରସଙ୍ଗ ଉଠାଇବାକୁ ଟିମ୍ ଘୋଷଣା କରିସାରିବା ପରେ ଆଜି ସବୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ନବୀନ । ଏଥିରୁ ସ୍ପଷ୍ଟ, ନବୀନ ମହିଳା ସଶକ୍ତି କରଣର ବଡ ଚମ୍ପିୟାନ ବୋଲି ବାର୍ତ୍ତା ଦେବା ଯୋଜନାରେ ବିଜେଡି । ଏହାକୁ ଆୟୁଧ କରି ବିଜେଡି ମହିଳା ଭୋଟର ହାତେଇବାକୁ ବଡ ଗେମ୍ ପ୍ଲାନ କରୁଥିବା ଜଣା ପଡିଗଲାଣି । ଏହାସହିତ ଜାତୀୟ ସ୍ତରରେ ବି ନବୀନଙ୍କ ଛବି ଚମକାଇବା ଯୋଜନାରେ ଅଛି ଦଳ ।

ଏବେ ପ୍ରଶ୍ନ ଉଠୁଛି ନବୀନ ସିନା ଏକ ପାଖିଆ ମହିଳା ସଶକ୍ତି କରଣର ନାରା ଦେଇ ନିର୍ବାଚନ ପୂର୍ବରୁ ଇମେଜ୍ ମେକ୍ ଓଭର ଯୋଜନାରେ ଅଛନ୍ତି । ହେଲେ ବିଜେଡିକୁ ଆବଶ୍ୟକ ସମର୍ଥନ ମିଳିବ କି ନାହିଁ ତାକୁ ନେଇ ବିରାଟ ପ୍ରଶ୍ନ ଛିଡା ହୋଇଛି । କାରଣ ଜାତୀୟ ସ୍ତରରେ ବିଭିନ୍ନ ପ୍ରସଙ୍ଗ ହେଉ କି ରାଜନୈତିକ ସମୀକରଣ, ସବୁଠି ନବୀନ ନିଜ ଷ୍ଟାଇଲରେ ରାସ୍ତା ଆପଣେଇଛନ୍ତି । ବିମୁଦ୍ରିକରଣ ବେଳେ ମମତା ବାନାର୍ଜିଙ୍କ ସହ ଯାଇ ନାହାଁନ୍ତି କି ମହାମେଣ୍ଟ ଗଠନ ପ୍ରସଙ୍ଗରେ ଚନ୍ଦ୍ର ବାବୁ ନାଇଡୁଙ୍କୁ ଧରାଛୁଆଁ ଦେଇ ନାହାଁନ୍ତି । ସେପଟେ ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ଅବଲମ୍ବନ କରୁଥିବା କଥା କହି ଏହି ଦୁଇଦଳ ପ୍ରତି କେତେବେଳେ ଗରମ ତ କେତେବେଳେ ନରମ ଭାବ ପୋଷଣ କରିଛନ୍ତି । ଏଭଳି ସ୍ଥିତିରେ ନବୀନଙ୍କୁ ମହିଳା ସଂରକ୍ଷଣ ପ୍ରସଙ୍ଗରେ ସହଯୋଗର ହାତ ଯେ ମିଳିଯିବ ତାହା କହିବା ମୁସ୍କିଲ । ଯାହାକୁ ବିରୋଧି କହୁଛନ୍ତି ଇଲେକ୍ସନ ଷ୍ଟଣ୍ଟ । ଯଦି ନବୀନ ମହିଳାଙ୍କ ସଂରକ୍ଷଣ କଥା କହୁଛନ୍ତି ତାହାଲେ ସେ ଇସ୍ତଫା ଦେଇ ଜଣେ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ କଂଗ୍ରେସ ଆହ୍ବାନ ଦେଇଛି ।

ଜାତୀୟ ସ୍ତରରେ କିଛି ଗୋଟେ ହଟଚମଟ କରିବା ଯୋଜନାରେ ଅଛି ବିଜେଡି । ସେ ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରିବା ପ୍ରସଙ୍ଗ ହେଉ କି ମହିଳାଙ୍କ ସଂରକ୍ଷଣ ପ୍ରସଙ୍ଗରେ ସବୁଦଳର ନେତାଙ୍କୁ ଭେଟିବା ହେଉ । ନିର୍ବାଚନ ବର୍ଷରେ ଯେ ଅଧିକ ଚର୍ଚାରେ ରୁହାଯାଇ ପାରେ ସେଥିପାଇଁ ପୁରା ଦମ୍ ରେ ମାତିଛି ବିଜେଡି ।

   Related Posts